ଜୋ ରୁଟଙ୍କର ଦ୍ଵିଶତକ ପରେ ଅମିତାଭ ବଚନଙ୍କୁ ୫ ବର୍ଷ ପରେ ଫ୍ଲିଣ୍ଟଫ ଦେଲେ ଜବାବ । କହିଦେଲେ ଏହି ବଡ଼ କଥା ।

ଇଂଲଣ୍ଡ ଅଧିନାୟକ ଜୋ ରୁଟ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବହୁତ ଉନ୍ନତ ବ୍ୟାଟିଂ କରିକି ଦ୍ଵିଶତକ ଲଗେଇଲେ। ସେ ୨୧୮ ରନର ବହୁତ ଉତ୍ତମ ଇନିଂସ ଖେଳିଲେ ଆଉ ପ୍ରଥମ ଦିନ ବ୍ୟାଟିଂ କରିକି ଶତକ ଲଗେଇଲେ ଆଉ ଦ୍ୱିତୀୟ ଦିନ ବି ଭଲ ବ୍ୟାଟିଂ କରକି ନିଜ କ୍ୟାରିୟରର ପଞ୍ଚମ ଦ୍ୱିଶତକ ଲଗେଇଲେ। ତାଙ୍କର ଏହି ଇନିଂସ ଦ୍ୱାରା ଇଂଲଣ୍ଡର ପୂର୍ବ ଅଲରାଉଣ୍ଡର ଆଣ୍ଡରିଉ ଫ୍ଲିଣ୍ଟଫ ବହୁତ ପ୍ରସନ୍ନ ହେଇ ଯାଇଛନ୍ତି। ସେ ତାଙ୍କର ଏହି ଖୁସି ପରେ ସେ ଅମିତାଭ ବଚନଙ୍କର ପ୍ରାୟ ପାଞ୍ଚ ବର୍ଷ ପୁରୁଣା ଟ୍ୱିଟର ରିପ୍ଲାଇ ଦେଇଛନ୍ତି। ଅଭିନେତା ଅମିତାଭ ପାଞ୍ଚ ବର୍ଷ ପୂର୍ବରୁ ଯେପରି ଇଂଲଣ୍ଡ କ୍ୟାପଟେନ ରୁଟଙ୍କର ମଜାକ କରି ଥିଲେ, ଯେମିତି ହିଁ ଇଂଲଣ୍ଡ କ୍ୟାପଟେନ ଦ୍ଵିଶତକ ଲଗେଇଲେ ଫ୍ଲିଣ୍ଟଫ ତାଙ୍କର ସେହି ପୁରୁଣା ଟ୍ୱିଟ ଖୋଜି ଖୋଜି ତାଙ୍କୁ ରିପ୍ଲାଇ ଦେଲେ।

Google

ଫ୍ଲିଣ୍ଟଫ ଅମିତାଭ ଙ୍କର ସେହି ଟ୍ୱିଟର ଜବାବ ଦେଲେ ଯେଉଁଥିରେ ମହାନାୟକ ଲେଖିଥିଲେ ” ରୁଟ କିଏ, ମୂଳରୁ ଉଖାଡି ଦେବୁ ରୁଟ କୁ।” ଆପଣଙ୍କୁ କହି ରଖୁଛୁ କି ଏହି ମାମଲା ୨୦୧୬ରେ ଆରମ୍ବ ହେଲା ଯେଉଁ ସମୟରେ ଅନ୍ଦ୍ରୀଉ ଫ୍ଲିଣ୍ଟଫ ବିରାଟ କୋହଲିଙ୍କର ପ୍ରଶଂସା କରି କହି ଥିଲେ କି ଯଦି ବିରାଟ କୋହଲି ଏହିପରି ବ୍ୟାଟିଂ ଜାରି ରଖି ଥାଆନ୍ତି ତାହେଲେ ସେ ରୁଟ ଭଳି ଉନ୍ନତ ବ୍ୟାଟ୍ସମ୍ୟାନ ହେଇକି ବାହାରିବେ। ମାତ୍ର ପୂର୍ବ ପାଞ୍ଚ ବର୍ଷ ଭିତରେ ରୁଟଙ୍କୁ ବିରାଟ କୋହଲି ବହୁତ ପଛରେ ଛାଡି ଦେଲେ। ଆଉ ଏବେ ଚେନ୍ନାଇ ଟେଷ୍ଟରେ ଯେତେବେଳେ ରୁଟ ଦ୍ଵିଶତକ ଲଗେଇଲେ ତ ଫ୍ଲିଣ୍ଟଫ ଅମିତାଭଙ୍କର ପୁରୁଣା ଟ୍ୱିଟର ଜବାବ ଦେଲେ।

ବହୁତ ରେକର୍ଡ ଭାଙ୍ଗିଲେ ରୁଟ:

ଜୋ ରୁଟ ଚେନ୍ନାଇ ଟେଷ୍ଟରେ ପ୍ରଥମ ପାଳିରେ ଶତକ ବନେଇକି ବହୁତ ସାରା ରେକର୍ଡ ଭାଙ୍ଗି ଦେଲେ। ସେ ପ୍ରଥମ ବ୍ୟାଟ୍ସମ୍ୟାନ ହେଲେ ଯିଏ କି ନିଜର ୧୦୦ତ୍ତମ ଟେଷ୍ଟ ମ୍ୟାଚରେ ଶତକ ଆଉ ଦ୍ଵିଶତକ ଲଗେଇଲେ। ରୁଟ ପଞ୍ଚମ ଥର ପାଇଁ ଦ୍ଵିଶତକ ଲଗେଇଲେ ଆଉ ଏହା ସହିତ ହି ସେ ପୂର୍ବ ଅଧିନାୟକ ଏଲିଷ୍ଟାର କୁକଙ୍କର ରେକର୍ଡ ସହ ବରାବରୀ କରି ଦେଲେ। ଇଂଲଣ୍ଡ ପାଇଁ ସବୁଠୁ ଅଧିକ ୭ଟି ଦୋହରା ଶତକ ହେମଣ୍ଡ ନି ଲଗେଇଛନ୍ତି। ଏହା ସହିତ ରୁଟ ପ୍ରଥମ ଇଂଲଣ୍ଡ କ୍ୟାପଟେନ ବନିଲେ ଯିଏ କି କ୍ୟାପଟେନ ଭାବେ ତିନୋଟି ଦ୍ଵିଶତକ ଲଗେଇଲେ। ଏହା ହି ନୁହଁ ରୁଟ ପୂର୍ବ ୧୧ ବର୍ଷ ଭିତରେ ଭାରତରେ ଦ୍ଵିଶତକ ଲଗେଇବା ପ୍ରଥମ ବ୍ୟାଟ୍ସମ୍ୟାନ ହେଲେ। ଏହା ପୂର୍ବରୁ ୨୦୧୦ ମସିହାରେ ହାଇଦ୍ରାବାଦରେ ବ୍ରେଣ୍ଡନ ମ୍ୟାକଲମ ୨୨୫ ରନର ଇନିଂସ ଖେଳି ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *