ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଏକ ଭିଡ଼ିଓ ବହୁତ ଭାଇରାଲ ହେଉଛି। ଯେଉଁଥିରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଏଡିଜି ଅନୀଲ ସିଂ କହୁଥିବା ଶୁଣିବାକୁ ମିଳୁଛି କି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଅଳ୍ପ ଦୋଷ ଅଛି। ଏହି ଭିଡ଼ିଓ ଭାଇରାଲ ହେବ ସହ ପ୍ରଶଂସକ ଏହା ଜାଣିବାକୁ ଚାହିଁଛନ୍ତି କି ସତ କଣ। ପ୍ରଶଂସକ ଓ ମିଡିଆ ଲଗାତର ପ୍ରଶ୍ନ କରିବା ଦ୍ଵାରା ଏବେ ଏନସିବି ତରଫରୁ ଏହାର ଉତ୍ତର ମିଳିଛି।
ଏନସିବି ତରଫରୁ ଜଣେ କର୍ମଚାରୀ ନିଜ ନାମ ନ ଛପାଇବା ପାଇଁ ମନା କରି କହିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କର କୌଣସି ନେବା ଦେବା ନାହିଁ।ତା ସହ ସେ ଏହା ମଧ୍ୟ କହିଛନ୍ତିକି ରିୟା ଓ ସୌକିବଙ୍କ କେସରେ ଦେଢ଼ କିଲୋ ଡ୍ରଗ୍ସ ଜବତ କରାଯାଇଛି। ଏହା ଦ୍ଵାରା ରିୟା ଓ ସୌକିବଙ୍କୁ ୧୦-୨୦ ବର୍ଷର ସଜା ହୋଇପାରେ।

ଏହା ସହିତ ଯେବେ ସେହି ଅଧିକାରୀଙ୍କୁ ପ୍ରେସ କର୍ମଚାରୀ ପ୍ରଶ୍ନ କରିଥିଲେ କି ଅନୀଲ ସିଂ କୋର୍ଟରେ କହିଥିଲେ କି ରିୟାଙ୍କର ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଅଳ୍ପ ହାତ ଅଛି।”ଏହାର ଅର୍ଥ କଣ” ? ଏହାର ଉତ୍ତରରେ ସେ କହିଛନ୍ତି “ଏହା ଭୁଲ ବୟାନ ଅଟେ , ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆମର ଯାଞ୍ଚ ନୁହେଁ ଆମ ଯାଞ୍ଚ ଅଲଗା ଅଟେ।ମୃତ୍ୟୁ ମାମଲାର ଯାଞ୍ଚ ସିବିଆଇ କରୁଛି। ଆମର ଯାଞ୍ଚ ମୃତ୍ୟୁ ମାମଲାର ନୁହେଁ। ଏହି କଥାକୁ ବି ଅନୀଲ ସିଂ କୋର୍ଟରେ କହିଥିଲେ କିନ୍ତୁ ଏହି କଥାର ଭୁଲ ଅର୍ଥ ବାହାର କରାଯାଉଛି”।

ଏହା ପରେ ପ୍ରେସ କର୍ମଚାରୀ ସେହି ଏନସିବିର କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ କି ଏହି ଡ୍ରଗ୍ସ ମାମଲାରେ କେଉଁ ପୁରୁଷ ଅଭିନେତା ଅଛନ୍ତି। ଏହାର ଉତ୍ତରରେ କର୍ମଚାରୀ କହିଥିଲେ’ ଏହା ଯାଞ୍ଚର ବିଷୟ ଅଟେ। ଏହା ବିଷୟରେ ଏବେ କହିବା ଠିକ ନୁହେଁ। ଏହା ପାଇଁ ସମୟ ଅଛି। ଏହା ସହ ମିଡ଼ିଆକୁ ଯାହା କିଛି ମିଳୁଛି ସେ ଲୋକଙ୍କୁ ସବୁ ଦେଉଛନ୍ତି ତାହା ଠିକ ନୁହେଁ। ଏବେ ପର୍ଯ୍ୟନ୍ତ କାହାକୁ ସମ୍ପୂର୍ଣ ତଥ୍ୟ ଦିଆଯାଇନାହିଁ।ଆମେ ଆମ ଅଭିଯୋଗ ଫାଇଲ କରିବାକୁ ଯାଉଛୁ। ଯେମିତି ଆଗକୁ ଆଗକୁ ଅଧିକ ସୂଚନା ମିଳିବା ଆମେ ଦେଇ ଚାଲିବୁ’।
କହିରଖିବୁ କି ଅଧିକାରୀ ଜଣକ କହିଛନ୍ତି ଏବେ ପର୍ଯ୍ୟନ୍ତ ଏହି ମାମଲାରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ତା ସହିତ ରିୟା ଚକ୍ରବର୍ତ୍ତୀ ଓ ସୌକିବଙ୍କୁ ନେଇ ଏନସିବି କୋର୍ଟରେ ଅନେକ ଖୁଲାସା କରିଛନ୍ତି। ଅଧିକାରୀ କହିଛନ୍ତି କି ରିୟାଙ୍କୁ ଘରୁ ଦେଢ଼ କିଲୋ ଡ୍ରଗ୍ସ ଜବତ କରାଯାଇଛି। ତା ସହିତ ବହୁତ ମାତ୍ରାରେ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି।ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ୧୦-୨୦ ବର୍ଷର ସଜା ହୋଇପାରେ।