ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀ ନିଯୁକ୍ତି, କୋଇଲା ଆଉ ପ୍ରତିରକ୍ଷା ପାଇଁ ପ୍ୟାକେଜ ଘୋଷଣା କଲେ ।

ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀ ନିଯୁକ୍ତି, କୋଇଲା ଆଉ ପ୍ରତିରକ୍ଷା ପାଇଁ ପ୍ୟାକେଜ ଘୋଷଣା କଲେ, fm nirmala sitharaman today speech for 20 lakh crore atmanirbhara package , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, FM Nirmala Sitharamana, Corana, Covid-19

ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀ ନିଯୁକ୍ତି, କୋଇଲା ଆଉ ପ୍ରତିରକ୍ଷା ପାଇଁ ପ୍ୟାକେଜ ଘୋଷଣା କଲେ ।

ଲଗାତାର ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀ ପ୍ୟାକେଜ ଘୋଷଣା କଲେ । ଅନେକ ସେକ୍ଟର ପଲିସିରେ ସରଳୀକରଣ ଆବଶ୍ୟକ କରୁଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସତରମଣ । ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ସଂସ୍କାର ଆଣିବା ଜରୁରୀ ବୋଲି କହିଛନ୍ତି । ଡିବିଟି, ଜିଏସଟି ଓ ବ୍ୟାଙ୍କ ସଂସ୍କାର ଆଦି ଉପରେ ବଡ ପଦକ୍ଷେପ ନିଆଯାଇଛି । ବିଭିନ୍ନ ସେକ୍ଟର ଏବେ ବିଭିନ୍ନ ଚାଲେଞ୍ଜର ସାମ୍ନା କରୁଛନ୍ତି । ଉକ୍ତ ସେକ୍ଟର ମାନଙ୍କୁ ସମୃଦ୍ଧ କରିବା ଜରୁରୀ ହୋଇପଡିଛି । କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ସଂସ୍କାର ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ବିମାନ ସେବା, ମହାକାଶ, ଆଣବିକ ବିଜ୍ଞାନ କ୍ଷେତ୍ରରେ ମଧ୍ୟ୍ୟ ସଂସ୍କାର ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

କୋଇଲା କ୍ଷେତ୍ର ପାଇଁ ୫୦ ହଜାର କୋଟି ଘୋଷଣା ।

କୋଇଲା ଖଣି ନିଲାମ ପ୍ରକ୍ରିୟା ସରଳୀକରଣ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ଖୋଲା ନିଲାମ ହେବ, ଅଧିକ ଲୋକ ଏ କ୍ଷେତ୍ରକୁ ଆସିପାରିବେ ବୋଲି କହିଛନ୍ତି । ଆଗକୁ ୫୦ଟି କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ । କୋଇଲାକୁ ଗ୍ୟାସ୍ ରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବ ବୋଲି କହିଛନ୍ତି । ସମୟ ପୂର୍ବରୁ ଉତ୍ତୋଳନ କାର୍ଯ୍ୟ ସାରିଲେ ପ୍ରୋତ୍ସାହନ ରାଶି ମଧ୍ୟ୍ୟ ମିଳିବ ବୋଲି ସୂଚନା ଦେଇଛନ୍ତି । କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଖର୍ଚ୍ଚ ହେବ । କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ଉପରେ ଗୁରୁତ୍ୱ ଦିଆଯାଇଛି । କୋଇଲା ପରିବହନ ପାଇଁ ୫୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଶିଳ୍ପ କାରଖାନାକୁ କଞ୍ଚାମାଲ ଯୋଗାଣ ପାଇଁ ଯୁଗ୍ମ ନିଲାମୀ ବ୍ୟବସ୍ଥା ହେବ ବୋଲି କହିଛନ୍ତି । ମୂଳ ଖଣି ସହ ବିଜୁଳି ଉତ୍ପାଦନ ପାଇଁ ଆବଶ୍ୟକ ଖଣିଜ ବି ମିଳିପାରିବ । କ୍ୟାପଟିଭ ଏବଂ ନନ୍ କ୍ୟାପଟିଭ ଖଣି ଭିତରେ ଆଉ ପାର୍ଥକ୍ୟ ରହିବନି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀ ନିଯୁକ୍ତି, କୋଇଲା ଆଉ ପ୍ରତିରକ୍ଷା ପାଇଁ ପ୍ୟାକେଜ ଘୋଷଣା କଲେ, fm nirmala sitharaman today speech for 20 lakh crore atmanirbhara package , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, FM Nirmala Sitharamana, Corana, Covid-19
Social Media
ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ସାମଗ୍ରୀ ଘୋଷଣା ।

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ବିଶେଷ ଦୃଷ୍ଟି ଦିଆଯିବ । ପ୍ରତିରକ୍ଷା ସାମଗ୍ରୀରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ମେକ୍ ଇନ୍ ଇଣ୍ଡିଆ ଉପରେ ଫୋକସ୍ କରାଯିବ ବୋଲି କହିଛନ୍ତି । ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଖର୍ଚ୍ଚ ହ୍ରାସ କରିବାକୁ ବିଶେଷ ବ୍ୟବସ୍ଥା କରାଯିବ । କିଛି ଅସ୍ତ୍ରଶାସ୍ତ୍ର ଆମଦାନୀ ଉପରେ କଡ଼ା କଟକଣା ଲାଗିବ ବୋଲି କହିଛନ୍ତି । ଗୋଳାବାରୁଦ ନିଗମୀକରଣ ହେବ କିନ୍ତୁ ଘରୋଇ କରଣ ହେବନାହିଁ । ଦେଶରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବ ଯାହାଦ୍ଵାରା ବାହାର ଦେଶ ଉପରେ ଆଉ ନିର୍ଭର କରାଯିବନାହିଁ । ଦେଶରେ କମ ଖର୍ଚ୍ଚରେ ଅଧିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇପାରିବ । ବିଦେଶ ଉପରେ ନିର୍ଭର ନକରି ସ୍ବଦେଶୀ ନିର୍ମିତ ହତିଆରକୁ ଗୁରୁତ୍ୱ ଦିଆଯିବ । ଏହା ଦ୍ଵାରା ପ୍ରତିରକ୍ଷା ଖର୍ଚ୍ଚ ହ୍ରାସ କରାଯାଇପାରିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତିରକ୍ଷା ସାମଗ୍ରୀରେ ଏଫଡିଆଇକୁ ୪୯% ରୁ ୭୪% କୁ ବୃଦ୍ଧି କରାଯାଇଛି ।

ସରଳୀକରଣ ହେବ ଏୟାର ସ୍ପେସ୍ ।

ଏୟାର ସ୍ପେସ୍ କୁ ରେସନାଲାଇଜେସନ କରିବାକୁ ଘୋଷଣା । ସମୟ ବଞ୍ଚାଇ ଶୀଘ୍ର ପହଞ୍ଚିବା ଏବଂ କମ୍ ଇନ୍ଧନ ଖର୍ଚ୍ଚ କରିବାର ଲକ୍ଷ ରଖାଯାଇଛି । ୧୨ଟି ଏୟାରପୋର୍ଟ ଉନ୍ନତୀକରଣ ପିପିପି ମୋଡ୍ ରେ କରାଯିବ । ପ୍ରଥମ ୨ଟି ପର୍ଯାୟରେ ୩ ହଜାର କୋଟି ନିବେଶ ହେବ ବୋଲି ସମ୍ଭାବନା । ତୃତୀୟ ପର୍ଯାୟରେ ଆହୁରି ୬ଟି ଏୟାରପୋର୍ଟ ର ଉନ୍ନତୀକରଣ କରାଯିବ । ଭିତ୍ତିଭୂମି ନିର୍ମାଣ ଓ ଯାତ୍ରୀ ସୁବିଧା ପାଇଁ ଉନ୍ନତୀକରଣ କରାଯିବ ବୋଲି କହିଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ ବିତରଣ ଘରୋଇକରଣ ହେବ ।

ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀ ନିଯୁକ୍ତି, କୋଇଲା ଆଉ ପ୍ରତିରକ୍ଷା ପାଇଁ ପ୍ୟାକେଜ ଘୋଷଣା କଲେ, fm nirmala sitharaman today speech for 20 lakh crore atmanirbhara package , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, FM Nirmala Sitharamana, Corana, Covid-19
Google

ପିପିପିରେ ରିସର୍ଚ୍ଚ ରିଆକ୍ଟର ।

ପିପିପି ମୋଡ୍ ରେ ଏକ ରିସର୍ଚ୍ଚ ରିଆକ୍ଟର ପ୍ରତିଷ୍ଠା କରାଯିବ । କ୍ୟାନ୍ସର ରୋଗ ନିରାକରଣ ନେଇ ରିସର୍ଚ୍ଚ ରିଆକ୍ଟର ହେବ । ରିସର୍ଚ୍ଚ ରିଆକ୍ଟରରେ ମେଡିକାଲ ଆଇସୋଟୋପ୍ ଉତ୍ପାଦନ କରାଯିବ । ପଚନଶୀଳ ପାରିବ ସଂରକ୍ଷଣ ପାଇଁ ବିକିରଣ ଟେକ୍ନୋଲୋଜି ବ୍ୟବହାର ହେବ । ଦେଶର ଯୁବା ଶ୍ରେଣୀକୁ ଉତ୍ସାହିତ କରିବା ଆଉ ନିଯୁକ୍ତି ସୁଯୋଗ କୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି ।

ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *