ଗଞ୍ଜାମ ଜିଲାରେ ପୁଣି ଲକଡାଉନ୍ । ଜାଣନ୍ତୁ କଣ ରହିବ ବନ୍ଦ ଆଉ କଣ ରହିବ ଖୋଲା ।

ଗଞ୍ଜାମ ଜିଲାରେ ପୁଣି ଲକଡାଉନ୍ । ଜାଣନ୍ତୁ କଣ ରହିବ ବନ୍ଦ ଆଉ କଣ ରହିବ ଖୋଲା ।

ଗଞ୍ଜାମ ଜିଲ୍ଲା ଜୁନ ୧୪ ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । କରୋନା ପାଇଁ ଗଞ୍ଜାମ ଜିଲ୍ଲାରେ ସ୍ତିତି ଖରାପ, ସେଥି ପାଇଁ ଏହି ନିଷ୍ପତି ନେଇଛନ୍ତି ଜିଲ୍ଲାପାଳ । ସକାଳ ୭ ରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶକ ଦୋକାନ ଖୋଲା ରହିବ ।

ଜାଣନ୍ତୁ କଣ ରହିବ ବନ୍ଦ ଆଉ କଣ ରହିବ ଖୋଲା ।

ବସ୍, କାର୍ ଓ ଅଟୋ ଚଳାଚଳ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ଆନ୍ତଃଜିଲ୍ଲା ବସ୍ ଚଳାଚଳ ମଧ୍ୟ ଜିଲ୍ଲାରେ ବନ୍ଦ ରହିବ । ବିଭିନ୍ନ ସରକାରୀ ଉନ୍ନୟନମୂଳକ କାର୍ଯ୍ୟ ପୂର୍ବପରି ଚାଲୁ ରହିବ । ଦିନ ୧୨ଟା ପରେ କେହି ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ କରିବାକୁ ନିଷ୍ପତି ନେଇଛନ୍ତି । ଶନିବାର ଓ ରବିବାର ପୂର୍ବ ପରି ସଟଡାଉନ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । ରାତି ୭ ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ ।

ଆଜି ମଧ୍ୟ ନୂଆ ୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୨ କୁ ବୃଦ୍ଧି ହୋଇଛି । ମୋଟ ଆକ୍ଟିଭ କେସ ୯୮, ସୁସ୍ଥ ହୋଇଛନ୍ତି ୫୭୮ ଓ ମୃତ ସଂଖ୍ୟା ୦୬ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *