ଗ୍ୟାସ ବୁକିଙ୍ଗ ପାଇଁ ଆରମ୍ଭ ହେଲା ତତ୍କାଳ ସେବା। ୩ମିନିଟରେ ମିଳିବ ଗ୍ୟାସ। ଜାଣନ୍ତୁ କେମିତି କରିବେ ତତ୍କାଳ ବୁକିଙ୍ଗ।

ଏଲପିଜି ତତ୍କାଳ ସେବା: ଏଲପିଜି ସିଲିଣ୍ଡର ବୁକ କରିବା ପରେ ତାର ଅପେକ୍ଷା କରିବା ପୁରୁଣା କଥା ହୋଇଯିବ। ଯଦି ଆପଣଙ୍କୁ ଏଲପିଜି ସିଲିଣ୍ଡରର ଆବଶ୍ୟକତା ତୁରନ୍ତ ଅଛି ତେବେ ଆପଣଙ୍କୁ ତାହା ତୁରନ୍ତ ହିଁ ମିଳିବ। ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସି)ଏଲପିଜି ତତ୍କାଳ ସେବା ଆରମ୍ଭ କରିବାର ଯୋଜନା କରିଛି। ଆଇଓସିର ଏହି ସେବା ଜରିଆରେ ଗ୍ରାହକ ଯେଉଁଦିନ ଏଲପିଜି ସିଲିଣ୍ଡର ବୁକ କରିବେ ସେହିଦିନ ସିଲିଣ୍ଡରର ଡେଲିଭରି ହେବ।

Google

ବିଜିନେସ୍ ଷ୍ଟାଣ୍ଡର୍ଡରେ ଛପି ଥିବା ଏକ ରିପୋର୍ଟ ଅନୁସାରେ, ଆଇଓସିର କହିବା କଥା କି ‘ସବୁ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳକୁ ଏକ ସହର କିମ୍ବା ଜିଲ୍ଲା ବାଛିବାକୁ ହେବ ଯେଉଁଠାରେ ତତ୍କାଳ ଏଲପିଜି ସେବାର ଆରମ୍ଭ କରାଯିବ।ଏହି ଯୋଜନା ଅନ୍ତର୍ଗତ ଆମେ ଏହା ସୁନିଶ୍ଚିତ କରିବୁ କି ଆମର ଗ୍ରାହକମାନଙ୍କୁ ଏଲପିଜି ସିଲିଣ୍ଡର ବୁକିଙ୍ଗର ୩୦ ରୁ ୪୫ମିନିଟ ଭିତରେ ମିଳିଯିବ। ଆଇଓସିର କହିବା କଥା କି ଏହି ଦିଗରେ ଏବେ କାମ ଚାଲୁଅଛି,ଏହାକୁ ଏବେ ଅନ୍ତିମ ରୂପ ଦିଆଯାଉଅଛି। ଆଇଓସିର ଏହି ଚେଷ୍ଟା କେନ୍ଦ୍ର ସରକାରଙ୍କର ‘ଇଜ ଅଫ ଲିଭିଙ୍ଗ’ର ଉଦ୍ଦେଶ୍ୟର ଏକ ଅଂଶ ଅଟେ।’

ଆଇଓସିର କହିବା କଥା କି ‘ଏହି ସେବା ଆମକୁ ଆମର ପ୍ରତିଦ୍ବନ୍ଦି କମ୍ପାନୀଗୁଡିକ ଠାରୁ ଅଲଗା ଠିଆ କରାଇବ ଓ ଆଇଓସିର ଗ୍ରାହକ କେନ୍ଦ୍ରିତ ପ୍ରୟାସକୁ ବଢ଼ାଇବ। ‘ଆଇଓସିର ଅଧିକାରୀମାନଙ୍କ କହିବା କଥା କି ଏହି ସେବାକୁ ଶୀଘ୍ର ଆରମ୍ଭ କରିବାର ଯୋଜନା ଅଛି,ଏହି ସେବା ୧ ଫେବୃଆରୀରୁ ଆରମ୍ଭ କରିବାର ଚେଷ୍ଟା ଅଛି। ଇଣ୍ଡିଆନ ଅଏଲ ନିଜ ଗ୍ରାହକମାନଙ୍କୁ ଇଣ୍ଡେନ ବ୍ରାଣ୍ଡ ନାମରେ ସିଲିଣ୍ଡର ବିକ୍ରି କରେ। ଦେଶରେ ୨୮ କୋଟି ଏଲପିଜିର ଗ୍ରାହକ ଅଛନ୍ତି ଯେଉଁଥିରେ ୧୪ କୋଟି ଆଇଓସିର ଗ୍ରାହକ ଅଟନ୍ତି।

Google

ଆଇଓସିର ଅଧିକାରୀଙ୍କ ଅନୁସାରେ, ଯେଉଁ ଗ୍ରାହକ ଏହି ତତ୍କାଳ ଏଲପିଜି ସେବା କିମ୍ବା ‘ସିଙ୍ଗଲ ଡେ ଡେଲିଭରି ସର୍ଭିସ’ର ବ୍ୟବହାର କରିବେ ସେମାନଙ୍କୁ ଏଥିପାଇଁ ଅଳ୍ପ ମୂଲ୍ୟ ଦେବାକୁ ହେବ,ଏହି ପ୍ରିମିୟମ କିମ୍ଵା ଦେୟ କେତେ ହେବ ଏହା ଉପରେ ଏବେ ଚର୍ଚ୍ଚା ଚାଲିଅଛି। ଏହି ତତ୍କାଳ ସେବା ପାଇଁ ଡିଲରସଙ୍କର ବର୍ତ୍ତମାନ ଥିବା ଡେଲିଭରି ନେଟୱର୍କର ହିଁ ବ୍ୟବହାର କରାଯିବ।

ଏସବିସି ଅଥବା ସିଙ୍ଗଲ ବଟଲ ସିଲିଣ୍ଡର ଗ୍ରାହକ ଅଥବା ଯାହାଙ୍କ ପାଖରେ କେବଳ ଗୋଟିଏ ସିଲିଣ୍ଡର ଥାଏ,ତାଙ୍କୁ ସେତେବେଳେ ଅସୁବିଧା ହୋଇଥାଏ ଯେବେ ସିଲିଣ୍ଡର ହଠାତ ସରିଯାଏ। ଦ୍ୱିତୀୟ ବର୍ଗର ସେହିମାନେ ହୋଇଥାନ୍ତି ଯାହାଙ୍କ ପାଖରେ ଏକା ସାଙ୍ଗରେ ଦୁଇଟି ସିଲିଣ୍ଡର ଥାଏ, ତାଙ୍କୁ ଡିବିସି ବା ଡବଲ ବଟଲ କନଯୁମର କୁହାଯାଏ। ତାଙ୍କ ପାଖରେ ଏହି ଵିକଳ୍ପ ଥାଏ କି ଏକ ସିଲିଣ୍ଡର ସରିଛି ତେବେ ଦ୍ୱିତୀୟର ବ୍ୟବହାର କରିବେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନାରେ ସିଏଜିର ଏକ ରିପୋର୍ଟ ଅନୁସାରେ ସିଲିଣ୍ଡରର ଡେଲିଭରିର ଡେରିରେ ଏଲପିଜିକୁ ଆପଣାଇବା ରାସ୍ତାରେ ଏକ ବଡ ନିଷ୍ପତ୍ତି ଅଟେ।

Google

ଏକ ଏଲପିଜି ଡିଲରଙ୍କ ଅନୁସାରେ,ଯଦିଓ ଆଇଓସିର ଏହି ଯୋଜନା ଜମାରୁ ବି ନୂଆ ନୁହେଁ, ଜୁଲାଇ ୨୦୧୦ର ସେହି ସମୟରେ ତୈଳ ମନ୍ତ୍ରୀ ମୂରଲୀ ଦେଓଡା ଏକ ଯୋଜନା ପ୍ରାରମ୍ଭ କରିଥିଲେ ଯାହାର ନାମ ଥିଲା ‘ପ୍ରୀଫର୍ଡ ଟାଇମ ଏଲପିଜି ଡେଲିଭରି ସ୍କିମ’ଏହି ଯୋଜନର ଅନ୍ତର୍ଗତ ଗ୍ରାହକ ସକାଳ ୭ଟାରୁ ନେଇ ରାତି ୯ଟା ପର୍ଯ୍ୟନ୍ତ ସିଲିଣ୍ଡରର ଦାବି କରିପାରିଥାନ୍ତେ କିନ୍ତୁ ଏହି ସ୍କିମ କେବେବି ଲାଗୁ ହୋଇ ପାରିଲା ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *