କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଲେ ଆଉ ବର୍ତ୍ତିବେନି ଦୋକାନୀ: ଗ୍ରାହକଙ୍କଠାରୁ ଟଙ୍କା ମାଗିଲେ ଲାଗିବ ଫାଇନ୍

କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଲେ ଆଉ ବର୍ତ୍ତିବେନି ଦୋକାନୀ: ଗ୍ରାହକଙ୍କଠାରୁ ଟଙ୍କା ମାଗିଲେ ଲାଗିବ ଫାଇନ୍, FREE carry bags Shop owners can't charge extra for carry bag to customers, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ସାବାଡ୍ ହେବେ ଦୋକାନୀ…ଏଣିକି ଜିନିଷ ଦେବା ବେଳେ କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଲେ ଆଉ ବର୍ତ୍ତିବେନି ଦୋକାନୀ: ଗ୍ରାହକଙ୍କଠାରୁ ଟଙ୍କା ମାଗିଲେ ଲାଗିବ ୨୦ ଗୁଣା ଫାଇନ୍, ବ୍ୟାଗ୍ ଆଳରେ ଏବେ ଏକ୍ସଟ୍ରା ଚାର୍ଜ ମାଗିବା ମନା ।

ଏଣିକି କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଇ ପାରିବେନି କୌଣସି ବି ଦୋକାନୀ । ଗ୍ରାହକଙ୍କର ଗୋଟିଏ ଅଭିଯୋଗରେ ବ୍ୟାଗ୍ ଦାମର ୨୦ ଗୁଣା ଟଙ୍କା ଜରିମାନା ବାବଦକୁ ଟଙ୍କା ଗଣିବେ ଦୋକାନୀ । ତେବେ ଦେଶ ବ୍ୟାପୀ ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ ଲାଗୁ ହେବା ପରେ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅଧିକାର ସାଧାରଣ ଜନତାଙ୍କୁ ଦେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ଏବେ କଡାକଡି ଭାବେ ପାଳନ ମଧ୍ୟ କରାଯାଉଛି । କିଛି ଦିନ ତଳେ ଜଣେ ଉପଭୋକ୍ତା କ୍ୟାରି ବ୍ୟାଗକୁ ନେଇ ଉପଭୋକ୍ତା କୋର୍ଟର ଦ୍ୱାରସ୍ଥ ହେବା ପରେ ଏଭଳି ଏକ ଚରମ ନିଷ୍ପତି ଶୁଣାଇଛନ୍ତି କନଜ୍ୟୁମର ଫୋରମ୍ ।

Who We Are - The Experts in Consumer Insights | SBXL
Google
ଗ୍ରାହକଙ୍କ ଗୋଟିଏ ଅଭିଯୋଗରେ ଦୋକାନୀଙ୍କୁ ଜେଲ୍ !

ଏଣିକି ଯଦି ଦୋକାନୀ କିମ୍ବା ବଡ ବଡ ଷ୍ଟୋର କ୍ୟାରି ବ୍ୟାଗ ପାଇଁ ଆପଣଙ୍କୁ ଠାରୁ ଅତିରିକ୍ତ ଟଙ୍କା ନିଅନ୍ତି ତେବେ ସଂପୃକ୍ତ କଂପାନୀ ତଥା ଦୋକାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର । ଯଦି ଆପଣଙ୍କଠାରୁ କୌଣସି ଦୋକାନୀ କିମ୍ବା ସପିଂ ମଲ କ୍ୟାରି ବ୍ୟାଗ ନାଁରେ ଏକ୍ସଟ୍ରା ୫ ଟଙ୍କା କିମ୍ବା ୧୦ ଟଙ୍କା ଚାର୍ଜ କରନ୍ତି ଏନେଇ ଆପଣ ସିଧା କନଜ୍ୟୁମର ଫୋରମରେ ଅଭିଯୋଗ କରିପାରିବେ । ଆଉ ଅଭିଯୋଗ କରିବାର ମାତ୍ର ମାସକ ଭିତରେ ଆପଣଙ୍କ ମାମଲାର ଶୁଣାଣି କରି ଆପଣଙ୍କୁ ନ୍ୟାୟ ପ୍ରଦାନ କରିବ କେନ୍ଦ୍ର ସରକାରଙ୍କ ଏହି ଉପଭୋକ୍ତା କୋର୍ଟ ।

FREE carry bags... Shop owners can't charge you
Google
ଏବେ ନଜର ପକାନ୍ତୁ ସଂଶୋଧିତ ଆଇନରେ କଣ ସବୁ ନୂଆ ନିୟମ ସ୍ଥାନ ପାଇଛି:

– ବିଭ୍ରାନ୍ତିକର ବିଜ୍ଞାପନ ପ୍ରଚାର କିମ୍ବା ପ୍ରସାର କଲେ ସିଧା କାର୍ଯ୍ୟାନୁଷ୍ଠାନ
– କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଇପାରିବେନି ଦୋକାନୀ

– ସିନେମା ହଲରେ ଖାଦ୍ୟ ସାମଗ୍ରୀକୁ ଅଧିକ ଦାମରେ ବିକିଲେ କାର୍ଯ୍ୟାନୁଷ୍ଠାନ

– ନୂଆ ଆଇନରେ ସାମିଲ ହେଲା ଉଭୟ ଅନଲାଇନ ଏବଂ ଟେଲିସପିଂ କଂପାନୀ

– କୌଣସିବି କନଜ୍ୟୁମର କୋର୍ଟରେ ମାମଲା ରୁଜୁ କରିପାରିବେ ଗ୍ରାହକ

– ସାମଗ୍ରୀରେ ଅପମିଶ୍ରଣ କଲେ ଦୋକାନୀଙ୍କୁ ଜରିମାନା ସାଙ୍ଗକୁ ହୋଇପାରେ ଜେଲ
– ଗ୍ରାହକ ଫୋରମରେ କୋଟିଏ ଟଙ୍କା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇପାରିବ

Create and Use Buyer Personas to Drive Sales : Wordtracker
Google

ନୂଆ ତଥା ସଂଶୋଧିତ ଆଇନ ଅନୁସାରେ, ଉପଭୋକ୍ତାକୁ ପ୍ରଲୋଭିତ କଲା ଭଳି ବିଜ୍ଞାପନ ଦେଲେ ସଂପୃକ୍ତ କଂପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ନୂଆ ଉପଭୋକ୍ତା ନିୟମ ପ୍ରଣୟନ ପରେ ଗ୍ରାହକଙ୍କ ସମସ୍ୟା ଜନିତ ମାମଲାଗୁଡିକର ସମାଧାନ ସମୟାନୁବର୍ତ୍ତୀ, ପ୍ରଭାବଶାଳୀ ତଥା ଶ୍ରୀଘ୍ର ସମାଧାନ ହୋଇପାରିବ । ତେବେ ନୂଆ ନିୟମ ଅନୁସାରେ, କନଜ୍ୟୁମର କୋର୍ଟ ସହ ଏକ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି । ଯାହା ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଉପରେ କଡାକଡି ଭାବେ ନଜର ରଖିବ । ଏଥିସହିତ ନୂଆ ନିୟମ ଅନୁସାରେ, ଜଣେ ଗ୍ରାହକ କୌଣସି ବି ଜିନିଷ କିଣିବା ପୂର୍ବରୁ ଉକ୍ତ ସାମଗ୍ରୀର ଗୁଣାବତା ସଂପର୍କିତ ଅଭିଯୋଗ ସିସିପିଏରେ କରିପାରିବେ ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *