କ୍ଷେତରୁ ମିଳିଲା ଜଣଙ୍କ ପରେ ଜଣଙ୍କ ମୃତ ଦେହ, ପ୍ରେମ ପାଇଁ ହତ୍ୟାକାଣ୍ଡ ବୋଲି ଖୁଲାସା

ଦେବାସ ଜିଲ୍ଲାର ନିମାବର ଠାରେ ହୋଇଥିବା ଆଦିବାସୀ ପରିବାରର ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ। ପୋଲିସ ଅନୁସାରେ ଏହା ଏକ ପ୍ରେମ ସମ୍ପର୍କିତ ହତ୍ୟାକାଣ୍ଡ। ପ୍ରେମିକ ଜଣଙ୍କ ନିଜର ପ୍ରେମିକା ଓ ତାର ସମ୍ପୂର୍ଣ୍ଣ ପରିବାରର ହ-ତ୍ୟା କରି ନିଜର କ୍ଷେତରେ ପୋତି ଦେଇଥିଲା। ପୋଲିସ ଏହି ମାମଲାରେ ସୁରେନ୍ଦ୍ର ସିଂ ରାଜପୁତଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ତେବେ ଏହି କ୍ଷେତରୁ ଯେତେବେଳେ ଗୋଟିଏ ପରିବାରର ଜଣଙ୍କ ପରେ ଜଣଙ୍କର ମୃତ ଦେହ ମାଟି ତଳୁ ବାହାରିଲା ସେତେବେଳେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟ ଖେଳି ଯାଇଥିଲା।

Google

ଏହି ପରିବାରର ସମସ୍ତ ସଦସ୍ୟ ଦୀର୍ଘ ୪୫ ଦିନ ହେବ ଗାୟବ ହୋଇ ଯାଇଥିଲେ। ଫଳରେ ପୋଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ଫଳରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ଏହା ଜଣା ପଡ଼ିଥିଲା ଯେ ପ୍ରକୃତ ଘଟଣା ପ୍ରେମ ସମ୍ପର୍କିତ ଥିଲା। ଘଟଣାଟି ହେଉଛି ହତ୍ୟାକାରୀ ସୁରେନ୍ଦ୍ରର ମୃତ ପରିବାରର ସଦସ୍ୟ ରୂପାଲି ସହିତ ପ୍ରେମ ସମ୍ପର୍କ ରହିଥିଲା କିନ୍ତୁ ସୁରେନ୍ଦ୍ରର ଅନ୍ୟ ଏକ ଝିଅ ସହିତ ନିର୍ବନ୍ଧ ହୋଇ ଯାଇଥିଲା। ଏହା ଫଳରେ ରୂପାଲି ବହୁତ ଅଧିକ ରାଗି ଯାଇଥିଲା। ଏହାପରେ ସେ ସେହି ଝିଅ ବିରୁଦ୍ଧରେ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଲାଗିଥିଲା।

ଫଳରେ ସୁରେନ୍ଦ୍ର ନିଜ ଉପରେ ନିୟନ୍ତ୍ରଣ ହରାଇ ବସିଥିଲା। ସେଥିପାଇଁ ସେ ରୂପାଲି ଓ ତାର ପରିବାରର ସମସ୍ତ ସଦସ୍ୟଙ୍କୁ ଜଣଜଣ କରି ଡାକିଲା ଓ ସେମାନଙ୍କୁ ଜଣ ଜଣ କରି ହତ୍ୟା କରିବା ସହିତ ନିଜ କ୍ଷେତରେ ପୋତି ଦେଇଥିଲା। କିନ୍ତୁ ପୋଲିସ ବର୍ତ୍ତମାନ ମୁଖ୍ୟ ଆସାମୀ ସୁରେନ୍ଦ୍ର ସହିତ ତାର ୭ ଜଣ ସାଥିଙ୍କୁ ଗିରଫ କରି ସାରିଛି। ଏହା ସହିତ ପୋଲିସ କହିଛି କି ସେମାନେ ନିଜର ଅପରାଧ ମାନି ସାରିଛନ୍ତି। ଏହି ଘଟଣାକୁ ନେଇକି ବିପକ୍ଷ ଦଳ ବର୍ତ୍ତମାନ ଶାସନ ଦଳ ଉପରେ ପ୍ରଶ୍ନ ଉଠାଇଛି। ସେଠାକାର ଗଣତନ୍ତ୍ର ପାଟି ବର୍ତ୍ତମାନ ସେଠାରେ ରାସ୍ତା ରୋକ କରି ଆନ୍ଦୋଳନ କରୁଛି।

Google

ଏହା ସହିତ ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଏହି ଦଳ ବର୍ତ୍ତମାନ ଦାବି କରୁଛି। ଏହା ସହିତ ସାଧାରଣ ଜନତା ବର୍ତ୍ତମାନ ସରକାରଙ୍କ ଉପରେ ଅନେକ ଚାପ ପକାଉଛନ୍ତି।ସେମାନେ ସରକାରଙ୍କ ଠାରୁ ପୀଡ଼ିତ ପରିବାର ପାଇଁ ଏକ କୋଟି ଟଙ୍କା ସହାୟତା ରାଶି ଦାବି କରିଛନ୍ତି। ଏହା ସହିତ ସେହି ପରିବାରର ଯେଉଁ ୩ ଜଣ ସଦସ୍ୟ ବଞ୍ଚି ଯାଇଛନ୍ତି ସେମାନଙ୍କୁ ସରକାରୀ ଚାକିରୀ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଏହା ସହିତ ସେମାନେ ଏହି ୭ ଜଣ ଅପରାଧୀଙ୍କୁ ୬ ମାସ ଭିତରେ ଫାଶୀ ଦେବା ପାଇଁ ଦାବି କରିଛନ୍ତି।

ଏହା ସହିତ ସେମାନେ କହିଛନ୍ତି ଯଦି ପୋଲିସ ସଠିକ ଭାବରେ ତଦନ୍ତ କରି ପାରୁନାହିଁ ତେବେ ସେ ସି ବି ଆଇକୁ ମୋକଦ୍ଦମା ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି। ପୋଲିସ ବର୍ତ୍ତମାନ ସମସ୍ତ ଶବକୁ ପୋଷ୍ଟମୋଟମ ପାଇଁ ଇନ୍ଦୋର ପଠାଇଛି। ଏହା ସହିତ ହତ୍ୟା ପୂର୍ବରୁ ବଳାତ୍କାର କରାଯାଇଛି କି ନାହିଁ ଏହା ପୋଷ୍ଟମୋଟମ ପରେ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସେମାନଙ୍କ ପରିବାରର ଏହି ଅବସ୍ଥା ପାଇଁ ଦାୟୀ ହୋଇଥିବା ସମସ୍ତ ଅପରାଧୀଙ୍କୁ ଫାଶୀ ଦେବା ପାଇଁ ସମସ୍ତ ଜନତା ଦାବି କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *