ଏହି ଫିଲ୍ମ ଜରିଆରେ ବଲିଉଡରେ ପାଦ ଦେବେ ସୁସ୍ମିତା ସେନଙ୍କ ଝିଅ। ସୁଟିଂ ବେଳର ଦେଖନ୍ତୁ ଫୋଟୋ।

ବଲିଉଡର ଅଭିନେତ୍ରୀ ତଥା ପୂର୍ବ ମିସ ୟୁନିଭର୍ସ ସୁସ୍ମିତା ସେନ ବହୁତ ସମୟ ହେଲା ଫିଲ୍ମ ଜଗତରୁ ଦୂରରେ ଅଛନ୍ତି।କିଛିଦିନ ତଳେ ୱେବସିରିଜ ଆର୍ଯ୍ୟରେ ଧୁଆଁଧାର ଅଭିନୟ କରିଥିଲେ। ଦର୍ଶକ ମାନେ ମଧ୍ୟ ଏହି ୱେବସିରିଜକୁ ବହୁତ ଭଲ ପାଇବା ଦେଇଛନ୍ତି। ଏବେ ଖବର ମିଳୁଛି କି ସୁସ୍ମିତାଙ୍କ ବଡ ଝିଅ ରିନି ମଧ୍ୟ ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି।

ରିନି ସେନ ବହୁତ ଜଲ୍ଦି ଆପଣଙ୍କୁ ପରଦାରେ ଦେଖାଦେବେ।୨୧ ବର୍ଷୀୟ ରିନି ତାଙ୍କର ଡେବ୍ୟୁ ଫିଲ୍ମ ‘ସୁଟାବାଜି’ଜରିଆରେ କରୁଛନ୍ତି। ଫିଲ୍ମରେ ସୁଟିଂ ସରି ଯାଇଛି ଓ ଏହାର ସୁଟିଂ ସେଟର ମଧ୍ୟ ଫୋଟୋ ଆସିଗଲାଣି। ଆଶା ଅଛି ଏହା ବହୁତ ଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ।

google

ଏକ ସଶକ୍ତ ଝିଅର ଅଭିନୟ ଦେଖେଇବାକୁ ମିଳିବ ରିନିଙ୍କ ଠାରୁ:-

ରିନି ଫିଲ୍ମ ‘ସୁଟାବାଜି’ ଜରିଆରେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।କିଛିଦିନ ତଳେ ଫିଲ୍ମ ସୁଟିଂର କିଛି ଫୋଟୋ ସାମ୍ନାକୁ ଆସିଥିଲା ଯାହାକି ଚକିତ କରିଦେବା ଭଳି ଥିଲା। ବହୁତ ସମୟରୁ ଲୋକ ରିନିଙ୍କ ଆକ୍ଟିଂ ଡେବ୍ୟୁ ଦେଖିବାକୁ ଆଗ୍ରହୀ ଥିଲେ। ଫିଲ୍ମରେ ରାହୁଲ ଵୋହରା ଓ କୋମଲ ଛାବଡ଼ିଆଙ୍କ ସହ ନଜର ଆସିବେ। ରିନି ଦୁଇ ସିନିଅର ଆକ୍ଟରଙ୍କ ମା ହେବାର ଭୂମିକା ଲିଭେଇବାରେ ନଜର ଆସିବେ।

ଡିରେକ୍ଟର କବିର ଖୁରାନା ମଧ୍ୟ ଫିଲ୍ମ ସୁଟାବାଜି ଜରିଆରେ ନିଜର ଡେବ୍ୟୁ କରିବେ। ଫିଲ୍ମର ପ୍ଲାଟ ଲକଡାଉନ ଉପରେ ସେଟ ଥିଲା ଓ ଏହା ଏକ ରୁଧିବାଦୀ ପରିବାରର ମା-ଝିଅର ସମ୍ପର୍କ ଉପରେ ଆଧାରିତ ଅଟେ। ଫିଲ୍ମରେ ରିନିଙ୍କୁ ମହିଳା ସଶକ୍ତିକରଣ ଉପରେ ଜୋର ଦେଇ ସଶକ୍ତ ଝିଅର ଭୂମିକାରେ ଦେଖିବାକୁ ମିଳିବେ।

google

କହିରଖୁଛୁ କି ରିନି ପୂର୍ବ ବର୍ଷ ୨୧ ବର୍ଷରେ ପଦାର୍ପଣ କରିଛନ୍ତି ଓ ତାଙ୍କ ଜନ୍ମଦିନରେ ସୁସ୍ମିତା ତାଙ୍କ ଝିଅର ସୁନ୍ଦର ଫୋଟୋ ସେୟାର କରିଥିଲେ। ସୁସ୍ମିତା ବହୁତ ଥର କହିଛନ୍ତି କି ରିନିଙ୍କୁ ଛୋଟ ବେଳୁ ଆକ୍ଟିଂର ସଉକ ଥିଲା ଓ ବଡ ହୋଇ ବଲିଉଡର ଜଗତରେ ନିଜ ନାମ କମେଇବାକୁ ଚାହୁଁଥିଲେ। ସେ ଆକ୍ଟିଂର ଟେନିଂ ମଧ୍ୟ ନେଇଥିଲେ। ଖାଲି ଏତିକି ନୁହେଁ ରିନି ଆକ୍ଟିଂ ସହ ଫିଲ୍ମରେ ଗୀତ ଗାଇବାର ମଧ୍ୟ ଦେଖିବାକୁ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *