ସୌରଭ ଗାଙ୍ଗୁଲି ଟିମ ଇଣ୍ଡିଆର ବେଞ୍ଚ ଷ୍ଟ୍ରେଥର ମଝଭୁତ ଶ୍ରେୟ ଦେଲେ ଭାରତର ଏହି ଷ୍ଟାର ଖେଳାଳିଙ୍କୁ, ସମସ୍ତେ ଆଶ୍ଚର୍ଯ୍ୟ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧକ୍ଷ ସୌରଭ ଗାଙ୍ଗୁଲି ପୂର୍ଵ ଭାରତୀୟ ଅଧିନାୟକ ରାହୁଲ ଦ୍ରାଭିଡ଼ଙ୍କର ପ୍ରଶଂସା କରିଛନ୍ତି। ରାହୁଲ ଦ୍ରାଭିଡ଼ ବାଙ୍ଗାଲୋର ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର କୋଚ ଅଟନ୍ତି ଓ ସେଠାରେ ସେ ନୂଆ ପ୍ରତିଭାବାନ ଖେଳାଳିଙ୍କୁ ବାଛିଥାନ୍ତି। ଗାଙ୍ଗୁଲି ରାହୁଲ ଦ୍ରାଭିଡ଼ଙ୍କୁ ପ୍ରଶଂସା କରି କହିଛନ୍ତି ଭାରତର ବେଞ୍ଚକୁ ମଝବୁତ କରିବାରେ ରାହୁଲଙ୍କର ମୁଖ୍ୟ ଯୋଗଦାନ ଅଛି.।ଖରାପ ସମୟରେ ମହମ୍ମଦ ସିରାଜ, ୱାସିଙ୍ଗଟନ ସୁନ୍ଦର, ଶୁଭମନ ଗିଲ, ଓ ସାରଦୁଲ ଠାକୁରଙ୍କ ଭଳି ଖେଳାଳି ସିନିୟର ଖେଳାଳିଙ୍କ ଅନୁପସ୍ଥିତରେ ଭଲ ଖେଳ ଦେଖେଇଛନ୍ତି। ସେମାନେ ବଡ଼ ଖେଳାଳିଙ୍କ ଅନୁପସ୍ଥିତରେ ନିଜ ସୁନ୍ଦର ପ୍ରଦର୍ଶନ ବଳରେ ଭାରତକୁ ପ୍ରଥମେ ଅଷ୍ଟ୍ରେଲିଆ ଓ ଏବେ ଇଂଲଣ୍ଡ ବିପକ୍ଷରେ ସୁନ୍ଦର ବିଜୟ ଦେଇଛନ୍ତି।

Google

ଅଳ୍ପଦିନ ତଳେ ଏକ ଇଣ୍ଟରଭିଉରେ ସୌରଭ ଗାଙ୍ଗୁଲି କହିଛନ୍ତି,”ମୁଁ ସବୁବେଳେ କହିଛିକି ରାହୁଲ ଦ୍ରାଭିଡ ଏନସିଏରେ ମହାନ କାମ କରିଛନ୍ତି। ସେ ଅନ୍ୟ ଖେଳାଳି ମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ସିରାଜ ବହୁତ ପ୍ରତିଭାଶାଳୀ ଖେଳାଳି ଅଟନ୍ତି।,ସାରଦୁଲଙ୍କୁ ଯେବେବି ମୌକା ମିଳିଛି ସେ ଭଲ ଖେଳ ଦେଖେଇଛନ୍ତି”। ଗାଙ୍ଗୁଲି କହିଛନ୍ତି ଯେଉଁଭଳି ଅଷ୍ଟ୍ରେଲିଆରେ ଖେଳାଳି ମାନେ ନିଜ ଖେଳ ସ୍ତରକୁ ଉପରକୁ ଉଠାଇଛନ୍ତି ତାହା ମହାନ ଅଟେ।

ସେ କହିଛନ୍ତି,”ଆମେ ପୁରା ବର୍ଷ ଯଶପ୍ରୀତ ବୁମରାଙ୍କ କଥା କହିଲୁ ,କିନ୍ତୁ ଭାରତ ତାଙ୍କ ବିନା ଜିତିଲା। ଶେଷ ଟେଷ୍ଟରେ ସାରଦୁଲ ଠାକୁର ଓ ମହମ୍ମଦ ସିରାଜ ଇସାନ୍ତ ଶର୍ମାଙ୍କ ଅନୁପସ୍ଥିତରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ। ସିରାଜ ଇଂଲଣ୍ଡ ସହ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସହ ସେ ଠିକ ସମୟରେ ୱିକେଟ ଅକ୍ତିଆର କରିଛନ୍ତି”।

Google

ପୂର୍ଵ ଭାରତୀୟ ଅଧିନାୟକ ଆଗକୁ କହିଛନ୍ତି ରିଷଭ ପନ୍ତ ସିଡନି ଟେଷ୍ଟ ୫-୬ ଓଭର ଖେଳି ଦେଇଥାନ୍ତେ ତ ଭାରତ ସିଡନି ଟେଷ୍ଟ ମଧ୍ୟ ଜିତିଥାନ୍ତା। ଯୁବରାଜ ସିଂହ, ଜାହିର ଖାନ, ବିରେନ୍ଦ୍ର ସେହ୍ଵାଗଙ୍କ ଭଳି ନୂଆ ପିଢ଼ିଙ୍କ ଖେଳାଳିଙ୍କୁ ପ୍ରସ୍ତୁତ କରିଥିବା ଗାଙ୍ଗୁଲି ରିଷଭ ପନ୍ତଙ୍କ ଉପରେ ବହୁତ ଖୁସି। ୨୩ ବର୍ଷୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ପନ୍ତ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ୪ ଟି ଟେଷ୍ଟ ମ୍ୟାଚର ୬ ପାରିରେ ୫୪ ଔସତରେ ୨୭୦ ରନ କରିଥିଲେ। ଚତ୍ରୁର୍ଥ ଟେଷ୍ଟରେ ସେ ମ୍ୟାଚ ବିଜୟ ଶତକ ମାରିଥିଲେ।

Google

ସୌରଭ ଗାଙ୍ଗୁଲି କହିଛନ୍ତି,”ମୁଁ ରିଷଭ ପନ୍ତଙ୍କୁ ପାଖରୁ ଦେଖିଛି। ମୁଁ ମ୍ୟାଚ ବିଜେତା ଖେଳାଳିଙ୍କ ଉପରେ ବିଶ୍ୱାସ ରଖେ। ସେ ଏକା ମ୍ୟାଚ ବଦଳାଇପାରେ। ସିଡନି ଟେଷ୍ଟରେ ଯଦି ସେ ୫-୬ ଓଭର ଖେଳିଥାନ୍ତା ତେବେ ଭାରତ ମ୍ୟାଚ ଜିତିଯାଇଥାନ୍ତା। ଇଂଲଣ୍ଡ ବିରୁଦ୍ଧରେ ଚତ୍ରୁର୍ଥ ଟେଷ୍ଟରେ ସେ ଯେଉଁଭଳିଭାବେ ଖେଳିଲେ ତାହା ସୁନ୍ଦର ଅଟେ। ମ୍ୟାଚ କୌଣସିବି ପଟକୁ ଯାଇପାରିଥାନ୍ତା କିନ୍ତୁ ସେ ମ୍ୟାଚକୁ ପରିବର୍ତନ କରିଦେଇଥିଲେ। ସେ ଜିମି ଏଣ୍ଡରସନଙ୍କ ଓଭରରେ ଆକ୍ରାମକ ରୂପ ଧାରଣ କଲେ”। ସୌରଭ ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଯେଉଁ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ ଲର୍ଡ଼ସରେ ଖେଳାଯିବା କଥା ତାହା ସାଉଥେମ୍ପଟନରେ ଅନୁଷ୍ଠିତ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *