ବ୍ୟୁରୋ ରିପୋର୍ଟ: ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆପଣ ପ୍ରାୟ ଜାଣିଥିବେ ଭାରତୀୟ ଯୁବକମାନେ ଏବେ ଅନ୍ଲାଇନ ଖେଳରେ ମାତିଛନ୍ତି ଯାହା ଦ୍ୱାରା ଅନେକ ଯୁବକଙ୍କ ପ୍ରାଣ ଯାଇଥିବା ବେଳେ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଦୁଇଟି ମୁଖ୍ୟ ଖେଳ ପବଜି ଓ ଫ୍ରି ଫାୟାର ଯାହା ଦ୍ୱାରା ଯୁବକମାନେ ପ୍ରାୟ ବେଶୀ ମାତୁଛନ୍ତି। ଆପଣ ଜାଣିଥିବେ ପୂର୍ବ ବର୍ଷ ପବଜି ସହ ଅନେକ ଆପକୁ ଭାରତରେ ବ୍ୟାନ କରାଯାଇଥିଲେ ସରକାର ଫ୍ରି ଫାୟର ସହ ୫୪ ଟି ଆପକି ବ୍ୟାନ କରିଛନ୍ତି।

ଯେବେ ପବଜି ବ୍ୟାନ କରାଗଲା ଅନେକ ପରିମାଣର ଲୋକ ଫ୍ରି ଫାୟାର ବ୍ୟାନ କରିଦେଲେ। ଏହି ଖେଳ ଦ୍ଵାରା ଲୋକଙ୍କ ଜୀବନ ଯିବା ସହ ପିଲାମାନେ ଅଧିକ ଟଙ୍କା ମଧ୍ୟ ଉଡାଇଦେଉଛନ୍ତି। ଏହି ଖେଳର ମାଲିକାନା ସିଙ୍ଗାପୁରର କମ୍ପାନୀ ଗରିନା ଅଟେ। ଏହି ଆପକୁ ଚୀନ ଆପ ସହିତ ଯୋଡ଼ାଯାଇଥିବାରୁ ଏହାକୁ ଭାରତରେ ବ୍ୟାନ କରାଯାଇଛି ଯାହା ପରେ ଏବେ ଭାରତରେ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରୁ ହଟାଯାଇଛି। ଅନ୍ୟ ଆପ୍ଲିକେସନ ବିଜ୍ଞାପନ ଦ୍ଵାରା ପଇସା ରୋଜଗାର କରିଥାନ୍ତି କିନ୍ତୁ ଫ୍ରି ଫାୟାରରେ ଅନେକ ନୂତନ ପୋଷାକ ଓ ଜିନିଷ ଲୋକ ଦେଖାଇବା ଦ୍ଵାରା ଛୋଟ ପିଲା। ତାକୁ କିଣିବା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିଦେଉଛନ୍ତି।
ଜିନିଷ କିଣିବା ପାଇଁ ଅର୍ଥ ହୀରା କିଣିବା ପାଇଁ ଲଗାଯାଇଥାଏ। କହିରଖିବୁ ୮୯ ଟଙ୍କାରେ ୧୦୦ ହୀରା ମିଳିଥାଏ ଓ ୨୫୦ ଟଙ୍କାରେ ୩୧୦ ହୀରା ମିଳିଥାଏ। ଫ୍ରି ଫାୟାରର ରୋଜଗାର କଥା କହିବା ତ ଏଥିରେ କମ୍ପାନୀ ଗୋଟେ ଦିନରେ ପାଖାପାଖି ୭ କୋଟି କମାଉଛି ମାନେ ମାସକୁ ୨୧୦ କୋଟି ଉପରେ କମାଇଦେଉଛି। ଅନେକ ପିଲା ବାପା ମାଙ୍କ ମନା କରିବା ପରେ ରାଗରେ ଆତ୍ମହତ୍ୟା କରୁଛନ୍ତି। ମଧ୍ୟପ୍ରଦେଶର ଏକ ୧୩ ବର୍ଷର ପିଲା ୪୦ ହଜାର ଖର୍ଚ୍ଚ କରିଦେଇଛି। ସେହିପରି ଛତିଶଗଡ଼ର ଜଣେ ବାଳକ ୩ ଲକ୍ଷ ୨୨ ହଜାର ଟଙ୍କା ଉଡାଇଦେଇଛି। ଏହିଭଳି ପରିସ୍ଥିତି ପାଇଁ ଭାରତରେ ଏହାକୁ ବ୍ୟାନ କରିଛନ୍ତି ସରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।