IND VS AUS: ବକ୍ସିଙ୍ଗ ଡେ ଟେଷ୍ଟ ପୂର୍ବରୁ ଗମ୍ଭୀର ଦେଲେ ରାହାଣେଙ୍କ ଉପଦେଶ,ବାଛିଲେ ଏହି ଚୂଡାନ୍ତ ଏକାଦଶ।

ପୂର୍ଵ ଓପ୍ନର ଗୌତମ ଗମ୍ଭୀର କହିଛନ୍ତି କି ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତକୁ ୫ ଟି ବୋଲର ସହ ପଡିଆକୁ ଓହ୍ଲାଇବାକୁ ହେବ। ଏହାସହ କହିଛନ୍ତି କି ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ୪ନଂରେ ବ୍ୟାଟିଂ କରିବାକୁ ହେବ। ଭାରତ ୪ ଟି ଟେଷ୍ଟ ମ୍ୟାଚ ସିରିଜରେ ପ୍ରଥମ ମ୍ୟାଚ ଆଠ ୱିକେଟରେ ହାରିଛି। ଏଡିଲେଡ଼ରେ ଖେଳାଯାଇଥିବା ଡେ ନାଇଟ ଟେଷ୍ଟର ଦ୍ଵିତୀୟ ପାଳିରେ ଭାରତ ତାର ନ୍ୟୁନତମ ସ୍କୋର ୩୬ ରନରେ ଅଲଆଉଟ ହୋଇଯାଇଥିଲା।

Google

ଟିମ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ଛୁଟିରେ ଯିବା ପରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ଲିଭାଇବେ। ଗୌତମ ଗମ୍ଭୀର “ଷ୍ଟାର ସ୍ପୋର୍ଟସ”ର କାର୍ଯ୍ୟକ୍ରମ ‘କ୍ରିକେଟ କାଉଣ୍ଟଡାଉନ’ରେ କହିଲେ,”ମୁଁ ରାହାଣେଙ୍କୁ ୪ନଂରେ ବ୍ୟାଟିଂ କରିବାର ଦେଖିବାକୁ ଚାହୁଁଛି।ସେ ଏବେ ଅଧିନାୟକ ଅଛନ୍ତି ତ ତାଙ୍କୁ ଆଗକୁ ବଢି ଟିମର ନେତୃତ୍ୱ ନେବାକୁ ହେବ। ତ ରାହାଣେଙ୍କୁ ବିରାଟ କୋହଲିଙ୍କ ଜାଗାରେ ଖେଳିବାକୁ ହେବ।”

ଦୁଇଥର ବିଶ୍ୱକପ ଜିତିଥିବା ଟିମର ଭାଗ ରହିଥିବା ବାମହାତୀ ଏହି ବ୍ୟାଟ୍ସମ୍ୟାନ ଏହି ବକ୍ସିଙ୍ଗ ଟେଷ୍ଟରେ(୨୬ ରୁ ୩୦ ଡିସେମ୍ବର) ଋଷଭ ପନ୍ତ,ଶୁଭମାନ ଗିଲ ଓ କେ ଏଲ ରାହୁଲଙ୍କୁ ଟିମରେ ସାମିଲ କରିବାକୁ ଉପଦେଶ ଦେଇଛନ୍ତି।ସେ କହିଛନ୍ତି,”ରାହୁଲ ଓ ପନ୍ତଙ୍କୁ ଯଥାକ୍ରମେ ୫ନଂ ଓ ୬ନଂରେ ବ୍ୟାଟିଂ କରିବାକୁ ହେବ। ଏହାପରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଳି ପଡିବ। ମୁଁ ଚାହୁଁଛି କି ଟିମରେ ୫ ଟି ବୋଲର ରୁହନ୍ତୁ।”

Google

ସେ ପ୍ରଥମ ଟେଷ୍ଟରେ ଓପ୍ନର ବ୍ୟାଟ୍ସମ୍ୟାନ ପୃଥ୍ଵୀ ସଙ୍କ ସମର୍ଥନ କରି କହିଛନ୍ତି,”ମୁଁ ଚାହୁଁଥିଲି ପ୍ରଥମ ଟେଷ୍ଟ ମ୍ୟାଚରେ ସେ ଖେଳନ୍ତୁ। ଯଦି ଏହି ବ୍ୟାଟ୍ସମ୍ୟାନ ୪ ଟି ଟେଷ୍ଟରେ ଗୋଟିଏ ଶତକ ଲଗେଇଲା,ଓ ଦୁଇ ଅର୍ଦ୍ଧଶତକ ଲଗେଇଲା ତ ଆପଣ ତାଙ୍କଠୁ ସିରିଜ ଆରମ୍ଭ କରିବାକୁ ଚାହିଁବେ। ସେ ନ୍ୟୁଜିଲ୍ୟାଣ୍ଡର କଷ୍ଟକର ପରିସ୍ଥିତିରେ ଅର୍ଦ୍ଧଶତକ ଲଗେଇଥିଲେ। ତାଙ୍କର ଏବେ ଫର୍ମ ନାହିଁ ଓ ତାଙ୍କ ଆତ୍ମବିଶ୍ବାସ ମଧ୍ୟ କମ ରହିଛି।”

ସେ କହିଲେ,”ମୁଁ ଚାହୁଁଛି ମୟଙ୍କ ଅଗ୍ରୱାଲଙ୍କ ସହ ଶୁଭମାନ ଗିଲ ଓପନିଂ କରନ୍ତୁ ଓ ପୂଜାରା ୩ନଂରେ ଆସନ୍ତୁ।

ଗୌତମ ଗମ୍ଭୀର ବାଛିଲେ ବକ୍ସିଙ୍ଗ ଟେଷ୍ଟରେ ଭାରତର ପ୍ଲେଇଂ ଇଲେଭେନ:-ଶୁଭମାନ ଗିଲ,ମୟଙ୍କ ଅଗ୍ରୱାଲ,ଚେତେଶ୍ୱର ପୂଜାରା,ଆଜିଙ୍କ୍ୟ ରାହାଣେ(ଅଧିନାୟକ),କେ ଏଲ ରାହୁଲ,ଋଷଭ ପନ୍ତ(ୱିକେଟ କିପର),ରବୀନ୍ଦ୍ର ଜାଡେଜା,ରବିଚନ୍ଦ୍ରନ ଅଶ୍ୱିନ,ଯଶପ୍ରୀତ ବୁମରା,ଉମେଶ ଯାଦବ,ନବଦୀପ ସୈନି/ମହମ୍ମଦ ସିରାଜ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *