ଭାରତର ଏହି ୫ ଜଣ ମହିଳା ଫୋର୍ବସ ୨୦୨୦ର ଲିଷ୍ଟରେ ଦାଖଲ କରିଛ ନିଜ ନାମ ।

କିଛି ଦିନ ପୂର୍ବେ ଫୋର୍ବସ ଏହି ବର୍ଷ ଇଣ୍ଡିଆର ଟପ ୧୦୦ ପୁରୁଷ ଓ ମହିଳାଙ୍କ ଲିଷ୍ଟ ଜାରିକରିଦେଇଛି। ଯେଉଁଠି ମୁକେଶ ଅମ୍ବାନୀ ପୁଣି ୧୩ ନମ୍ବରରେ ରହିଛନ୍ତି। ଏଥର ଟପ ୧୦୦ରେ ଅଧିକାଂଶ ପୁରୁଷ ବାଜିମାରିଛନ୍ତି। ମହିଳା ମଧ୍ୟ ଟପ ୧୦୦ରେ ସାମିଲ ଅଛନ୍ତି କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବହୁତ କମ ଅଟେ। କହିରଖିବୁକି ୧୦୦ ମଧ୍ୟରୁ କେବଳ ୫ ଜଣ ମହିଳାଙ୍କ ନାମ ଏଥିରେ ସାମିଲ ଅଛି। ଏଥର ସୂଚିରେ ନୂଆ ନାମ ମଧ୍ୟ ଯୋଡିହୋଇଛି।ଭାରତରେ ସବୁଠୁ ଧନୀ ମୁକେଶ ଅମ୍ବାନୀ ଅଟନ୍ତି। ତେବେ ଆସନ୍ତୁ ଜାଣିବା ଟପ ଧନୀ ମହିଳାଙ୍କ ବିଷୟରେ।

Google
୧୦୦ଟପ ଧନୀଙ୍କ ମଧ୍ୟରେ ଏହି ୫ ଜଣ ମହିଳାଙ୍କ ନାମ:-

ସାବିତ୍ରୀ ଜିନ୍ଧଲ, କିରଣ ମଜୁମଦାର ଶୋ, ବିନୋଦ ରାୟ ଗୁପ୍ତା, ଲିନା ତିବାରି ଓ ମଲ୍ଲିକା ଶ୍ରୀନିବାସ।

୧-ସାବିତ୍ରୀ ଜିନ୍ଧଲ: ସାବିତ୍ରୀ ଜିନ୍ଧଲ ଓପି ଜିନ୍ଧଲ ଗ୍ରୁପର ମାଳିକାଣି ଅଟନ୍ତି। ଏହି ଲିଷ୍ଟରେ ସାବିତ୍ରୀ ଜିନ୍ଧଲଙ୍କର ନାମ ୧୯ ନମ୍ବରରେ ଅଛି। ତାଙ୍କର ଗଣତି ଦେଶର ସବୁଠୁ ଧନୀ ମହିଳାଙ୍କ ସହ କରାଯାଏ। ତାଙ୍କର ଏହି ବର୍ଷ ମୋଟ ସମ୍ପତି ୬.୬ ବିଲିୟନ ଡ଼ଲାର ଅଟେ। ଯାହାକି ପୂର୍ଵ ବର୍ଷ ଅପେକ୍ଷା ଏଥର ସମ୍ପତି ବୃଦ୍ଧି ପାଇଛି। ପୂର୍ବ ବର୍ଷ ଫୋର୍ବସ ଲିଷ୍ଟରେ ତାଙ୍କ ସ୍ଥାନ ୨୦ ନମ୍ବରରର ଥିଲା। ପୂର୍ବ ବର୍ଷ ୨୦୨୯ରେ ତାଙ୍କର ମୋଟ ସମ୍ପତି ଥିଲା ୫.୮ ବିଲିୟନ ଡ଼ଲାର।

୨-କିରଣ ମଜୁମଦାର ଶୋ: ସେହିପରି ଏହି ଲିଷ୍ଟରେ କିରଣ ମଜୁମଦାର ଶୋ ଙ୍କର ନାମ ୨୭ ନମ୍ବରରେ ଅଛି । କିରଣ ବାୟୋ ଫାର୍ମାସ୍ତୁଟିକଲ କମ୍ପାନୀ ବା ବାୟୋଫୋନ କମ୍ପାନୀର ମାଲିକାଣି ଅଟନ୍ତି। ଏହି ବର୍ଷ ତାଙ୍କର ମୋଟ ସମ୍ପତି ୪.୬ ବିଲିୟନ ଡ଼ଲାର ଅଟେ। ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷ ତାଙ୍କ ସମ୍ପତି ବହୁତ ବୃଦ୍ଧି ପାଇଛି। ବର୍ଷ ୨୦୧୯ରେ କିରଣ ୫୪ ସ୍ଥାନରେ ଥିଲେ। ସେହି ବର୍ଷ ସେ ମୋଟ ୨.୩୮ ବିଲିୟନ ଡ଼ଲାରର ମାଲିକାଣି ଥିଲେ।

Google

୩-ବିନୋଦ ରାୟ ଗୁପ୍ତା: ଏହା ପରେ ଏହି ଲିଷ୍ଟରେ ତୃତୀୟ ମହିଳା ଅଛନ୍ତି ବିନୋଦ ରାୟ ଗୁପ୍ତା। ହେବଲ୍ସ ଇଣ୍ଡିଆର ମାଳିକାଣି ବିନୋଦ ରାୟ ଗୁପ୍ତା ଟପ ୧୦୦ ମଧ୍ୟରୁ ୪୦ ନମ୍ବରରେ ଅଛନ୍ତି। ଏହି ବର୍ଷରେ ତାଙ୍କର ମୋଟ ସମ୍ପତି ୩.୫୫ ବିଲିୟନ ଡ଼ଲାର ଯାହା ଆଗାମୀ ବର୍ଷ ଠୁ କମିଯାଇଛି। କହିରଖିବୁକି ଫୋର୍ବସ ମୁତାବକ ପୂର୍ଵବର୍ଷ ବିନୋଦ ରାୟ ଗୁପ୍ତା ମୋଟ ସମ୍ପତି ୪ ବିଲିୟନ ଡ଼ଲାର ଥିଲା ଓ ସେ ୨୦୧୯ରେ ୨୯ ନମ୍ବରରେ ଥିଲେ।

୪-ଲିନା ତିବାରି: ଲିନା ତିବାରି ୟୁଏସବି ଇଣ୍ଡିଆର ମାଲିକାଣି ଅଟନ୍ତି। ସେ ଏହି ଲିଷ୍ଟରେ ୪୭ ନମ୍ବର ସ୍ଥାନ ପାଇଛନ୍ତି। ଏହି ବର୍ଷ ଫୋର୍ବସ ରିପୋର୍ଟ ଅନୁସାରେ ତାଙ୍କର ମୋଟ ସମ୍ପତି ୩ ବିଲିୟନ ଡ଼ଲାର ଅଟେ। ଯାହା ପୂର୍ଵ ବର୍ଷ ଅପେକ୍ଷା ଅଧିକ ଅଟେ। ପୂର୍ଵ ବର୍ଷ ଲିନା ତିବାରୀଙ୍କ ସ୍ଥାନ ୭୧ ନମ୍ବର ଥିଲା। ଫୋର୍ବସ ରିପୋର୍ଟ ଅନୁସାରେ ଲିନା ତିବାରୀଙ୍କ ପୂର୍ବ ବର୍ଷ ମୋଟ ସମ୍ପତି ୧.୯୨ ବିଲିୟନ ଡ଼ଲାର ଥିଲା।

୫-ମଲ୍ଲିକା ଶ୍ରୀନିବାସ: ଦେଶର ପଞ୍ଚମ ମହିଳା ମଲ୍ଲିକା ଶ୍ରୀନିବାସ ନାମ ଏହି ଲିଷ୍ଟରେ ଅଛି । ଟାକ୍ଟର ଆଣ୍ଡ ଫାର୍ମ ଇକିବପମେଣ୍ଟ ପ୍ରାଇଭେଟ ଲିମିଟେଡ଼ର ମାଲିକାଣି ଦେଶର ୫ ମ ମହିଳା ଯିଏକି ଯିଏକି ସବୁଠୁ ଅଧିକ ଧନୀ ଅଟନ୍ତି। ଏହି ଲିଷ୍ଟରେ ତାଙ୍କ ସ୍ଥାନ ୫୮ ନମ୍ବର ଅଟେ। ମଲ୍ଲିକା ଶ୍ରୀନିବାସ ମୋଟ ୨.୪୫ ବିଲିୟନ ସମ୍ପତିର ମାଲିକାଣି ଅଟନ୍ତି। ଯାହାକି ପୂର୍ଵ ବର୍ଷ ଅପେକ୍ଷା ଅଧିକ ଅଟେ। ଫୋର୍ବସ ରିପୋର୍ଟ ଅନୁସାରେ ପୂର୍ଵ ବର୍ଷ ମଲ୍ଲିକା ଶ୍ରୀନିବାସ ୬୪ ନମ୍ବର ସ୍ଥାନରେ ଥିଲେ। ସେହି ବର୍ଷ ତାଙ୍କ ସମ୍ପତି ୨.୧ ବିଲିୟନ ଡ଼ଲାର ଥିଲା।

Google
ଏହି ବର୍ଷ ପୂର୍ଵ ବର୍ଷର ଧନୀ ମାନଙ୍କୁ ପଛରେ ପକାଇଛନ୍ତି ଏହି ଲୋକମାନେ:

ଏହି ବର୍ଷ ଫୋର୍ବସ ଦ୍ଵାରା ଜାରି ଲିଷ୍ଟରେ ଅନେକ ନୂଆ ଲୋକ ସ୍ଥାନ ପାଇଛନ୍ତି। ନୂଆ ଲୋକଙ୍କ ଲିଷ୍ଟରେ ସଞ୍ଜୀବ ଭିକଚଦାନୀଙ୍କ ନାମ ସାମିଲ ଅଛି। କହିରଖିବୁକି ସେ ଇକୋ ଏଜ ଇଣ୍ଡିଆ ଲିମିଟେଡ଼ର ସଂସ୍ଥାପକ ଅଟନ୍ତି। ତାଙ୍କ ନାମ ଏହି ଲିଷ୍ଟରେ ୬୮ ନମ୍ବରରେ ଅଛି। ତାଙ୍କ ପାଖରେ ମୋଟ ସମ୍ପତି ୨.୧ ବିଲିୟନ ଡ଼ଲାର ଅଟେ। ଏହି ଲିଷ୍ଟରେ ରିଲେକ୍ୟୁ ଫୁଟବେୟର ରମେଶ କୁମାର ଓ ମୁକୁଲ ଲାଲ ଦୁଆ ଯେରୋଧା ବ୍ରୋକିଙ୍ଗର ନୀତିନ ଓ ନିଖିଲ କାମଥ, ଜିଆରଟି ଜୁଏଲର୍ସର କେ.ଜି ରାଜେନ୍ଦ୍ର, ବିନାତି ଅରଗାନେକ୍ସର ବିନୋଦ ସରାଫ, ଆରତୀ ଇଣ୍ଡଷ୍ଟ୍ରିର ମାଲିକ ଚନ୍ଦକାନ୍ତ ଓ ରାଜେନ୍ଦ୍ର ଗୋଗୋଇ ,ଆଇପିସିଏ ଲିବୋରେଟ୍ରିଜର ପ୍ରେମଚନ୍ଦ୍ର ଗୋଧା,ଏସଆରଏଫର ଅରୁଣ ଭାରତ ରାମ ଓ ହଟସନ ଏଗ୍ରୋ ପ୍ରଡକ୍ସନର ଆରଜି ଚନ୍ଦ୍ର ମୋର୍ଗନଙ୍କର ନାମ ସାମିଲ ଅଛି। ଏହି ବର୍ଷ ଏହି ଲୋକମାନେ ପୂର୍ବ ବର୍ଷର ଧନୀ ଲୋକଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *