ପଇସା କମେଇବାରେ ଭାରତୀୟ ଖେଳାଳି ଆଗରେ ହେଲେ ଏହି କ୍ଷେତ୍ରରେ ବିଦେଶୀ ମାନେ ଆମ ଉପରେ ଭାରୀ। ଦେଖନ୍ତୁ ଲିଷ୍ଟ।

ଆଇପିଏଲର ଆରମ୍ଭ ୯ ଏପ୍ରିଲରୁ ହେବାକୁ ଯାଉଛି ଆଉ ଏଠାରେ ରୋହିତ ଶର୍ମାଙ୍କର ଅଧିନାୟକତ୍ତ୍ୱ ଟିମ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲିଙ୍କର ଅଧିନାୟକତ୍ତ୍ୱ ଟିମ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ସହ ଭିଡ଼ିବାକୁ ଯାଉଛି। ବିରାଟ କୋହଲି ଲିଗର ସବୁଠୁ ଅଧିକ ରନ ବନେଇବା ଖେଳାଳି ଅଟନ୍ତି ମାତ୍ର ଏହି ଲିଗର ଆହୁରି ଅନେକ ରେକର୍ଡ ଅଛି ଯାହା କି ବିଦେଶୀ ଖେଳାଳି ମାନଙ୍କ ହାତରେ ଅଛି।

Google

ଲିଗ ଇତିହାସରେ ସର୍ବାଧିକ ସ୍ୟାଲେରିର ରେକର୍ଡ ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ଅଛି ଆଉ ସେ ଏହି ଲିଗରେ ଆଜି ଯାଏ ଦରମା ହିସାବରେ ପ୍ରାୟ ୧୫୨ କୋଟି ଟଙ୍କା ନେଇ ସାରିଛନ୍ତି। ରୋହିତ ଶର୍ମା ୧୪୬ କୋଟି ଟଙ୍କା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଉ ବିରାଟ କୋହଲି ୧୪୩ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛନ୍ତି। ମାତ୍ର ସେହି ତିନି ଜଣଙ୍କ ଭିତରୁ ଆଜି ଯାଏ କେହି ବି ଏକ ୧୫୦ ରନର ପାରି ଖେଳି ପାରି ନାହାନ୍ତି। ଭାରତ ପାଇଁ ସବୁଠୁ ବଡ଼ ସ୍କୋର ପଞ୍ଜାବ କିଂଗ୍ସର କ୍ୟାପଟେନ କେ ଏଲ ରାହୁଲଙ୍କ ନାମରେ ଅଛି ଯିଏ କି ୨୦୨୦ରେ ୧୩୨ ନଟ ଆଉଟ କରିଥିଲେ।

କ୍ରୀସ ଗେଲ ଆଉ ବ୍ରେଣ୍ଡନ ମକ୍କଲମ ୧୫୦ ରନର ପାରି ଖେଳି ସାରିଛନ୍ତି:

ଲିଗ ଇତିହାସରେ ମାତ୍ର ଦୁଇ ଜଣ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏ କି ଗୋଟେ ଇନିଂଗ୍ସରେ ୧୫୦ ଅଥବା ତା ଠାରୁ ଅଧିକ ରନ କରି ସାରିଛନ୍ତି। ୱେଷ୍ଟ ଇଣ୍ଡିଜର କ୍ରୀସ ଗେଲ ୨୦୧୩ରେ ବାଙ୍ଗାଲୋର ତରଫରୁ ଖେଳି ପୁନେ ବିପକ୍ଷରେ ୧୭୫ ନଟ ଆଉଟର ଇନିଂଗ୍ସ ଖେଳି ଥିଲେ । ସେ ୬୬ ବଲର ସାମ୍ନା କରିଥିଲେ ଆଉ ୧୩ଟି ଚୌକା ସହ ୧୭ଟି ଛକା ଲଗେଇଥିଲେ। ନିଉଜିଲାଣ୍ଡର ବ୍ରେଣ୍ଡନ ମକ୍କଲମ ୨୦୦୮ରେ କେକେଆର ତରଫରୁ ଖେଳି ବାଙ୍ଗାଲୋର ବିପକ୍ଷରେ ୧୫୮ ରନର ଇନିଂଗ୍ସ ଖେଳିଥିଲେ। ବିରାଟ କୋହଲିଙ୍କର ସର୍ବାଧିକ ସ୍କୋର ୧୧୩ ରନ ଅଟେ ଆଉ ରୋହିତଙ୍କର ସର୍ବାଧିକ ସ୍କୋର ଅଟେ ୧୦୯ ରନ ନଟ ଆଉଟ।

Google
କେହି ଭାରତୀୟ ବୋଲର ୬ଟି ୱିକେଟ ନେଇ ପାରିନାହିଁ:

ଲିଗ ଇତିହାସରେ ଆଜି ଯାଏ ମାତ୍ର ତିନୋଟି ବୋଲର ଗୋଟେ ଇନିଂଗ୍ସରେ ୬ଟି ୱିକେଟ ଅକ୍ତିଆର କରିପାରିଛନ୍ତି ମାତ୍ର ଏମାନଙ୍କ ଭିତରୁ ଜଣେ ବି ଭାରତୀୟ ନାହାନ୍ତି। ୱେଷ୍ଟଇଣ୍ଡିଜର ଆଲଜାରୀ ଜୋସେଫ ୨୦୧୯ରେ ମୁମ୍ବାଇ ପକ୍ଷରୁ ଖେଳି ସନରାଇଜର୍ସ ହାଇଦ୍ରାବାଦଙ୍କ ବିପକ୍ଷରେ ୧୨ ରନ ଦେଇ ୬ଟି ୱିକେଟ ନିଜ ନାମରେ କରିଥିଲେ। ଏହା ଜଣେ ବୋଲରର ସବୁଠୁ ଭଲ ପ୍ରଦର୍ଶନ ଅଟେ। ଏହା ବ୍ୟତୀତ ପାକିସ୍ତାନର ବୋକାର ସୋହେଲ ତନଭିର ୨୦୦୮ରେ ରାଜସ୍ଥାନ ପକ୍ଷରୁ ଖେଳି ଚେନ୍ନାଇ ବିରୁଦ୍ଧରେ ୧୪ ରନ ଦେଇକି ୬ଟି ୱିକେଟ ଅକ୍ତିଆର କରିଥିଲେ ଯାହା କି ଦ୍ୱିତୀୟ ସ୍ଥାନରେ ଅଛି।

Google

ଅଷ୍ଟ୍ରେଲିଆର ଆଡମ ଜାମ୍ପା ୨୦୧୬ରେ ପୁନେ ପକ୍ଷରୁ ଖେଳି ସନରାଇଜର୍ସ ବିରୁଦ୍ଧରେ ୧୯ରନ ଦେଇକି ୬ଟି ୱିକେଟ ଅକ୍ତିଆର କରିଥିଲେ ଯାହା କି ତୃତୀୟ ସ୍ଥାନରେ ଅଛି। ଭାରତ ପକ୍ଷରୁ ସବୁଠୁ ଭଲ ପ୍ରଦର୍ଶନ କରିବାର ରେକର୍ଡ ଅଛି ଅନୀଲ କୁମ୍ବଲେଙ୍କ ନାମରେ। ସେ ୨୦୦୯ରେ ବାଙ୍ଗାଲୋର ପକ୍ଷରୁ ଖେଳି ଖେଳି ରାଜସ୍ଥାନ ବିରୁଦ୍ଧରେ ୫ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *