ମୁମ୍ବାଇ ପୋଲିସ କହିଛି ଯେ ଦୁଇ ବର୍ଷ ପୁରୁଣା ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ଗିରଫ କରାଯାଇଥିଲା । ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କରି ଗିରଫକୁ ନିନ୍ଦା କରିଥିବା ଅନେକ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯେତେବେଳେ ଇନ୍ଦିରା ଗାନ୍ଧୀ ସରକାର ଗଣମାଧ୍ୟମକୁ ଖଣ୍ଡବିଖଣ୍ଡିତ କରିଥିଲେ ଏବେ ତାହା ହୋଇଛି ।

୨୦୧୮ ରେ ୫୩ ବର୍ଷିୟ ଇଣ୍ଟେରିୟର ଡିଜାଇନର୍ ଅନଭୟ ନାୟକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟାକୁ ନେଇ ରିପବ୍ଲିକ୍ ମୁଖ୍ୟ ଏଡିଟର୍ ଙ୍କୁ ଗିରଫ କରାଯାଇଛି । ସେ ଏକ ଆତ୍ମହତ୍ୟା ନୋଟରେ ଶ୍ରୀ ଗୋସ୍ୱାମୀଙ୍କ ନାମ ଲେଖିଥିଲେ ଏବଂ ଚ୍ୟାନେଲର ସେଟ୍ ଅପ୍ ଡିଜାଇନ୍ କରିବା ପରେ ରିପବ୍ଲିକ୍ ଟିଭି ତାଙ୍କୁ ତାଙ୍କ ଦେୟ ପ୍ରଦାନ କରିନଥିବା ଅଭିଯୋଗ କରିଥିଲେ । ଏବେ ମହିଳା ପୋଲିସ ଅଧିକାରୀଙ୍କ ଉପରେ ଖରାପ ବ୍ୟବହାର କରିବା ଅଭିଯୋଗରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରେ ଆଉ ଏକ FIR ଦାଖଲ ହୋଇଛି ।
ପୋଲିସର ଏକ ଅଧିକାରୀ କହିଲେ ଯେ ଅଲିବାଗ ପୋଲିସର ଏକ ଦଳ ଗୋସ୍ବାମୀଙ୍କୁ ତାଙ୍କ ଘରୁ ଗିରଫ କରିଛି । ଏବେ ମୁମ୍ବାଇ ପୋଲିସ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରେ FIR ଦାଖଲ କରିଛନ୍ତି । ଏହି FIR ରେ କୁହାଯାଇଛି ଯେ ପୋଲିସ ଟିମ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିବା ପାଇଁ ପହଁଚିଲେ ସେତେବେଳେ ଅର୍ଣ୍ଣବ ଗୋସ୍ବାମୀ ମହିଳା ପୋଲିସ ଅଧିକାରୀଙ୍କୁ ଖରାପ ବ୍ୟବହାର କଲେ ।
ଗିରଫ ମାମଲାରେ ପୋଲିସର ଏହା ଥିଲା ବୟାନ:
ଅଧିକାରୀ କହିଲେ ଯେ ୨୦୧୮ରେ ଗୋଟିଏ ଆକରିଟେକ ଏବଂ ତାଙ୍କ ମା କଥିତ ରୂପରେ ଗୋସ୍ବାମୀଙ୍କ ରିପ୍ଲବିକ ଟିଭି ଦ୍ଵାରା ତାଙ୍କ ବକେୟା ପୈଠ ନକରିବାରୁ ଆତ୍ମହତ୍ୟା କରିଥିଲେ ।

ଏହି ବର୍ଷ ମଇରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆକରିଟେକ ଅନଭୟ ନାୟକଙ୍କର ଝିଅ ଆଦନ୍ୟା ନାଏକଙ୍କର ନୂଆ ଅଭିଯୋଗ ଆଧାର ଉପରେ ଯାଞ୍ଚ ପାଇଁ ଆଦେଶ ଦେବାକୁ ଘୋଷଣା କରିଥିଲେ ।
ଦେଶମୁଖ କହିଲେ ଯେ ଅଦନ୍ୟା ଆରୋପ ଲଗାଇଛନ୍ତି ଯେ ଅଲିବାଗ ପୋଲିସ ଗୋସ୍ବାମୀଙ୍କ ଚ୍ୟାନେଲ ଦ୍ଵାରା ବକେୟା ପୈଠ ନ କରିବାର ମାମଲା ଯାଞ୍ଚ କରିନାହାନ୍ତି । ତାଙ୍କର ଏହା ଦାବି ଅଛି ଯେ ଏହି କାରଣରୁ ତାଙ୍କ ବାପା ଏବଂ ଦାଦି ୨୦୧୮ ମଇରେ ଆତ୍ମହତ୍ୟା କରିଦେଇଛନ୍ତି ।
“ଅର୍ଣ୍ଣବ କହୁଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଗିରଫ କରାଯିବା ଉଚିତ ଯେଉଁଠାରେ ଆତ୍ମହତ୍ୟା ନୋଟ୍ ନଥିଲା । ହେଲେ ମୋ ସ୍ୱାମୀ ଅର୍ଣ୍ଣବ ଏବଂ ଅନ୍ୟ ଦୁଇଜଣଙ୍କ ନାମରେ ଏକ ଆତ୍ମହତ୍ୟା ନୋଟ ଛାଡିଥିଲେ କିନ୍ତୁ ଗିରଫ କରାଯାଇ ନଥିଲା । ଏହି ନାଟକ କିପରି?” ନାୟକଙ୍କ ପତ୍ନୀ ଅକ୍ଷତା ସାମ୍ବାଦିକମାନଙ୍କୁ କହିଛନ୍ତି ।
ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରକୁ ପତ୍ରକାର ସଂଗଠନ ଏବଂ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର କହିଛନ୍ତି ଯେ ଏହି ମହାରାଷ୍ଟ୍ରରେ, “ପ୍ରେସର ସ୍ୱତନ୍ତ୍ରତା ଉପରେ ଆକ୍ରମଣ ହେଇଛି” ଏବଂ ଏହା ଦ୍ଵାରା “ଜରୁରୀ ଜରୁରୀକାଳୀନ ଦିନ” ମନେପଡୁଛି ।
FIR registered against Republic TV Editor-in-chief Arnab Goswami for allegedly assaulting a lady police officer when police team reached his residence in Mumbai this morning.
— ANI (@ANI) November 4, 2020
ଏପଟେ ନ୍ୟୁଜ ବ୍ରଡକାଷ୍ଟ ଆସୋସିଏସନ (ଏନବିଏ) କହିଛି ଯେ ଯଦି ସେ ଗୋସ୍ବାମୀଙ୍କର “ପତ୍ରକାରିତା ଶୈଳୀ” ଉପରେ ଏକମତ ନୁହେଁ, ହେଲେ ଯଦି ଅଧିକାରୀମାନେ ମିଡିଆ ସମ୍ପାଦକ ବିପକ୍ଷରେ “ବଦଳର କିଛି ପଦକ୍ଷେପ” ନେଇଛନ୍ତି ତେବେ ସଙ୍ଗଠନ ଏହାର ଘୋର ନିନ୍ଦା କରୁଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।