ଭାରତରେ ଲଞ୍ଚ ହେଲା ଆକ୍ସନ ପ୍ୟାକ ଗେମ FAU-G। ଜାଣନ୍ତୁ ଡାଉନଲୋଡ଼ କରିବାର ଉପାୟ।

ଫୌଜି ଗେମ ଶେଷରେ ଭାରତରେ ଲଞ୍ଚ ହେଇଯାଇଛି। ବହୁତ ଗଭୀରତାର ସହ ଅପେକ୍ଷା ରହିଥିବା ଏହି ଗେମକୁ ଭାରତୀୟ ଗେମିଙ୍ଗ କମ୍ପାନୀ ଏନ କୋର ଲଞ୍ଚ କରିସାରିଛି। ଏହା ଏକ ଦେଶୀ ଏକ୍ସନ ଗେମ ଅଟେ ଯାହା ସିଙ୍ଗଲ ପ୍ଲେୟର ମୋଡ଼ରେ ଆସେ। ପ୍ରକୃତରେ ଏହି ଗେମକୁ ଏବେ ଆଣ୍ଡ୍ରଏଡ଼ ମୋବାଇଲ ପାଇଁ ରକ୍ଷା ଯାଇଛି ମାତ୍ର କୁହାଯାଉଛି କି ଏହି ବର୍ଷ ଶେଷ ବେଳକୁ ଏହାକୁ ଆଇଓଏସ ମୋବାଇଲ ମାନଙ୍କ ପାଇଁ ବି ରଖାଯାଇପାରିବ। ବଲିଉଡ ଆକ୍ଟର ଅକ୍ଷୟ କୁମାର ଏହି ଗେମକୁ ପ୍ରମୋଟ କରୁଛନ୍ତି ଆଉ ଏହାର ଡାଉନଲୋଡ଼ ଲିଙ୍କ ବି ସେୟାର କରିଛନ୍ତି।

Google

ଗେମର ସାଇଜ ୪୬୦ ଏମ ବି ଅଟେ ଆଉ ଏହାକୁ ଭାରତରେ ତିନୋଟି ଭାଷାରେ ରଖାଯାଇଛି। ଗେମ ଡେଭେଲପର୍ସଙ୍କର କହିବା କଥା କି ଏହାକୁ ବହୁତ ଜଲଦି ଅନ୍ୟ ଭାଷା ମାନଙ୍କରେ ବି ରିଲିଜ କରାଯିବ। ଏହାକୁ ଏବେ ହିନ୍ଦୀ, ଇଂଲିଶ ଆଉ ତାମିଲ ଭାଷାରେ ଲଞ୍ଚ କରାଯାଇଛି।

ସିଙ୍ଗଲ ପ୍ଲେୟର ମୋଡ଼ ସହିତ ଆସେ ଏହି ଗେମ:

ଏବେ ଏହି ଗେମ ସିଙ୍ଗଲ ପ୍ଲେୟର ମୋଡ଼ରେ ଆସୁଛି ମାତ୍ର ବହୁତ ଜଲଦି ଏହାକୁ ମଲ୍ଟି ପ୍ଲେୟର ବା ରୋୟଲ ବ୍ୟାଟେଲ ମୋଡ଼ରେ ଲଞ୍ଚ କରାଯିବ। ଫୌଜି ଗେମର ସ୍ୱତନ୍ତ୍ରତା ଏଇଆ କି ଏହି ଗେମରେ ଲଦାଖ ଉପରେ ଚିନି ସୈନିକ ତଥା ଭାରତୀୟ ସୈନିକ ମାନଙ୍କ ଭିତରେ ଲଢେଇ ହେବ ଆଉ ଏଥିରେ ଆପଣ ଚିନି ସୈନିକ ମାନଙ୍କୁ ଭାରତରେ ପଶିବାରୁ ଅଟକାଇ ପାରିବେ। ଗେମର ଆରମ୍ଭରେ ଆପଣଙ୍କୁ ତିନୋଟି କ୍ୟାରେକ୍ଟର ମିଳିବେ ଯାହାଙ୍କ ଭିତରୁ ଆପଣ ନିଜର ପସନ୍ଦର କ୍ୟାରେକ୍ଟର ବାଛି ପାରିବେ।

Google

ଫୌଜି ଗେମ ଏବେ ତିନୋଟି ମୋଡ଼ ଅଥବା ଟିମ ଡେଥ ମେଟ ଆଉ ଫ୍ରି ଫର ଅଲ ଦିଆ ଯାଇଛି। ଏବେ ଏନ କର ଗେମର୍ସ କେବଳ କେମ୍ପେନ ମୋଡ଼ ଅଫର କରୁଛନ୍ତି। ଏହି ଗେମକୁ କେହି ବି ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବ। ଏହା ପାଇଁ ଆପଣଙ୍କୁ ଫୌଜି ଲେଖିବାକୁ ହେବ। ଆଉ ଯଦି ଆପଣ ପ୍ରଥମରୁ ହିଁ ପ୍ରୋ ରେଜିଷ୍ଟ୍ରେସନ କରିଛନ୍ତି ତ ଆପଣଙ୍କୁ ଏହି ପ୍ରକାର ହିଁ ଡାଉନଲୋଡ କରିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *