ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହୋଇଛି ହାର୍ଟ ଆଟାକ,କୋଲକତାର ଏକ ମେଡ଼ିକାଲରେ ହେଲେ ଭର୍ତ୍ତି।

ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଛାତିରେ ଯନ୍ତ୍ରଣାପରେ କୋଲକତାର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଭାରତୀୟ କ୍ରିକେଟର ପୂର୍ବ ଅଧିନାକୟ ସୌରଭ ଗାଙ୍ଗୁଲି କୋଲକାତାର ବୁଡ଼ଲେର୍ଡସ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି। ଆଜି ତାଙ୍କୁ ଜୀମରେ ବ୍ୟାୟାମ କରିବା ସମୟରେ ହାର୍ଟ ଆଟାକ ଆସିଥିଲା। ରିପୋର୍ଟ ଅନୁସାରେ ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ତାଙ୍କୁ ଏଜିଓପ୍ଲାଷ୍ଟି ଦେଇ ଗତିକରିବାକୁ ପଡିବ। ରିପୋର୍ଟ ଅନୁସାରେ ତାଙ୍କ ଅବସ୍ଥା ଏବେ ନିରବ ଅଛି।
ବଡ଼ ଖେଳ ପତ୍ରିକାର ବୋରିସ ମଜୁମଦାର କହିଛନ୍ତି,”ଯେବେ ଗାଙ୍ଗୁଲି ଯିମରେ ବ୍ୟାୟାମ କରୁଥିଲେ ତାଙ୍କ ମୁଣ୍ଡ ବୁଲେଇଥିଲା ଏହା ପରେ ସେ ଟେଷ୍ଟ କରିବା ପାଇଁ ବୁଡ଼ଲେର୍ଡସ ମେଡ଼ିକାଲ ଯାଇଥିଲେ। ଯେବେ ଜଣାପଡିଲାକି ଗାଙ୍ଗୁଲିଙ୍କୁ ଛାତି ଜନିତ ସମସ୍ୟା ଅଛି ସେବେ ଡାକ୍ତର ସରୋଜ ମଣ୍ଡଳଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ ଗଠନ କରାଯାଇ ତାଙ୍କ ଚିକିତ୍ସା କରାଯାଉଛି”।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରିଛନ୍ତି,”ଏହା ଶୁଣି ଦୁଃଖ ଲାଗୁଚି କି ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ ଆସିଛି ଓ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ମୁଁ ସେ ଜଲ୍ଦି ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି”।
ରିପୋର୍ଟ ଅନୁସାରେ ଗାଙ୍ଗୁଲି ଛାତି ଯନ୍ତ୍ରଣା ପରେ ବେହୋସ ମଧ୍ୟ ହୋଇଯାଇଥିଲେ।୪୮ ବର୍ଷୀୟ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଅଛି ଓ ସେ ଇମୋରଜେନ୍ସି ବୋର୍ଡରେ ରଖା ଯାଇଛି । ଶୁକ୍ରବାର ସନ୍ଧ୍ୟାରେ ବ୍ୟାୟାମ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ଆଜି ପୁଣି ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଛନ୍ତି ଯାହା ପରେ ପରିବାର ଲୋକ ତାଙ୍କୁ ମେଡ଼ିକାଲ ନେଇଯାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।