ଜାଣନ୍ତୁ କିପରି ସୁଟିଙ୍ଗ ହେଲା ନାଲି ଚନ୍ଦନର ତସ୍କରର କାହାଣୀ, ଏମିତି ପରିସ୍ଥିତିର କରିବାକୁ ପଡିଥିଲା ସାମ୍ନା!

ବ୍ୟୁରୋ ରିପୋର୍ଟ: ଅଳ୍ପଦିନ ତଳେ ହିଁ ଆସିଥିବା ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଷ୍ଟାର ଫିଲ୍ମ “ପୁଷ୍ପା ଦି ରାଇଜ” ପ୍ରାୟ ଲୋକଙ୍କ ହୃଦୟରେ ଜାଗା ତିଆରି କରିଛି। ଦେଶର ପ୍ରାୟ କେତେକ କୋଣରେ ଏହି ଫିଲ୍ମକୁ ପସନ୍ଦ କରାଯାଉଛି। ଏହି କାରଣ ଅଟେ କି ଏହି ଫିଲ୍ମ ଏବେ ପର୍ଯ୍ୟନ୍ତ ୩୦୦ ଅଧିକ କୋଟି କମାଇସାରିଛି। ତେବେ ଆସନ୍ତୁ ଏହି ଫିଲ୍ମ ସହିତ ଜଡିତ କିଛି ରୋଚକ କଥା ଜାଣିବା।

Google

୧: ନାଲି ଚନ୍ଦନର ତସ୍କରରେ କାହାଣୀ: ଯେପରିକି ଆପଣ ଜାଣିଥିବେ ଏହି ଫିଲ୍ମ ଆନ୍ଧ୍ର ପ୍ରଦେଶର ପାହାଡ଼ ଅଞ୍ଚଳର ନାଲି ଚନ୍ଦନର ତସ୍କର ଉପରେ ଆଧାରିତ। ଏଥିରେ ଅଲ୍ଲୁ ଅର୍ଜୁନ ପୁଷ୍ପାର ରୋଲ କରିଛନ୍ତି। ପୁଷ୍ପାର କାହାଣୀ ବହୁତ ଲମ୍ବା ଅଟେ,ଏଥିପାଇଁ ଏହାକୁ ଦୁଇଟି ଭାଗରେ ରିଲିଜ କରାଯିବ। ଏହି ଫିଲ୍ମର ନିର୍ମାତା ବାଇ ରବିଶଙ୍କର ଇଣ୍ଟରଭିଉରେ କହିଛନ୍ତି କି ପୁଷ୍ପାର କାହାଣୀ ବହୁତ ଲମ୍ବା ଅଟେ ଓ ଅଢେଇ ଘଣ୍ଟାରେ ଏହାକୁ ଦେଖାଇବା ସମ୍ଭବ ନୁହେଁ। ତେଣୁ ଏହି ଫିଲ୍ମକୁ ଦୁଇଟି ଭାଗରେ ରିଲିଜ କରାଯିବ। ଦ୍ୱିତୀୟ ଭାଗର କାମର ଆରମ୍ଭ ହୋଇଗଲାଣି ଓ ୧୦% ସରିଲାଣି ମଧ୍ୟ।

୨:ପୁଷ୍ପାର ଦ୍ୱିତୀୟ ଭାଗ: କହିରଖିବୁକି ଫିଲ୍ମ ପୁଷ୍ପାର ୮୦% ଶୁଟିଙ୍ଗ ସରିବା ପରେ ମେକର୍ଷ ଏହାକୁ ଦୁଇଟି ଭାଗରେ ତିଆରି କରିବାକୁ ବିଚାର କରିଥିଲେ। କାହାଣୀ ମେକର୍ଷଙ୍କୁ ବାଧ୍ୟ କରିଦେଲା କି ବାହୁବଳୀ ପରି ଦୁଇଟି ଭାଗରେ ତିଆରି କରିବା ପାଇଁ।

Google

୩:ପ୍ରତିଦିନ ୩୦୦ ଗାଡିର ବ୍ୟବହାର: ଫିଲ୍ମ ପୁଷ୍ପା ଦି ରାଇଜରେ ସବୁଠୁ ମୁଖ୍ୟ କଥା ଏହାକି ଫିଲ୍ମର ଅଧିକାଂଶ ସିନ ଆନ୍ଦ୍ରପ୍ରଦେଶର ଜଙ୍ଗଲରେ ସୁଟିଙ୍ଗ କରାଯାଇଛି। ତେଣୁ ପୁରା ସୁଟକୁ ପ୍ରତିଦିନ ଜଙ୍ଗଲକୁ ନେବାକୁ ପଡୁଥିଲା ଯାହା ପାଇଁ ୩୦୦ ଗାଡି ଲାଗୁଥିଲା।

୪:୧୫୦୦ ଲୋକଙ୍କୁ ଏକାଠି କରାଯାଇଥିଲା: ଯେପରିକି ଆପଣ ଜାଣିଛନ୍ତି ଫିଲ୍ମଟି ଚନ୍ଦନର ତସ୍କର ଉପରେ ଆଧାରିତ। ଫିଲ୍ମର ପ୍ରଥମ ସିନରେ ଚନ୍ଦନର ବଡ଼ ବଡ଼ ଖଣ୍ଡ ଦେଖାଯାଇଛି ଯାହା ପାଇଁ ବହୁତ ଭିଡର ଆବଶ୍ୟକତା ରହିଥିଲା। ଗୋଟେ ଦୃଶ୍ୟ ପାଇଁ ୧୫୦୦ ଲୋକଙ୍କୁ ଏକାଠି କରାଯାଇଥିଲା। ପୁଷ୍ପା ଦି ରାଇଜ ଫିଲ୍ମରେ ଦୈନିକ ୫୦୦ ଲୋକଙ୍କ ଆବଶ୍ୟକତା ହେଉଥିଲା। ଗୋଟେ ଗୀତରେ ୧୦୦୦ ଲୋକଙ୍କୁ ନେବାକୁ ପଡିଲା।

Google

୫: ପୋଲିସ ପ୍ରକୃତ ଚନ୍ଦନ ଭାବି ଅଟକାଇଥିଲା: ଆପଣଙ୍କୁ ଫିଲ୍ମର ମୁଖ୍ୟ ରୋମାଞ୍ଚକ କଥା କହୁଛୁ। କିଛି ଦିନ ପାଇଁ ଫିଲ୍ମର ସୁଟିଙ୍ଗ କେରଳର ଜଙ୍ଗଲରେ ହୋଇଥିଲା। ଯେଉଁଠି ପାଇଁ ଚନ୍ଦନର ଆର୍ଟିଫିସିଆଲ ଖଣ୍ଡ ନେଇ କେରଳ ପହଁଚିଥିଲେ। ଯେବେ ଟିମ ସେଠାରୁ ଫେରିଥିଲା ପୋଲିସ ତାଙ୍କୁ ଅଟକାଇଥିଲା। ଯାହା ପରେ ଟିମ ତାଙ୍କୁ ବୁଝାଇଥିଲେ କି ଏହା ଫିଲ୍ମ ପାଇଁ ନିଆଯାଇଥିବା ଡୁପଲିକେଟ ଚନ୍ଦନ ଅଟେ।

୬: ଅଲ୍ଲୁ ଅର୍ଜୁନରୁ ପୁଷ୍ପା ହେବାପାଇଁ ପ୍ରାୟ ଦୁଇ ଘଣ୍ଟା ଲାଗୁଥିଲା: ଏହି ଫିଲ୍ମରେ ମୁଖ୍ୟ ରୋଲ କରୁଥିବା ଅଲ୍ଲୁ ଅର୍ଜୁନଙ୍କୁ ପୁଷ୍ପା ରୂପ ନେବା ପାଇଁ ଅନେକ ଘଣ୍ଟାର ସମୟ ଲାଗୁଥିଲା। ସୂଚନା ଅନୁସାରେ ପୁଷ୍ପା ମେକଅପ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିଲା। ପୁଣି ମେକଅପ ହଟାଇବା ପାଇଁ ମଧ୍ୟ ଅନେକ ସମୟ ଲାଗୁଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *