୨୦୧୧ ବିଶ୍ଵକପରେ ଭାରତର ବିଜୟରେ ମୁଖ୍ୟ ଭୂମିକା ତୁଲାଇ ଥିବା ପୂର୍ବ ବ୍ୟାଟ୍ସମ୍ୟାନଙ୍କ ଗୌତମ ଗମ୍ଭୀରଙ୍କ ମାନିବା କଥା କି କେବଳ ଗୋଟିଏ ଛକାରେ ଭରତୀୟ ଦଳ ଟ୍ରଫି ଜିତିନଥିଲା। ପ୍ରକୃତରେ, ବିଶ୍ୱକପ ବିଜୟକୁ ମନେ ପକାଇ ଅଧିକ ଲୋକ ସେତେବେଳେର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମାରିଥିବା ଛକାର କଥା କୁହନ୍ତି। ଏହା ସହ ଗମ୍ଭୀର ସହମତ ନୁହଁନ୍ତି। ସେ ଏକ ଇଣ୍ଟରଭିଉରେ କହିଥିଲେ କି ଲୋକ କେବଳ ଗୋଟିଏ ଛକା କଥା କୁହନ୍ତି ଯେବେକି ସେହି ବିଶ୍ୱ କପରେ ବିଜୟ ଦେଇଥିବା ଯୁବରାଜ ସିଂହଙ୍କ ଚର୍ଚ୍ଚା ମଧ୍ୟ ହୁଏ ନାହିଁ।

ଗମ୍ଭୀର ନ୍ୟୁଜ ୨୪କୁ ଦେଇଥିବା ଇଣ୍ଟରଭିଉରେ କହିଥିଲେ,”ଗୋଟିଏ ଛକା ବିଶ୍ୱ କପ ଜିତାଇ ନଥିଲା। ସଚିନ ତେନ୍ଦୁଲକର ସବୁଠାରୁ ଅଧିକ ରନ କରିଥିଲେ। ଯୁବରାଜ ସିଂହ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ରହିଥିଲେ। ବିରାଟ କୋହଲି,ଜାହିର ଖାନ,ହରଭଜନ ସିଂହ, ବିରେନ୍ଦ୍ର ସେହ୍ୱାଗଙ୍କ ସହିତ ସମସ୍ତ ଖେଳାଳୀ ନିଜ ଯୋଗଦାନ ଦେଇଥିଲେ। ବିଶ୍ୱ କପ ଜଣେ ଖେଳାଳୀ ଜିତାଇ ପାରିବ ନାହିଁ। ସମସ୍ତଙ୍କୁ କ୍ରେଡିଟ ଦିଆଯିବା ଆବଶ୍ୟକ। ଯେବେ ବିଶ୍ୱକପର କଥା ଆସେ ତେବେ ସମ୍ପୂର୍ଣ୍ଣ ଦଳର ଛବି ଲଗାଇବା ଦରକାର, କେବଳ ଜଣଙ୍କର ନୁହେଁ। ମତେ ଲାଗେ କି ଅଧିନାୟକ ସେତିକି ହିଁ ଭଲ ହୋଇଥାଏ ଯେତିକି ତାର ଦଳ ହୋଇଥାଏ। ସେହି ଟୁର୍ଣ୍ଣାମେଣ୍ଟରେ କେତେକ ଭଲ ଖେଳ ହୋଇଥିଲା। ସେହି ଛକା ଠାରୁ ମଧ୍ୟ ବଡ଼ ଖେଳ ରହିଛି।”

ଗମ୍ଭୀର କହିଲେ,”ମୋ ପାରି ଠାରୁ ମଧ୍ୟ ଭଲ ବହୁତ କିଛି ରହିଥିଲା। ସଚିନ ତେନ୍ଦୁଲକରଙ୍କ ପରେ ମୁଁ ସବୁଠାରୁ ଅଧିକ ରନ କରିଥିଲି। ସେହ୍ୱାଗ ଶତକ ଲଗାଇଥିଲେ। ଯୁବରାଜ ସିଂହ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ରହିଥିଲେ। ଆମେ ଦୁଇଟି ୱାର୍ଲଡ଼ କପ ଜିତିଛୁ ଓ ଦୁଇଟିରେ ଯୁବରାଜଙ୍କର ଯୋଗଦାନ ବଡ଼ ଥିଲା। ଏବେ ଯୁବରାଜଙ୍କର କଥା କେହି ହେଉ ନାହାନ୍ତି।” ସଚିନ ତେନ୍ଦୁଲକର ଭାରତ ଦଳ ତରଫରୁ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଥିଲେ। ସଚିନ ୪୮୨ ରନ ୯ ଟି ମ୍ୟାଚରେ ବନେଇଥିଲେ।

ଓଭରଅଲ ଶ୍ରୀଲଙ୍କାର ତିଳକରରତନେ ଦିଲସାନ ୯ଟି ମ୍ୟାଚରେ ୫୦୦ରନ ବନେଇଥିଲେ। ଗମ୍ଭୀର ୯ଟି ମ୍ୟାଚରେ ୩୯୩,ସେହ୍ୱାଗ ୮ଟି ମ୍ୟାଚରେ ୩୮୦ ବନେଇଥିଲେ,ଯୁବରାଜ ୯ଟି ମ୍ୟାଚରେ ୩୬୨ ରନ କରିଥିଲେ,ବିରାଟ କୋହଲି ୯ଟି ମ୍ୟାଚରେ ୨୮୨ରନ ବନେଇଥିଲେ,ଧୋନୀ ୯ଟି ମ୍ୟାଚରେ ୨୪୧ ରନ ବନେଇଥିଲେ। ୨ ଅପ୍ରେଲ ୨୦୧୧କୁ ଶ୍ରୀଲଙ୍କା ବିପକ୍ଷରେ ଖେଳା ଯାଇଥିବା ଫାଇନାଲରେ ଗମ୍ଭୀର ଭାରତୀୟ ବିଜୟର ନାୟକମାନଙ୍କ ମଧ୍ୟରେ ସାମିଲ ଥିଲେ ଓ ୯୭ ରନର ପାଳି ଖେଳିଥିଲେ ଯାହାପରେ ସେବେର ମହେନ୍ଦ୍ର ସିଂହ ଧୋନୀ ନଟ ଆଉଟ ରହି ଅର୍ଦ୍ଧଶତକ ମାରି ଛକା ଲଗାଇ ଦଳକୁ ଜିତ ଦେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।