ଜଳିଚାଲିଛି ୬ ଜଙ୍ଗଲ, କେମିତି ଲାଗିଲା ନିଆଁ? ଦେଖନ୍ତୁ ଭାଇରଲ ହେଉଥିବା ଭିଡିଓ

ମଣିଷ ଆଜି ଚନ୍ଦ୍ର ପୁଷ୍ଟରେ ପହଁଚିସାରିଲାଣି ସତ କିନ୍ତୁ ଏବେ ମଧ୍ୟ ମଣିଷ ପ୍ରକୃତିର କରାଳ ରୂପ ଆଗରେ ନତମସ୍ତକ ଅଟେ। ସେହିପରି ଏବେ ପ୍ରକୃତି ତୁର୍କୀରେ ସୃଷ୍ଟି କରିଛି ଏମିତି କିଛି ରୂପ। ଏବେ ତୁର୍କୀର ଅନେକ ଜଙ୍ଗଲରେ ଏବେ ଏକାସାଙ୍ଗରେ ନିଆଁ ଲାଗିଯାଇଛି। ଏକାସାଙ୍ଗରେ ଏତେ ଜଙ୍ଗଲରେ ନିଆଁ ଲାଗିଥିବାରୁ ପରିସ୍ଥିତି ସମ୍ଭାଳିବା କଷ୍ଟକର ହୋଇଯାଇଛି। ରିପୋର୍ଟ ଅନୁସାରେ ଏବେ ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଗଲାଣି ଓ ୫୦ ରୁ ଅଧିକ ଲୋକ ନିଆଁ ଦ୍ଵାରା ଆଘାତ ହୋଇ ମେଡିକାଲରେ ରହିଛନ୍ତି। ଏବେ ପର୍ଯ୍ୟନ୍ତ ଅନେକ ଲୋକ ନିଆଁରେ ଫସିରହିଛନ୍ତି ତେଣୁ ଆଉ ମଧ୍ୟ ମୃ-ତ୍ୟୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ତ୍ରୁର୍କୀର ଦକ୍ଷିଣ ଅଞ୍ଚଳରେ ଏହି ନିଆଁ ଲାଗିଛି।କିପରି କେଜାଣି ୨୮ ତାରିଖରୁ ଅନେକ ଜଙ୍ଗଲରେ ଏକାସାଙ୍ଗରେ ନିଆଁ ଲାଗିଯାଇଛି ଯାହା ଦ୍ୱାରା ସେ ସେହି ସବୁ ଅଞ୍ଚଳ ବାସୀଙ୍କୁ ସୁରକ୍ଷିତ ସହ ସ୍ଥାନାନ୍ତର କରାଯାଇଛି। ତୁର୍କୀର କୃଷି ଏବଂ ଜଙ୍ଗଲ ମନ୍ତ୍ରୀ ବେକିର ପକଡେମିର୍ଲି ମିଡ଼ିଆକୁ କହିଛନ୍ତିକି ଆଣ୍ଟାଲ୍ୟା ଅଞ୍ଚଳରେ ଲାଗିଥିବା ନିଆଁକୁ ଲିଭାଯାଇଛି ସତ କିନ୍ତୁ ଆକସେକି ଜିଲ୍ଲାରେ ଲାଗିଥିବା ନିଆଁ ବର୍ତ୍ତମାନ ପର୍ଯ୍ୟନ୍ତ କାବୁକରାଯାଇପାରିନି ଓ ଏବେ ୬ ଟି ଜଙ୍ଗଲରେ ଏକାସାଙ୍ଗରେ ନିଆଁ ଲାଗିଯାଇଛି।

ଏବେ ପର୍ଯ୍ୟନ୍ତ ଏହି ନିଆଁଲୁ ଆୟତ୍ତ କରିବା କାର୍ଯ୍ୟରେ ୫ଟି ସୈନ୍ୟ ବିମାନ ସହ ୪୫ ଟି ହେଲିକପ୍ଟର ,ଡ୍ରନ ଓ ୧୦୮୦ ଜଣ ଅଗ୍ନିସମ କର୍ମଚାରୀ ଲାଗିପଡିଛନ୍ତି। ନିଆଁ ଏତେ ଅଞ୍ଚଳରେ ଲାଗିଯାଇଛିଯେ ଏବେ ୧୧୪୦ ଅଞ୍ଚଳରେ ଏକାସାଙ୍ଗରେ ନିଆଁ ଲାଗିଯାଇଛି। ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ। କହିରଖିବୁକି ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ଯୋଗାଯୋଗ ନିର୍ଦେଶକ ଫାଟେରିନ ଅଲଟୁନ କହିଛନ୍ତିକି ଏବେ ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନି ଆଗ ନିଆଁ ଆୟତ୍ତ ହେବା ପରେ ଏହା ଉପରେ ତଦନ୍ତ କରାଯିବକି କିପରି ଏହି ନିଆଁ ଏତେ ସ୍ଥାନରେ ଏକାସାଙ୍ଗରେ ଲାଗିଲା। ଯେହେତୁ ଏତେ ମାତ୍ରାରେ ନିଆଁ ଲାଗିଛି ସେଠାକାରେ ରହୁଥିବା ଲୋକଙ୍କୁ ଅନ୍ୟ ଜାଗାକୁ ନେଇ ରଖାଯାଇଛି। କହିରଖୁଛୁ ପ୍ରକୃତି ମା ସବୁଠୁ ଶକ୍ତିଶାଳୀ, ଦୟାକରି ବିନତି କରୁଚୁ ଗଛ କାଟନ୍ତୁ ନାହିଁ । ଗଛ ଲଗାନ୍ତୁ ଏବଂ ତାହାର ଯତ୍ନ ନିଅନ୍ତୁ। ଯାହା ଦ୍ୱାରା ଆମ ପୃଥିବୀ ଠିକ ରହିବ ଏବଂ ବାତାବରଣ ମଧ୍ୟ ଉଚିତ ରହିବ। ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *