ଧୋନୀଙ୍କୁ ନେଇ ଗୌତମ ଗମ୍ଭୀର ଦେଲେ ବଡ଼ ବୟାନ, ଏହା ଶୁଣି କ୍ରିକେଟ ଜଗତ ଆଶ୍ଚର୍ଯ୍ୟ।

ଆଇପିଏଲ ୨୦୨୧ରୁ ପୂର୍ବରୁ ଖେଳାଳୀମାନଙ୍କୁ ରିଲିଜ କରିବା ଏବଂ ରିଟେନ କରିବା ପ୍ରକ୍ରିୟା ଏବେ ଏବେ ପୂରା ହୋଇଛି। ଆରସିବି ସବୁଥର ଭଳି ନିଜର ଦଶ ଜଣ ଖେଳାଳୀଙ୍କୁ ସିଜନ ପୂର୍ବରୁ ରିଲିଜ କରିଦେଇଛି, ଯେବେକି ଚେନ୍ନାଇ ସୁପର କିଙ୍ଗସ ପ୍ରାୟ ଖେଳାଳୀଙ୍କୁ ନିଜ ସହିତ ରଖିଛି। ଚେନ୍ନାଇ ସୁପର କିଙ୍ଗସର ଏହି ରଣନୀତି ଗୌତମ ଗମ୍ଭୀରକୁ ବହୁତ ପ୍ରଭାବିତ କରିଛି। ଗୌତମ ଗମ୍ଭିର କହିଲେ କି ଏମଏସ ଧୋନୀ ନିଜ ଖେଳାଳୀଙ୍କ ଉପରେ ବିଶ୍ୱାସ ରଖନ୍ତି ଏହା ତାଙ୍କର ଗୁଣ ଅଟେ। କହିଦେଉଛୁ ଆଇପିଏଲ ୨୦୨୧ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ କେଦାର ଯାଦବ, ପିୟୁସ ଚାୱଲା,ମୁରଲୀ ବିଜୟ,ହରଭଜନ ସିଂହ ଓ ମୋନୁ କୁମାରଙ୍କୁ ରିଲିଜ କରିଛି। ସେହିପରି ସେନ ୱାଟସନ ଫ୍ରାନଚାଇଜ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି।

Google

ଗୌତମ ଗମ୍ଭୀର ଚେନ୍ନାଇର ଏହି ରଣନୀତିକୁ ଠିକ କହିଲେ ଏବଂ ସେ ଧୋନୀଙ୍କର ପ୍ରଶଂସା ବି କରିଛନ୍ତି। ଗମ୍ଭୀର କହିଲେ କି ଧୋନୀ ଅଧିକ ଆଗକୁ ଭାବନ୍ତି ନାହିଁ। ଏହା ତାଙ୍କର ଖାସ କଥା ଅଟେ। ଗମ୍ଭୀରଙ୍କ ଅନୁସାରେ ଧୋନୀ ବର୍ତ୍ତମାନର ହିସାବରେ କାମ କରନ୍ତି, ଏହା ତାଙ୍କୁ ଅନ୍ୟଙ୍କ ଠାରୁ ଅଲଗା କରାଏ।

ଧୋନୀଙ୍କର ପ୍ରଶଂସକ ହେଲେ ଗମ୍ଭୀର: ଷ୍ଟାର ସ୍ପୋର୍ଟସର କାର୍ଯ୍ୟକ୍ରମ କ୍ରିକେଟ କନେକଟେଡ଼ରେ ଗୌତମ ଗମ୍ଭୀର କହିଲେ,’ଏହା ଧୋନୀଙ୍କର ଖାସ କଥା ଅଟେ। ମୁଁ ସବୁବେଳେ କହିଛି କି ଧୋନୀ ବହୁତ ଆଗକୁ ଭାବନ୍ତି ନାହିଁ ।ସେ ସବୁବେଳେ ବର୍ତ୍ତମାନର ସିଜିନ ହିସାବରେ ଦଳ କରନ୍ତି।ଏହା ଆରସିବି ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ତଫାତ ଅଟେ। ଲୋକ କହୁଥିଲେ କି ଚେନ୍ନାଇର ଗତ ସିଜିନ ବହୁତ ଖରାପ ରହିଲା ଓ ଏବେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଦଳ ବଦଳେଇବାର ଆବଶ୍ୟକତା ଅଛି କିନ୍ତୁ ସେମାନେ କେବଳ ୫ଜଣ ଖେଳାଳୀମାନଙ୍କୁ ବାହାର କଲେ। ସେହିପରି ଆରସିବି ପ୍ଲେ ଅଫରେ ପହଞ୍ଚିବା ସତ୍ତ୍ୱେ ୧୦ଜଣ ଖେଳାଳୀଙ୍କୁ ବାହାର କରିଦେଲେ।’

Google

ଗୌତମ ଗମ୍ଭୀର କହିଲେ କି ଯଦି ଆପଣ ଖରାପ ସିଜିନ ସତ୍ତ୍ୱେ ଖେଳାଳୀମାନଙ୍କୁ ନିଜ ସହିତ ରଖନ୍ତି ତେବେ ତାଙ୍କର ବିଶ୍ୱାସ ବଢେ। ଆଇପିଏଲରେ CSKର ସଫଳତାର ମନ୍ତ୍ର ଅଟେ ଧୋନୀଙ୍କର ସନ୍ତୁଳନ । କହିଦେଉଛୁ ଆଇପିଏଲ ୨୦୨୧ର ଖେଳାଳିମାନଙ୍କର ନିଲାମୀ ୧୮ ଫେବ୍ରୁଆରୀକୁ ହେବ ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସ କିଛି ଯୁବ ଖେଳାଳୀମାନଙ୍କ ଉପରେ ବାଜି ଲଗାଇବାର ଦେଖା ଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *