ଭାରତୀୟ ପୂର୍ବ କ୍ରିକେଟର ଯୁବରାଜ ସିଂଙ୍କ ନାମରେ ରବିବାର ଅର୍ଥାତ ୧୪ ଫେବୃଆରୀକୁ ହରିୟାଣା ପୋଲିସ ଏକ ଏଫଆଇଆର ଦର୍ଜ କରିଛି। ଏହି ଏଫଆଇଆର ହିସାର ଜିଲ୍ଲାର ହାଁସି ଥାନାରେ ଦର୍ଜ କରାଯାଇଛି। ପୋଲିସ ଯୁବରାଜଙ୍କ ବିପକ୍ଷରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୧୫୩, ୧୫୩ ଏ, ୨୯୩ ,୫୦୫ ବ୍ୟତୀତ ଏସି ଏସ୍ଟିର ଧାରା ୩(୧)(ଆର) ଆଉ ୩(୧)(ଏସ) ସହିତ ଏଫଆଇଆର ଦର୍ଜ କରିଛି।

ଯୁବରାଜଙ୍କ ଉପରେ ୨୦୨୦ରେ ଦଳିତ ଲୋକମାନଙ୍କ ଉପରେ ଟିପ୍ପଣୀ କରିବା ନେଇ କମ୍ପ୍ଲେନ କରାଯାଇଛି। ଭାରତୀୟ ଦଳିତ ଆଉ ହୁମାନ ରାଇଟସର ସଂଯୋଜକ ରଜତ କଲସନଙ୍କର କମ୍ପ୍ଲେନ ଦ୍ୱାରା ଏଫାଇଆର ର ଶିକାର ହେଇଥିଲେ। ସେ ୟୁଜବେନ୍ଦ୍ର ଚାହଲଙ୍କ ସହ ଲାଇଭ ଚାଟ କରିବା ସମୟରେ କିଛି ଜାତିଗତ ଟିପ୍ପଣୀ କରିଥିଲେ ଯାହା ଭାରତୀୟ ଦଳିତ ମାନଙ୍କର ଭାବନାକୁ ଠେସ ପହଞ୍ଚେଇଛି। ଏହାଦ୍ୱାରା ଯୁବରାଜଙ୍କ ଉପରେ ଏତେ ଘୃଣା ଭାବ ବର୍ଷିଲା କି #ଯୁବରାଜ-କ୍ଷମା-ମାଗନ୍ତୁ ଟ୍ୱିଟ ବହୁତ ଭାଇରାଲ ହେଇଥିଲା।
ଏହାପରେ ଯୁବରାଜ ଟ୍ୱିଟରରେ କ୍ଷମା ମାଗି କହିଲେ ,”ମୁଁ କେବେ ବି ଜାତିଗତ,ବର୍ଣଗତ ତଥା ଧର୍ମଗତ ଭେଦଭାବକୁ ସମର୍ଥନ କରି ନଥାଏ। ମୁଁ ନିଜର ଜୀବନ ଲୋକମାନଙ୍କର ଭଲ କରିବା ପାଇଁ ବଞ୍ଚିଥିଲି ଆଉ ଏଯାଏ ବଂଚି ଆସୁଛି। ମୁଁ ସମସ୍ତ ମଣିଷର ଆତ୍ମ ସମ୍ମାନକୁ ସର୍ବଦା ସମର୍ଥନ କରେ। ଆଉ ଏହା ମୁଁ ଆଜି ସ୍ପଷ୍ଟ କରିଦେବାକୁ ଚାହୁଁଛି।”

ଏହା ହେଉଛି ମାମଲା: ରୋହିତଙ୍କ ସହ ଲାଇଭ ଚାଟ ଭିତରେ ଯୁବରାଜ କହିଲେ , ” କୂଳଦୀପ ବି ଅନଲାଇନ ଆସିଗଲା।’ ଏହା ଉପରେ ରୋହିତ ଶର୍ମା କହିଲେ କି “କୂଳଦୀପ ଅନଲାଇନ ଅଛନ୍ତି, ଆଉ ସମସ୍ତେ ଅନଲାଇନ ଅଛନ୍ତି। ଏମାନେ ବାସ ଏହିପରି ହିଁ ମସ୍ତି କରୁଛନ୍ତି।” ଏହା ଉପରେ ଯୁବରାଜ କହିଲେ , ” ଏହି ଲୋକଙ୍କର କିଛି କାମ ହିଁ ନାହିଁ।” ଏହା ଉପରେ ରୋହିତ କହିଲେ , ” ୟୁଜି ଚାହାଲଙ୍କୁ ହିଁ ଦେଖ। ମସ୍ତ ଭିଡିଓ ରଖିଛି ନିଜର ଆଉ ନିଜ ଫ୍ୟାମିଲି ସହ। ମୁଁ ତାଙ୍କୁ କହିଲି କି ନିଜ ବାପାଙ୍କୁ ନଚାଉଛୁ ପାଗଳ ତ ନୁହଁ।” ତାଙ୍କର ଏହି ଟିପ୍ପଣୀ ଉପରେ ହିଁ ଏତେ ମାମଲା ହେଇଗଲା।
ଯୁବରାଜଙ୍କ ବିପକ୍ଷରେ ୮ ମାସ ଆଗରୁ ହିଁ କମ୍ପ୍ଲେନ କରାବଯାଇଥିଲା ମାତ୍ର ପୋଲିସ ଏବେ ଯାଇ ଏଫଆଇଆର ଦର୍ଜ କଲା। ମିଡିଆ ରିପୋର୍ଟ ମୁତାବିକ ଲମ୍ବା ସମୟ ଯାଏ ଯୁବରାଜଙ୍କ ଉପରେ କିଛି କାର୍ଜ୍ୟବାହି ନ କରାଯିବାରୁ କଲସନ ଅଦାଲତ ଆଡକୁ ଗଲେ। କୋର୍ଟ ଆଦେଶ ପରେ ହରିୟାଣା ପୋଲିସ ଏଫଆଇଆର ଦର୍ଜ କଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।