ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୩୦ ଜାନୁଆରୀକୁ ୨୦୨୧ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀ ମାନଙ୍କୁ ସମ୍ବୋଧିତ କଲେ। ୭୩ତମ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ମୋଦି ଗଣତନ୍ତ୍ର ଦିବସ ୨୦୨୧ରେ କୃଷକ ମାନଙ୍କର ଟ୍ରାକ୍ଟର ରାଲିରେ ହେଇଥିବା ହିଂସାର ସମ୍ବୋଧନ କଲେ ଆଉ କହିଲେ କି ୨୬ ଜାନୁଆରୀରେ ହେଇଥିବା ତ୍ରିରଙ୍ଗାର ଅପମାନ ଉପରେ ଦେଶ ଦୁଃଖିତ ଅଟେ।

ପିଏମ କହିଲେ ” ମନ କି ବାତ କଣ ଅଟେ।”:
ପିଏମ ମୋଦି କହିଲେ କି ‘ଯେତେବେଳେ ମୁ ମନ କି ବାତ କରେ, ମୋତେ ଲାଗେ କି ମୁ ଆପଣ ମାନଙ୍କ ଗହଣରେ ବସି ଆପଣଙ୍କ ସହ କଥା ହେଉଛି। ଯେଉଁ ଛୋଟ ଛୋଟ କଥା, ଦୁଃଖ ତଥା ସୁଖ ଆମେ ଆମ ନିଜ ଭିତରେ ସେୟାର କରୁ ଆଉ ନିଜର ସମସ୍ୟା ସଵୁ ଆଲୋଚନା କରି ବାସ ଏଇଟା ହିଁ ମନ କି ବାତ।”
‘ତ୍ରିରଙ୍ଗାର ଅପମାନରେ ଦେଶ ଦୁଃଖିତ’ କହିଲେ ପ୍ରଧାନମନ୍ତ୍ରୀ:
ପ୍ରଧାନମନ୍ତ୍ରୀ ମୋଦି କହିଲେ କି “ଆମେ ଏଥର ଅସାଧାରଣ କାର୍ଯ୍ୟ କରିଥିବା ଲୋକ ମାନଙ୍କୁ ସମ୍ମାନିତ କଲୁ। ପୁରସ୍କୃତ ହେଇଥିବା ଲୋକ ମାନଙ୍କ ଭିତରେ ସେହି ଲୋକ ବି ସାମିଲ ଅଛନ୍ତି ଯିଏ ମାନବ କଲ୍ୟାଣ ପାଇଁ ବହୁତ କିଛି କରିଛନ୍ତି। ସେମାନଙ୍କ ପୃରସ୍କାରରେ ଦେଶ ବହୁତ ସୁଖୀ ହେଲା।” ସେ ପୁଣି ଆଗକୁ କହିଲେ, ” ଏହା ଭିତରେ କିଛି ଲୋକ ତଥା କୃଷକ ଦେଶର ଜାତୀୟ ପତାକାର ଅପମାନ କଲେ ଯାହା କି ବହୁତ ଦୁଖମୟ ଥିଲା। ଏହା ଦେଖି ଦେଶବାସୀ ବହୁତ ଦୁଃଖିତ। ଆମକୁ ଆମ ସଂଯମତାକୁ ଅଲଗା ସ୍ତର ଯାଏ ନେବାକୁ ହେବ। ଆମେ ପୂର୍ବ ବର୍ଷ ବହୁତ ସଂଯମତା ଦେଖେଇଥିଲୁ ଆଉ ଏଥର ବି ସେତିକି ସାହାସ ଦେଖେଇବାକୁ ହେବ।”

ଭାକସିନେସନ ଦୁନିଆ ପାଇଁ ଉଦାହରଣ:
ମୋଦି କହିଲେ ” ଏହି ବର୍ଷ ଭାରତ ପାଇଁ କରୋନା ଭାଇରସ ସହ ଲଢ଼େଇକୁ ପ୍ରାୟ ଏକ ବର୍ଷ ହେଇଯିବ। ଯେପରି ହି ଭାରତର କରୋନା ସହ ଲଢେ଼ଇ ଦୁନିଆରେ ଗୋଟେ ଉଦାହରଣ ହେଇ ସାରିଛି , ସେପରି ହିଁ ଭାରତର ଭ୍ୟାକ୍ସିନେସନ ଦୁନିଆ ପାଇଁ ଗୋଟେ ବଡ ଉଦାହରଣ ସୃଷ୍ଟି ହେବ। ଆମେ ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ ପ୍ରୋଗ୍ରାମ ନେଇ ଓହ୍ଲେଇ ସାରିଛୁ। ଆଉ ଆମେ ଆମ ନାଗରିକ ମାନଙ୍କୁ ଦୁନିଆରେ ସବୁଠୁ ଶୀଘ୍ର ଭ୍ୟାକ୍ସିଂ ଦେଉଛୁ। ଏହା ଆତ୍ମନିର୍ଭର ଭାରତର ଭାବନା ଅଟେ।”
ଦେଶର ଯୁବ ମାନଙ୍କୁ ଏହି ଅପିଲ କଲେ:
ପିଏମ ମୋଦି ଆଗକୁ ମନ କି ବାତ ରେ କହିଲେ ” ଆମ ଦେଶର ସବୁ କୋଣ ଅନୁକୋଣରେ ସ୍ୱତନ୍ତ୍ରତା ପାଇଁ ଲଢେଇ ହେଇଥିଲା। ଦେଶର ସମସ୍ତ କୋଣରେ ଏପରି ବୀର ତଥା ବିରଙ୍ଗନା ମନେ ଜନ୍ମ ନେଇ ଥିଲେ ଯିଏ କି ଭାରତକୁ ସ୍ୱତନ୍ତ୍ରତା ଦେଇଥିଲେ। ଆଜି ମୁଁ ଏହି ମନ କି ବାତରେ ନିଜ ଦେଶବାସୀ ବିଶେସ କରି ନିଜର ଯୁବ ଜନତା ମାନଙ୍କୁ ଏହା କହିବାକୁ ଚାହୁଁଛି କି ଦେଶର ବୀର ପୁରୁଷ ମାନଙ୍କ ବାବଦରେ ବହି ଲେଖନ୍ତୁ ଆଉ ତାଙ୍କର ଲିଖନ ପାଠ କରନ୍ତୁ।”
ପର୍ଯ୍ୟବର୍ଣ ସହ ଖୋଲିଲା ଆମଦାନୀର ରାସ୍ତା:
ପିଏମ ମୋଦି ଆଗକୁ ଯାଇ କହିଲେ ” ହାଇଦ୍ରାବାଦର ବୋଇନପଲ୍ଲୀର ଏକ ସ୍ଥାନୀୟ ପରିବା ଦୋକାନ ଯାହା କରୁଛି ତାହା ବହୁତ ବଡ଼ ଉଦାହରଣ ଅଟେ। ଏଠାରେ ଏହା ସ୍ଥିର କରି ଦିଆ ଯାଇଛି କି ବଞ୍ଚିଥିବା ପରିବା ମାନଙ୍କୁ ଫୋପାଡ଼ି ନ ଦିଆଯାଇ ତା ଠାରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯିବ। ଏହିପରି ଉଦାହରଣ ଅରୁନାଚଳ ପ୍ରଦେଶର ତାବଙ୍ଗରେ ବି ଦେଖିବାକୁ ମିଳେ। ଏଠାରେ ବହୁ କାଳରୁ ମୋନ ସୁଗୁ ନାମକ ଏକ ପେପର ବନା ଯାଉଛି ଯାହା ପାଇଁ ଗଛ କାଟିବାକୁ ପଡି ନଥାଏ। ପର୍ଯ୍ୟବର୍ଣ ଆମଦାନୀର ମାଧ୍ୟମ ହେଇପାରେ।

ମୋଦି ମହିଳା ପାଇଲଟ ମାନଙ୍କର ପ୍ରଶଂସା କଲେ:
ମୋଦି ଆଗକୁ କହିଲେ କି କିଛି ଦିନ ଆଗରୁ ଆପଣ ଦେଖିଥିବେ କି ଆମେରିକାର ସ୍ୟାନ ଫ୍ରାଂସିସ୍କୋରୁ ଭାରତ ଯାଏ ଏକ ଏତେ ଲମ୍ବା ଫ୍ଲାଇଟ ଭାରତୀୟ ଚାରିଜଣ ମହିଳା ମାନେ ସମ୍ଭାଳିଲେ। ଏଥିରେ ପ୍ରାୟ ଦଶ ହଜାରରୁ ଅଧିକ କିମି ଲମ୍ବା ଏକ ଫ୍ଲାଇଟ ନେଇ ସେମାନେ ପ୍ରାୟ ୨୫୦ ରୁ ଅଧିକ ଯାତ୍ରୀଙ୍କୁ ଆଣିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।