IPL ୨୦୨୧:ଟ୍ରଫି ଜିତିବା ସ୍ୱପ୍ନକୁ ପୂରା କରିବା ପାଇଁ ଏହି ଚୂଡ଼ାନ୍ତ ଏକାଦଶ ସହିତ ଆସିପାରେ ଆରସିବି। ଦେଖନ୍ତୁ ଲିଷ୍ଟ।

ପୂର୍ବ ବର୍ଷ ଆଇପିଏଲରେ ଆରସିବି ଖରାପ ପ୍ରଦର୍ଶନର ଶେଷ କରି ପ୍ଲେ ଅଫରେ ପହଁଚିଥିଲା। ହେଲେ ଏଲିମିନେଟର ମ୍ୟାଚରେ ତାକୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା। ବିରାଟ କୋହଲିଙ୍କ କ୍ୟାପଟେନସିରେ ଆରସିବି ଲଗାତାର ୪ ମ୍ୟାଚ ହାରି ମଧ୍ୟ ପ୍ଲେ ଅଫରେ ପହଞ୍ଚିଥିଲା। ଆରସିବି ଆଇପିଏଲ ୨୦୨୦ରେ ନିଜ ଅଭିଯାନର ଆରମ୍ଭ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ କରିଥିଲା। ଏବେ ୯ ଏପ୍ରିଲ ଠାରୁ ଆଇପିଏଲର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଅଛି।

Google

ଆରସିବି ଏ ପର୍ଯ୍ୟନ୍ତ ଆଇପିଏଲ କିତାବ ଜିତି ନାହିଁ।ଏମିତିରେ ବିରାଟ କୋହଲି ଓ ଟିମର ପ୍ରୟାସ ହେବ କି ୨୦୨୧ ଆଇପିଏଲର ଟ୍ରଫି ଜିତିବା ପାଇଁ। ଏହି ବର୍ଷ ଫ୍ରାଞ୍ଚଚାଇଜ ୧୦ଜଣ ଖେଳାଳୀଙ୍କୁ ରିଲିଜ କଲେ ଓ ୮ଜଣ ନୂଆ ଖେଳାଳୀଙ୍କୁ କିଣିଲେ। ଏଥି ମଧ୍ୟରୁ ସବୁଠାରୁ ଅଧିକ ଟଙ୍କା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ(୧୪.୨୫ କୋଟି)ଓ ଜେମିସନ(୧୫ କୋଟି) ଉପରେ ଖର୍ଚ୍ଚ କଲେ। ୮ ଜଣ ଖେଳାଳୀଙ୍କୁ ଟିମରେ ସାମିଲ କରିବାର ପ୍ଲାନର ମଧ୍ୟ ବଡ଼ ଚେଞ୍ଜ ଦୃଶ୍ୟମାନ ହେବ।

ବିଗବାସ ଲିଗରେ ଜୋଶ ଫିଲିପି ବିଗବାସ ଲିଗରେ ଜବରଦସ୍ତ ଫର୍ମରେ ଥିଲେ। ୨୩ ବର୍ଷୀୟ ଏହି ଖେଳାଳୀ ଦ୍ୱିତୀୟ ସର୍ବଶ୍ରେଷ୍ଠ କରିଥିବା ଖେଳାଳୀ ଥିଲେ। ୱିକେଟ ପଛରେ ମଧ୍ୟ ତାଙ୍କର ଖେଳ ଉଚ୍ଚକୋଟିର ଥିଲା। ଏହି ମାସର ଆରମ୍ଭରେ ଜୋଶ ନିଜ କାରଣ ପାଇଁ ଆଇପିଏଲରୁ ନିଜ ନାମକୁ ଫେରାଇ ନେଇଥିଲେ। ଜୋଶ ଆଇପିଏଲ ୨୦୨୦ରେ ଡେବ୍ୟୁ କରିଥିଲେ ଓ ୫ପାଳିରେ ୭୮ରନ ବନେଇଥିଲେ। ଆରସିବି ନ୍ୟୁଜଲ୍ୟାଣ୍ଡର ଫ୍ଲିନ ଏଲେନଙ୍କୁ ତାଙ୍କ ରିପ୍ଲେସମେଣ୍ଟ ଭାବେ ସାମିଲ କରିଛି। ସେ ବାଂଲାଦେଶ ବିରୁଦ୍ଧରେ ଡେବ୍ୟୁ କରିବାର ନଜର ଆସିଥିଲେ। ନ୍ୟୁଜଲ୍ୟାଣ୍ଡର ଏହି ୱିକେଟକିପର ୧୩ ଟି୨୦ ମ୍ୟାଚରେ ୪୮.୮ ଔଷତ ଓ ୧୨୩.୩ ଷ୍ଟ୍ରାଇକ ରେଟରେ ୫୩୭ ରନ ବନେଇଛନ୍ତି।

Google

ଆସନ୍ତୁ ନଜର ପକାଇବା ଆରସିବିର ପ୍ଲେଇଙ୍ଗ ଇଲେଭେନ ଉପରେ:
ଓପନର:ଓପନରଙ୍କ ଦ୍ଵାରା ଖରାପ ପ୍ରଦର୍ଶନ ଆରସିବିର ପରାଜୟର ଏକ ବଡ଼ କାରଣ। ୨୦୨୧ରେ ଆଶା କରାଯାଉଅଛି କି ଏହି ଭୂଲ ଆଉ ହେବ ନାହିଁ। ବିରାଟ କୋହଲି ଓ ଟିମ ଡାଇରେକ୍ଟର ମାଇକ ହେସନ କହିଛନ୍ତି କି ବିରାଟ କୋହଲି ଓପନିଙ୍ଗ କରିବେ।

ମଧ୍ୟକ୍ରମ:ଆରସିବିର କ୍ରିକେଟ ନେର୍ଦେଶକ ମାଇକ ହେସନଙ୍କ ଅନୁସାରେ ମଧ୍ୟ ଓ ଶେଷ ଓଭରରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଆକ୍ରାମକ ବ୍ୟାଟିଂ ତାଙ୍କ ଟିମ ପାଇଁ ବହୁତ ଉପଯୋଗୀ ସାବସ୍ତ୍ୟ ହେବ। ଔଷତ ଖରାପ ରହିଲେ ମଧ୍ୟ ଆଇପିଏଲ ନିଲାମୀରେ ସବୁବେଳେ ମହଙ୍ଗାରେ ବିକୁଥିବା ମ୍ୟାକ୍ସୱେଲଙ୍କୁ ଆରସିବି ୧୪.୨୫ କୋଟିରେ କିଣିଲା।ହେଲେ ପଞ୍ଜାଵ ତାଙ୍କୁ ରିଲିଜ କରିଦେଲା। ହେସନ ପ୍ରେସ କନ୍ଫରେନସରେ କହିଲେ, “ସେ ଭଲ ଅଟନ୍ତି ଓ ମଝି ଓଭରରେ ଆମକୁ ତାଙ୍କର ଆବଶ୍ୟକତା ରହିଛି। ତାଙ୍କ ପାଖରେ ଅନୁଭବର କବି ନାହିଁ।”ସେ କହିଲେ ଫର୍ମରେ ରହିଲେ ମ୍ୟାକ୍ସୱେଲ ନିଜ ଦମରେ ମ୍ୟାଚ ଜିତାଇ ପାରିବେ।ତାଙ୍କ ପାଖରେ କୌଶଳ ଓ ଅନୁଭବ ଅଛି ଓ ସେ ନେତୃତ୍ୱ କରିବା ସମୂହର ଭାଗ ହେବେ। ତାଙ୍କ ପରେ ଏବିଡିଭିଲିୟର୍ସ ବ୍ୟାଟିଂ କରିବା ପାଇଁ ଆସିବେ। ସେ ବେଷ୍ଟ ଫିନିଶର ଅଟନ୍ତି।

Google

ଅଲରାଉଣ୍ଡର:ଆରସିବି ପାଖରେ ବହୁତ ଅଲରାଉଣ୍ଡର ଅଛନ୍ତି। ୱାଶିଙ୍ଗଟନ ସୁନ୍ଦର,ଡାନିୟଲ ଖ୍ରୀଷ୍ଟିୟାନ(୪.୮ କୋଟି) ଏହି ଦୁଇ ଜଣ ପଞ୍ଚମ କିମ୍ବା ଷଷ୍ଠ ଜାଗାରେ ଖେଳି ପାରନ୍ତି। ହର୍ସଲ ପଟେଲ ମଧ୍ୟ ଏକ ବିକଳ୍ପ ଅଟନ୍ତି। ଯିଏ ୭ ନମ୍ବରରେ ଖେଳି ପାରନ୍ତି।

ବୋଲର:ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ ପ୍ଲେଇଙ୍ଗ ଇଲେଭେନରେ ଖେଳିବା ତୟ ଅଟେ। ଚହଲ ସ୍ପିନଙ୍କୁ ଲିଡ଼ କରିବେ ଓ ସିରିଜ ଦୃତ ବୋଲିଂକୁ। ଜେମିସନ ମୁଖ୍ୟ ରୂପରେ ବୋଲିଂ ଅଲରାଉଣ୍ଡର ଅଟନ୍ତି। ସେ ମଝି ଅର୍ଡରରେ ବ୍ୟାଟିଂ ବି କରିପାରିବେ। ଏଡ଼ମ ଜାମ୍ପା,କେନ ରିଚାର୍ଡସନ ଓ ନବଦୀପ ସୈନିକୁ ନିଜ ଜାଗା ବନେଇବା ପାଇଁ ସଂଘର୍ଷ କରିବାକୁ ହେବ।

Google

ଆଇପିଏଲ ୨୦୨୧ ପାଇଁ ଆରସିବିର ସମ୍ଭାବିତ ପ୍ଲେଇଙ୍ଗ ଏଲେଭେନ:ବିରାଟ କୋହଲି,ଦେବଦତ୍ତ ପାଡିକଲ,ଏବିଡିଭିଲିୟର୍ସ,ଗ୍ଲେନ ମ୍ୟାକ୍ସୱେଲ,ହର୍ଷଲ ପଟେଲ,ୱାଶିଙ୍ଗଟନ ସୁନ୍ଦର,ମହମ୍ମଦ ସିରାଜ,ୟୁଜବେନ୍ଦ୍ର ଚହଲ,ଏଡମ ଜାମ୍ପା,କାଇଲ ଜେମିସନ ଓ ନବଦୀପ ସୈନି।

ଆଇପିଏଲ ୨୦୨୧ ଫୁଲ ସ୍ୱାର୍ଡ:ବିରାଟ କୋହଲି,ଦେବଦତ୍ତ ପାଡିକଲ,ଏବିଡିଭିଲିୟର୍ସ,ଗ୍ଲେନ ମ୍ୟାକ୍ସୱେଲ,ହର୍ଷଲ ପଟେଲ,ୱାଶିଙ୍ଗଟନ ସୁନ୍ଦର,ଡାନିୟଲ ଖ୍ରୀଷ୍ଟଆନ,ୟୁଜବେନ୍ଦ୍ର ଚହଲ,ଏଡମ ଜାମ୍ପା,କାଇଲ ଜେମିସନ,ନବଦୀପ ସୈନି, ମହମ୍ମଦ ସିରାଜ,ସାହବାଜ ଅହମ୍ମଦ, ଫିନ ଏଲେନ,କେନ ରିଚାର୍ଡସନ,ପବନ ଦେଶପାଣ୍ଡେ, ସଚିନ ବେବି, ରଜତ ପତିଦର, ମହମ୍ମଦ ଅଜାରୁଦିନ,ସୁସୟ ପ୍ରଭୁଦେଶାଇ,କେଏସ ଭରତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *