କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆତ୍ମନିର୍ଭର ଭାରତ ଅଭିଯାନର ବିସ୍ତୃତ ପ୍ୟାକେଜ ଘୋଷଣା କଲେ ।
ସଂମ୍ପୂର୍ଣ ପ୍ୟାକେଜର ନାମ – ଆତ୍ମନିର୍ଭର ଭାରତ ଅଭିଯାନ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବିସ୍ତୃତ ପ୍ୟାକେଜ ଘୋଷଣା କଲେ ।
ପ୍ରେସମିଟରେ ଅର୍ଥମନ୍ତ୍ରୀ ବିସ୍ତୃତ ପ୍ୟାକେଜ ଘୋଷଣା କଲେ । ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ପ୍ୟାକେଜର ବିସ୍ତୃତ ସୂଚନା ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୋକାଲ ଉତ୍ପାଦକୁ ଗ୍ଲୋବାଲ ନେବାର ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଆତ୍ମନିର୍ଭର ଭାରତ ଉପରେ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱ । ‘‘ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜ ଜରିଆରେ ଦେଶର ଅଭିବୃଦ୍ଧିକୁ ବଢ଼ାଇବାକୁ ପଡ଼ିବ’’, କହିଛନ୍ତି ଅର୍ଥମନ୍ତ୍ରୀ ।

କ୍ଷୁଦ୍ର ଓ ଲଘୁ ଉଦ୍ୟୋଗକୁ ଜୀବନ ଦେବାକୁ ଅର୍ଥମନ୍ତ୍ରୀଙ୍କ ଘୋଷଣା ।
MSME Srctor କୁ ୩ ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଏହାର ସମୟ ସୀମା ୪ ବର୍ଷର ହେବ । ପ୍ରଥମ ବର୍ଷ ତାଙ୍କୁ ପ୍ରିନ୍ସିପାଲ ରିପେମେଣ୍ଟ କରିବାକୁ ପଡ଼ିବନି । ଏହାର ଅର୍ଥ ମୂଳ ଧାନ କୁ ପ୍ରଥମ ବର୍ଷ ଦେବାକୁ ପଡ଼ିବନି । ୧୨ ମାସ ବା ବର୍ଷେ ଛାଡ ମିଳିବ । ଏହି ୩ ଲକ୍ଷ କୋଟିର ଋଣ ପାଇଁ କୌଣସି ଗ୍ୟାରେଣ୍ଟି ବା ବନ୍ଦକ ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ।
ବାର୍ଷିକ ଶହେ କୋଟି ପର୍ଯ୍ୟନ୍ତ ନେଣଦେଣ ଥିବା ଉଦ୍ୟୋଗ ଲାଭବାନ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଋଣ ପାଇଁ ଉଦ୍ୟୋଗୀମାନଙ୍କୁ କୌଣସି ପ୍ରକାର ଗ୍ୟାରେଣ୍ଟି ଦେବାକୁ ପଡ଼ିବନାହିଁ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୪ ବର୍ଷ ପାଇଁ ଋଣ ଦିଅଯିବ କହିଲେ ଅର୍ଥମନ୍ତ୍ରୀ ସୀତାରମଣ ।

ଚାପରେ ଥିବା MSME ପାଇଁ ୨୦ ହଜାର କୋଟିର ବ୍ୟବସ୍ତା କରାଯାଇଛି । ଏହାଦ୍ଵାରା ୨ ଲକ୍ଷରୁ ଅଧିକ ଚାପଗ୍ରସ୍ତ MSME କୁ ଲାଭ ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଭଲ ପ୍ରଦର୍ଶନ କରୁଥିବା MSME ର ସଂପ୍ରସାରଣ ପାଇଁ ବିଶେଷ ବ୍ୟବସ୍ଥା ରହିଛି । ସଂପ୍ରସାରଣ ପାଇଁ ୫୦ ହଜାର କୋଟିର ବିଶେଷ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ମାଇକ୍ରୋ ୟୁନିଟ୍ MSME ପାଇଁ ଇନଭେଷ୍ଟମେଣ୍ଟ ଲିମିଟ କୁ ବଢ଼େଇ ଦିଅ ଯାଇଛି । ଏହା ଆଗରୁ ୨୫ ଲକ୍ଷ ଥିଲା । ଏବେ ୨୫ ଲକ୍ଷ ବଦଳରେ ୧ କୋଟି କରିଦିଆ ଯାଇଛି । ଯାହା ଦ୍ଵାରା ଆଉ କିଛି କମ୍ପାନୀ ଏବେ ମାଇକ୍ରୋ ରେ ଆସିବେ ଆଉ ଲାଭ ପାଇପାରିବେ । ୧ କୋଟି ନିବେଶ କରି ୫ କୋଟି ର କାରବାର କରୁଥିଲେ ମାଇକ୍ରୋ ରେ ରହିବେ । ମାଇକ୍ରୋ ୟୁନିଟ୍ ର ଟର୍ଣ୍ଣ ଓଭର ଏବେ ୫ କୋଟି ପର୍ଯ୍ୟନ୍ତ ।
Small ୟୁନିଟ୍ ମାନଙ୍କ ପାଇଁ ୧୦ କୋଟି ନିବେଶ ଆଉ ୫୦ କୋଟିର କାରବାର ଏବଂ ମାଧ୍ୟମ ୟୁନିଟ୍ ମାନଙ୍କ ପାଇଁ ୨୦ କୋଟି ନିବେଶ ଆଉ ୧୦୦ କୋଟିର କାରବାର କରୁଥିବେ। ଏଥିରେ ସମସ୍ତ ଉଦ୍ୟୋଗୀମାନଙ୍କୁ ଆଗକୁ ବଢିବ ପାଇଁ ବହୁତ ବଳ ମିଳିବ ।
ପୋଷାକ ଉତ୍ପାଦନକାରୀ MSME କ୍ଷେତ୍ର ପାଇଁ ଘୋଷଣା । ୨୦୦ କୋଟି ପର୍ଯ୍ୟନ୍ତ କିଣାବିକା ପାଇଁ ଗ୍ଲୋବାଲ ଟେଣ୍ଡର ର ଅବଶକ୍ୟକତା ନାହିଁ । ବିନା ଗ୍ଲୋବାଲ ଟେଣ୍ଡର ରେ ଏବେ କିଣାବିକା କରିପାରିବେ ।
୪୫ ଲକ୍ଷ ଏମ୍ଏସ୍ଏମ୍ଇ ସେକ୍ଟର ଏଥିରୁ ଉପକୃତ ହେବେ । ବାର୍ଷିକ ୧୦୦ କୋଟି ଟଙ୍କାର ନେଣଦେଣ କରୁଥିବା କମ୍ପାନି ଲାଭବାନ ହେବେ ।
ମୋଦୀ ସରକାରଙ୍କ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଅଭିଯାନର ପ୍ୟାକେଜ
ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ବଡ଼ ଘୋଷଣା
ବିନା ଗ୍ୟାରେଣ୍ଟିରେ ମିଳିବ ୩ ଲକ୍ଷ କୋଟିର ୠଣ
୪ ବର୍ଷ ପାଇଁ ମିଳିବ ୠଣ, ଗୋଟିଏ ବର୍ଷ କିସ୍ତି ଛାଡ଼
ଏମ୍ଏସ୍ଏମ୍ଇର ବିସ୍ତାର ପାଇଁ ୫୦ ହଜାର କୋଟି
କର୍ମଚାରୀଙ୍କ ଓ ନିଯୁକ୍ତି ଦାତାଙ୍କ ପାଇଁ ଘୋଷଣା
ଆଗରୁ EPF ଦିଅ ଯାଇଥିଲା, ଏବେ ଆଉ ୩ ମାସ ପାଇଁ EPF ଭରିବେ କେନ୍ଦ୍ର ସରକାର । ଜୁନ, ଜୁଲାଇ ଓ ଅଗଷ୍ଟ ମାସ ଏପିଏଫ୍ ଭରିବେ କେନ୍ଦ୍ର ସରକାର । କର୍ମଚାରୀଙ୍କ ୧୨% ଓ ନିଯୁକ୍ତି ଦାତାଙ୍କ ୧୨% କେନ୍ଦ୍ର ସରକାର ଦେବେ । ୩.୬୭ ଲକ୍ଷ ନିଯୁକ୍ତି ଦାତା ଓ ୭୨.୨୨ ଲକ୍ଷ କର୍ମଚାରୀ ଲାଭ ପାଇବେ ।
ପୂର୍ବରୁ ମାର୍ଚ୍ଚ, ଏପ୍ରିଲ ଓ ମେ’ ପାଇଁ ଦେବାକୁ ଘୋଷଣା ହୋଇଥିଲା । ୧୦୦ ରୁ କମ୍ କର୍ମଚାରୀ ଓ ୧୫ ହଜାରରୁ କମ୍ ବେସିକ୍ ଙ୍କୁ ଦେବେ କେନ୍ଦ୍ର ସରକାର । ଏଭଳି ସଂସ୍ଥାଙ୍କର ୧୨% ଦେବେ କେନ୍ଦ୍ର ସରକାର । ଯେଉଁ କର୍ମଚାରୀମାନେ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି ସେମାନଙ୍କ ଇପିଏଫ୍ କେନ୍ଦ୍ର ସରକାର ଭରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
ଏହାକୁ ଛାଡି ଅନ୍ୟ ସଂସ୍ଥାମାନଙ୍କ EPF ରେ ପରିବର୍ତନ କଲେ ସରକାର । ଘରକୁ ଅଧିକ ପଇସା ନେବା ପାଇଁ ସାଲାରି ର ବୃଦ୍ଧି ପାଇଁ ଏପିଏଫ୍ ୧୨% ରୁ ୧୦% କୁ ହ୍ରାସ କରିଛନ୍ତି । ଏଭଳି ସଂସ୍ଥାରେ ନିଯୁକ୍ତିଦାତା ୧୦% ଓ କର୍ମଚାରୀ ୧୦% ଏପିଏଫ୍ ଦେବେ । କରୋନା ଲକ୍ଡାଉନ୍ ପାଇଁ ବିଭିନ୍ନ ସେକ୍ଟର ବନ୍ଦ ରହିଛି । କର୍ମଚାରୀମାନଙ୍କୁ ଠିକ୍ରେ ଦରମା ମିଳୁନି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଅଣ ବ୍ୟାଙ୍କିଙ୍ଗ ଅର୍ଥ ଲଗାଣକାରୀ ସଂସ୍ଥା ପାଇଁ ମଧ୍ୟ୍ୟ ଅର୍ଥ ଘୋଷଣା ।
ହାଉସିଂ ଫାଇନାନ୍ସ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା ପାଇଁ ଅର୍ଥ ଘୋଷଣା । ସମୃକ୍ତ ବର୍ଗ ପାଇଁ ୩୦ ହଜାର କୋଟି ସହାୟତା ଘୋଷଣା ।
ବିଦ୍ୟୁତ ବିତରଣକାରୀ ଡ଼ିସ୍କମ୍ ପାଇଁ ବଡ ଘୋଷଣା କରିଛନ୍ତି । ଡ଼ିସ୍କମ୍ କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ଅର୍ଥ ଘୋଷଣା କରିଛନ୍ତି । ବିଦ୍ୟୁତ ବିତରଣକାରୀ ଡ଼ିସ୍କମ୍ ପାଇଁ ୯୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା ।
ସରକାରୀ ଠିକଦାରଙ୍କୁ ମହଲତ ଦେଲେ କେନ୍ଦ୍ର ସରକାର ।
ପ୍ରକଳ୍ପ କାର୍ଯ୍ୟ ପାଇଁ ୬ ମାସ ସମୟ ସୀମା ବଢ଼ିଲେ ସରକାର । ସର୍ବନିମ୍ନ ୩ ମାସ ରୁ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ମହଲତ ବୃଦ୍ଧି କଲେ ।
TDS ହ୍ରାସ ନେଇ ଘୋଷଣା

ଟିଡିଏସ୍ ହ୍ରାସ ନେଇ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ୨୫% ଟିଡିଏସ୍ ହ୍ରାସ ନେଇ ଘୋଷଣା କଲେ ନିର୍ମଳା ସୀତାରମଣ । “୨୫% ଟିଡିଏସ୍ ହ୍ରାସ ଦ୍ଵାରା ଟିକସଦାତାଙ୍କୁ ୫୦ ହଜାର କୋଟି ଲାଭ” ହେବ ।
ଇନକମ ଟ୍ୟାକ୍ସ ରିଟର୍ଣ୍ଣ କୁ ନେଇ ଅର୍ଥମନ୍ତ୍ରୀ ଙ୍କ ଘୋଷଣା । ଜୁଲାଇ ୩୧ ଓ ଅକ୍ଟୋବର ୩୧ ରେ ସରୁଥିବା ରିଟର୍ଣ୍ଣ ଅବଧିକୁ ବୃଦ୍ଧି କରିଛନ୍ତି । ଜୁଲାଇ ଓ ଅକ୍ଟୋବରରେ ଥିବା ରିଟର୍ଣ୍ଣ ଅବଧିକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି । ଟ୍ୟାକ୍ସ ଅଡିଟ ମଧ୍ୟ୍ୟ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛନ୍ତି । ଟ୍ୟାକ୍ସ ଆସେସମେଣ୍ଟ ତାରିଖ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧ କୁ ବୃଦ୍ଧି କରିଛନ୍ତି ।
ରିୟଲ ଇଷ୍ଟେଟ ସେକ୍ଟର ପ୍ରତି କେନ୍ଦ୍ର ସରକାରଙ୍କ ଘୋଷଣା
ରେଜିଷ୍ଟ୍ରେସନ ଓ କାର୍ଯ୍ୟ ସମାପନ ପାଇଁ ୬ ମାସ ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।
ଯୁବାଶକ୍ତି କୁ ରାଷ୍ଟ୍ରଶକ୍ତି କେମିତି ବନେଇବା
ଡିମାଣ୍ଡ ପାଇଁ ସପ୍ଲାଏ ଚେନ୍କୁ ମଜଭୁତ କରିବାକୁ ହେବ ବୋଲି କହିଛନ୍ତି ।
ଡିମାଣ୍ଡ ସପ୍ଲାଏ ଚେନ୍କୁ ମଜଭୁତ ବଜାଇ ରହିବ ଏବଂ ଅର୍ଥ ବ୍ୟବସ୍ତା କେମିତି ଆଗକୁ ବଢିବ
ପ୍ରଧାନମନ୍ତ୍ରୀ ମୋଦି ବଡ ବଡ ନିର୍ଣ୍ଣୟ ନେବା ପାଇଁ ମାହିର ବୋଲି କହିଛନ୍ତି ଅନୁରାଗ ଠାକୁର ।
Atmanirbhar Presentation
ଆପଣମାନଙ୍କୁ ଅନୁରୋଧ। ଘରେ ରୁହନ୍ତୁ ଆଉ ସୁରକ୍ଷା ରେ ରୁହନ୍ତୁ ଆଉ କରୋନା ସଂକ୍ରମଣରୁ ରକ୍ଷା ପାଆନ୍ତୁ।