ଫ୍ଲିପକାର୍ଟର ଖାସ ଅଫର। ବିଲକୁଲ ମାଗଣାରେ ସ୍ମାର୍ଟ ଫୋନ କିଣିବାର ସୁଯୋଗ। ଜାଣନ୍ତୁ କେମିତି କରିବେ ହାସଲ।

ୱାଲମାର୍ଟ ର ସ୍ୱାମୀତ୍ୱ ଵାଲା ବଡ଼ ଇ-କମର୍ସ କମ୍ପାନୀ ଫ୍ଲିପକାଟ ଆଜିକାଲି ଲୋକ ମାନଙ୍କ ପାଇଁ ଅନେକ ପ୍ରକାର ଅଫର ଆଣୁଛି। ଏହା ସହ ଏହି କମ୍ପାନୀ ବଡ ବଡ ସେଲ ମାନଙ୍କର ଆୟୋଜନ ବି କରୁଛି। ଏହି ଅଫର ମାନଙ୍କ ଭିତରେ ଗ୍ରାହକ ମାନଙ୍କୁ କାମ ରେଟରେ ସ୍ମାର୍ଟଫୋନ, ଗ୍ୟାଜେଟ, ଏଲେକ୍ଟ୍ରୋନିକ ଡିଭାଇସ ତଥା ଅନେକ ଜିନିଷ ବହୁତ କମ ଦାମରେ ମିଳି ପାରୁଛି। ଏହି ଥର କଂପାନୀ ଏକ ବଡ ଅଫର ଆଣୁଛି ଯାହା ଭିତରେ ବିଲକୁଲ ମାଗଣାରେ ଆପଣଙ୍କୁ ସ୍ମାର୍ଟ ଫୋନ ମିଳି ପାରିବ। ଏହି ଅଫର ୧୭ ଜାନୁଆରେ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଫର ଦ୍ୱାରା ଆପଣ ଫ୍ରି ରେ ସ୍ମାର୍ଟଫୋନ କିଣି ପାରିବେ। ତ ଚାଲନ୍ତୁ ଜାଣିବା ଏହି ଅଫର ବାବଦରେ।

Google

୧୭ ଜାନୁଆରୀ ଠାରୁ ଫ୍ଲିପକାଟର ସ୍ମାର୍ଟପ୍ୟାକ ପ୍ରୋଗ୍ରାମ ଆରମ୍ଭ ହେବାକୁ ଯାଉଛି ଯାହାଦ୍ୱାରା ଜଣେ ଦର୍ଶକ ମାଗଣାରେ ସ୍ମାର୍ଟଫୋନ ପାଇ ପାରିବ। ଏହା ଏକ ସବସ୍କ୍ରିପ୍ସନ ବେଶଡ଼ ପ୍ରୋଗ୍ରାମ ଅଟେ। ଏହାଦ୍ୱାରା ଜଣେ ଗ୍ରାହକକୁ ସ୍ମାର୍ଟଫୋନ କିଣୁଥିବା ସମୟରେ ୧୨କି ୧୮ମାସ ପାଇଁ ସବସ୍କ୍ରିପ୍ସନ କିଣିବାକୁ ହେବ ଯାହାର ଅବଧି ପୁରା ହେବା ପରେ ଗ୍ରାହକକୁ ଏହି ପଇସା ପୁଣି ଫେରସ୍ତ ମିଳିଯିବ।

ସ୍ମାର୍ଟପ୍ୟାକର ମାସିକ ଶୁଳ୍କ ୩୯୯ରୁ ଆରମ୍ଭ:

ଫୋନ କିଣୁଥିବା ସମୟରେ ଫ୍ଲିପକାଟ ଗ୍ରାହକଙ୍କୁ ଗୋଲଡ଼, ସିଲଭର ତଥା ବ୍ରୋଞ୍ଜ ଭଳି ସବସ୍କ୍ରିପ୍ସନ ଅଫର କରିବ। ଏଥିରେ ଅବଧି ୧୨ରୁ ୧୮ମାସ ରହିବ। ଏହି ସ୍ମାର୍ଟପ୍ୟାକ ସରିବା ପରେ ଗ୍ରାହକକୁ ପଇସା ଫେରସ୍ତ ମିଳିଯିବ। ଏହି ସବସ୍କ୍ରିପ୍ସନ ନେଲା ପରେ ଗ୍ରାହକକୁ ସୋନି ଲିଭ, ଜି ୫ ଇତ୍ୟାଦି ଚ୍ୟାନେଲ ଫ୍ରି ମିଳିବ।

Google

ଗୋଲଡ଼ ପ୍ଲାନରେ ୧୦୦% ପଇସା ଫେରସ୍ତ ମିଳିବ,ସିଲଭର ପ୍ଲାନରେ ୮୦% ତଥା ବ୍ରୋଞ୍ଜ ପ୍ଲାନରେ ୬୦% ପଇସା ଜଣେ ଗ୍ରାହକକୁ ଫେରି ମିଳିବ। ଏହା ଫୋନ କିଣିବା ପରେ ମିଳିବ।

ଏହା ହେଉଛି କଣ୍ଡିସନ:-

ଆପଣଙ୍କର ଫୋନ କିଣିବା ପରେ ପଇସା ୧୦୦% ଫେରି ମିଳିବ। ମାତ୍ର ଏହା ପାଇଁ କିଛି ସର୍ତ୍ତ ଅଥବା କଣ୍ଡିସନ ଅଛି। ଏହାର କଣ୍ଡିସନ ହେଉଛି କି ଯେତେ ଯାଏ ଆପଣଙ୍କର ସବସ୍କ୍ରିପ୍ସନ ସରି ନ ଯାଇଛି ଆପଣଙ୍କର ଫୋନ ଚାଲୁ ଅବସ୍ଥାରେ ଥିବା ଦରକାର। ବର୍କିଙ୍ଗ କଣ୍ଡିସନରେ ଥିବା ସମୟରେ ଆଲନଙ୍କ ଫୋନର ଆଇଏମଆଇ ନମ୍ବର ଦେଖା ଯାଉଥିବା ଦରକାର। ସ୍ମାର୍ଟପ୍ୟାକ ଯୋଜନା ଅନୁସାରେ ଡିଭାଇସ ଫେରାଇବା ସମୟରେ ହିଁ ଆପଣଙ୍କୁ ପଇସା ଫେରି ମିଳିଯିବ।

ଏହି ସବୁ ଫୋନ ଅଫରରେ ସାମିଲ:

ସ୍ମାର୍ଟପ୍ୟାକ ଅଫରରେ ରିଏଲମି, ଅପୋ, ରେଡ଼ମି, ପୋକୋ, ଇଂଫିନିକ୍ସ, ମୋତ୍ରୋଲା, ଭିଭୋ , ଶ୍ୟାମସଙ୍ଗ ଭଳି ଲୋକପ୍ରିୟ ଫୋନ କମ୍ପାନୀ ସାମିଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *