ପ୍ୟାନ କାର୍ଡରେ ୧୦ଟି ଅଙ୍କର ଏକ ସଂଖ୍ୟା ଥାଏ ,ଯାହାକୁ ଆୟ କର ବିଭାଗ (ଡିପାର୍ଟମେଣ୍ଟ ଅଫ ଇନକମ ଟାକ୍ସ) ଜାରି କରୁଛନ୍ତି। ଆଜି ସବୁଠାରୁ ଆଗରେ ଜାଣିବା କି କେଉଁ କାମ ପାଇଁ ପ୍ୟାନ କାର୍ଡର ଆବଶ୍ୟକ ପଡିଥାଏ ଏବଂ ଏହାପରେ ଏହା ବି ଜଣିବା ବାସ୍ତବରେ କିପରି ଘରେ ବସିକି ପ୍ୟାନ କାର୍ଡ ପ୍ରାପ୍ତ କରିପାରିବା।

ପ୍ୟାନ କାର୍ଡ ଆମ ଜୀବନର ଏକ ବହୁତ ମୂଲ୍ୟବାନ ଦସ୍ତାବିଜ ହୋଇସାରିଲାଣି। ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ନେଇ ଇନକମ ଟ୍ୟାକ୍ସ ଜମା କରିବା ଏବଂ ଲୋନ ପାଇଁ ପ୍ୟାନ କାର୍ଡ ଅନିବାର୍ଯ୍ୟ ଅଟେ। ଏହା ବିନା ଆପଣଙ୍କୁ କେତକ ଜରୁରୀ କାର୍ଯ୍ୟ ଅଟକି ପାରେ। ଆଧାର କାର୍ଡର ସାହାଯ୍ୟରେ ମିନିଟ ମଧ୍ୟରେ ଇ-ପ୍ୟାନ ଜାରି ହେଇଯିବ।ଆମେ ଆପଣଙ୍କୁ ପ୍ୟାନ କାର୍ଡ କରିବା ପୂର୍ବରୁ କିଛି ଜରୁରୀ ସୂଚନା କହିବାକୁ ଯାଉଛୁ,ଯେଉଁଥିରୁ ଆପଣଙ୍କୁ ବହୁତ ସହଜ ହୋଇଯିବ।
କଣ ଅଟେ ପ୍ୟାନ କାର୍ଡ:-
ପ୍ୟାନ କାର୍ଡ ରେ ୧୦ଟି ଅଙ୍କର ଏକ ସଂଖ୍ୟା ଥାଏ ,ଯାହାକୁ ଆୟ କର ବିଭାଗ (ଡିପାର୍ଟମେଂଟ ଅଫ ଇନକମ ଟାକ୍ସ) ଜାରି କରୁଛନ୍ତି। ଆଜି ସବୁଠାରୁ ଆଗରେ ଜାଣିବା କି କେଉଁ କାମ ପାଇଁ ପ୍ୟାନ କାର୍ଡର ଆବଶ୍ୟକ ପଡିଥାଏ ଏବଂ ଏହାପରେ ଏହା ବି ଜାଣିବା ବାସ୍ତବରେ କିପରି ଘରେ ବସିକି ପ୍ୟାନ କାର୍ଡ ପାଇପାରିବା।

ଏହା ପାଇଁ ଆବଶ୍ୟକ ପଡ଼ିଥାଏ ପ୍ୟାନ କାର୍ଡ:-
ଇନକମ ଟ୍ୟାକ୍ସ ଜମା କରିବା,ଇନକମ ଟ୍ୟାକ୍ସ ରିଟର୍ନ(ଆଇଟିଆର)ଫାଇଲ କରିବା,ବ୍ୟାଙ୍କ ଖାତା ଖୋଲିବା ଡିମେଟ ଖାତା ଖୋଲିବା ଏବଂ ଡେବିଟ କିମ୍ବା କ୍ରେଡିଟ କାର୍ଡ଼ ପାଇଁ ଆବେଦନ କରିବା ସମୟରେ ପ୍ୟାନ କାର୍ଡର ଆବଶ୍ୟକତା ଅଧିକ ପଡିଥାଏ।
କିପରି ମିଳିବ ଇଂଷ୍ଟେଣ୍ଟ ଇ-ପ୍ୟାନ କାର୍ଡ:-
ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଅନୁସାରେ ଇଂଷ୍ଟେଣ୍ଟ ପ୍ୟାନ ସୁବିଧାକୁ ଆଧାର କାର୍ଡର ମାଧ୍ୟମରେ ଗୋଟିଏ ଇ-ପ୍ୟାନ କାର୍ଡ କରିବା ପାଇଁ ପାଖାପାଖି ୧୦ ମିନିଟ ଲାଗିଥାଏ। ଏହି ସୁବିଧାର ଏ ପର୍ଯ୍ୟନ୍ତ ପାଖାପାଖି ୭ ଲକ୍ଷ୍ୟ ପ୍ୟାନ କାର୍ଡ ଜାରି କରାଯାଇ ସାରିଲାଣି।
ଫ୍ରିରେ କରି ପାରିବେ ପ୍ୟାନ କାର୍ଡ:-
ଏନଏସଡିଲ ଏବଂ ୟୁଟିଆଇଟିଏସଏଲ ମାଧ୍ୟମରେ ବି ପ୍ୟାନ କାର୍ଡ କରାଯାଇଥାଏ କିନ୍ତୁ ଏହି ସୁବିଧା ପାଇଁ ଏହା ଦୁଇଟି ସଂସ୍ଥା କିଛି ଶୁଳ୍କ ନେଇଥାଏ। ଯଦି ଆପଣ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ପୋରଟାଲ ମାଧ୍ଯମରେ ପ୍ୟାନ କାର୍ଡ ଆବେଦନ କରୁଛନ୍ତି ତେବେ ଆପଣଙ୍କୁ କିଛି ଶୁଳ୍କ ଦେବାକୁ ପଡିନଥାଏ।

ପିଡିଏଫ ଫର୍ମାଟରେ ମିଳିବ ପ୍ୟାନ କାର୍ଡ:-
ପ୍ୟାନ କାର୍ଡ ପାଇଁ ଆବେଦନ କରିବା ବ୍ୟକ୍ତିକୁ ପ୍ୟାନ କାର୍ଡ ପିଡିଏଫ ଫର୍ମାଟରେ ମିଳିବ। ଏହାର ଏକ କିୟୁଆର କୋଡ଼ ଥିବ।ଏଥିରେ ଆପଣଙ୍କର ଜରୁରି ସୂଚନା ଯେପରି କି ଆପଣଙ୍କ ନାମ,ଜନ୍ମ ତାରିଖ, ଫଟୋ ଇତ୍ୟାଦି ଥିବ।ଆପଣଙ୍କୁ ନିଜ ଇ-ପ୍ୟାନ ଡାଉନଲୋଡ଼ କରିବାକୁ ହେବ।ଦରଖାସ୍ତ ପ୍ରକ୍ରିୟା ସମ୍ପୂର୍ଣ ହେବା ପରେ ଆପଣଙ୍କୁ ୧୫ ଅଙ୍କର ସ୍ବୀକୃତି ପତ୍ରର ସଂଖ୍ୟା ଆସିବ। ଆପଣଙ୍କ ମେଲ ଆଇଡିରେ ବି ଆପଙ୍କର ପ୍ୟାନ କାର୍ଡର ଏକ ସଫ୍ଟ କପି ପଠାଯିବ।
ଏହା ହେଉଛି ପ୍ୟାନ କାର୍ଡ ମାଗଣାରେ କରିବାର ପ୍ରକ୍ରିୟା:-
୧.ସବୁଠୁ ଆଗ http://www.incometaxindiaefiling.gov.in/home କୁ ଯିବାକୁ ପଡ଼ିବ।
୨.ଏଠାରେ ଆପଣଙ୍କ ବାମ ପଟ ରେ instant pan through aadhar ର ବିକଳ୍ପ ନଜର ଆସିବ।ଏହାକୁ କ୍ଲିକ କରିବେ।
୩.ଏହା ପରେ ଏକ ନୂଆ ପେଜ ଖୋଲିଯିବ ଯେଉଁଠି ଆପଣଙ୍କୁ Get new panର ବିକଳ୍ପ ନଜର ଆସିବ।ଏହାକୁ ବି କ୍ଲିକ କରିବେ।
୪.ଏବେ ନୂଆ ପେଜରେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ ସଂଖ୍ୟା ଦେବାପାଇଁ କୁହାଯିବ। ଆପଣଙ୍କର ଆଧାର ନମ୍ବର ଏଠାରେ ଦିଅନ୍ତୁ ଏବଂ ‘confirm’ରେ ଠିକ ମାରନ୍ତୁ।
୫.ଆପଣଙ୍କର ରେଜିଷ୍ଟ୍ରର ମୋବାଇଲ ଫୋନରେ ଓଟିପି ଆସିବ। ଏହାକୁ ସାଇଟରେ ଦେଇ ଯାଞ୍ଚ କରାନ୍ତୁ।
୬.ଯାଞ୍ଚ ପ୍ରକ୍ରିୟା ହେବାର ଠିକ ପରେ ଆପଣଙ୍କୁ ଇ-ପ୍ୟାନ ଜାରି କରିଦିଆଯିବ।
୭.ଏଥିରେ ଆବେଦନ କର୍ତ୍ତାଙ୍କୁ ପିଡିଏଫ ଫର୍ମାଟରେ ପ୍ୟାନ କାର୍ଡର ଏକ କପି ମିଳେ,ଯେଉଁଠି କିୟୁଆର କୋଡ଼ ଥାଏ।ଏହି କିୟୁଆର କୋଡ଼ରେ ଆବେଦକର ଜନସଂଖ୍ୟକୀୟ ତଥ୍ୟ ଓ ଫଟୋ ଥିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।