ଧୋନୀ ଏବଂ CSK କୁ ନେଇ ଗମ୍ଭୀର ଦେଲେ ବଡ଼ ବୟାନ। ଯାହା ଶୁଣି ଏବେ କ୍ରିକେଟ ଜଗତ ସ୍ତବ୍ଧ।

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ରେ ସମସ୍ତଙ୍କ ନଜର ସିଏସକେ ଟିମ ଉପରେ ରହିଛି। ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ ତମ ସିଜିନରେ ସିଏସକେ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଟିମ ପଏଣ୍ଟ ଟେବୁଲରେ ୭ ନଂରେ ରହିଲା। ଆଇପିଏଲ ଇତିହାସରେ ଏହା ପ୍ରଥମ ମୌକା ଥିଲା,ଯେବେ ସିଏସକେ ପ୍ଲେ ଅଫରେ ଜାଗା ବନେଇପାରିଲା ନାହିଁ। ପୂର୍ଵ ସିଜିନରେ ଖରାପ ପ୍ରଦର୍ଶନ ପରେ ସିଏସକେର ନଜର ଏବେ ୨୦୨୧ ଆଇପିଏଲ ଟ୍ରଫି ଜିତିବା ପାଇଁ ଟିମ ପ୍ରସ୍ତୁତ କରିବାରେ ରହିଛି।

Google

ବହୁତ ସବୁ ଲୋକଙ୍କୁ ବିଶ୍ୱାସ ଅଛି କି ସିଏସକେ ଆଗାମୀ ସିଜିନ ପାଇଁ ବହୁତ ସବୁ ଖେଳାଲିଙ୍କୁ ରିଲିଜ କରିବ।ଭାରତର ପୂର୍ଵ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର କହିଛନ୍ତି ତିନି ଥର ଆଇପିଏଲ ଜିତିଥିବା ଟିମ ପ୍ରସ୍ତୁତ କରିବା ସମୟରେ ୨୦୨୧ ଠାରୁ ଅଧିକ ବିଷୟରେ ଭାବିବ ନାହିଁ।ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ସିକ୍ରେଟକୁ ନେଇ ଗମ୍ଭୀର କହିଛନ୍ତି ସିଏସକେର ଅଧିନାୟକ କେବଳ ଆଗାମୀ ସିଜିନ ପାଇଁ ଧ୍ୟାନ ଦେଉଛନ୍ତି ଓ ସେ ଭବିଷ୍ୟତ ବିଷୟରେ ବେସି ଭାବୁନାହାନ୍ତି।

ଭାରତୀୟ କ୍ରିକେଟ ବୋର୍ଡ ଏଥର ଏକ ମେଗା ନିଲାମ କରିବାର ଯୋଜନା ଶେଷ କରିଦେଇଛି। ହେଲେ ସେ ଫେବ୍ରୁଆରୀରେ ଏକ ମିନି ଅକ୍ସନ କରିବାକୁ ପ୍ରସ୍ତୁତ ଅଟନ୍ତି।ସବୁ ଫ୍ରେଞ୍ଚଇଜି ପାଇଁ ରିଲିଜ କରିବାର ଖେଳାଳି ଲିଷ୍ଟ ଦେବାର ସମୟ ସୀମା ଜାନୁୟାରୀ ୨୦ ପର୍ଯ୍ୟନ୍ତ ଅଟେ। ଆଠଟି ଟିମ ମଧ୍ୟରୁ ସିଏସକେର ପର୍ସ କମ ଅଟେ। ଯଦି ମିନି ଅକ୍ସନରେ କିଛି ନୂଆ ଖେଳାଳି ଆଣିବେ ତ କିଛି ଖେଳାଳିଙ୍କୁ ରିଲିଜ କରିବାକୁ ହେବ।

Google

ଗୌତମ ଗମ୍ଭୀର କହିଛନ୍ତି କି ସିଏସକେକୁ ବିଚାର କରିବାକୁ ହେବ ଯେ ଖେଳାଳିଙ୍କୁ ରିଲିଜ କରିବା ପୂର୍ବରୁ ନିଲାମୀରେ କିଏ ଉପଲବ୍ଧ ହେବେ। ସେ ଷ୍ଟାର ସ୍ପୋର୍ଟସର ଶୋ କ୍ରିକେଟ କାଉଣ୍ଟଡାଉନରେ କହିଲେ,”ଯଦି ଆପଣ ବହୁତ ଖେଳାଳିଙ୍କୁ ରିଲିଜ କରିଦେବେ ତ ଆପଣଙ୍କୁ ଜାଣିବାକୁ ହେବ ଯେ ଆକ୍ସନରେ କିଏ କିଏ ଉପଲବ୍ଧ ଅଛନ୍ତି। ମୁଁ ମାନୁଛି କି ଆମେ ଦୁଇ ତିନି ବର୍ଷ ହେବ କଥା ହଉଛୁ ଯେ ସିଏସକେରେ ଅଧିକ ବୟସ୍କ ଲୋକ ଅଛନ୍ତି। ଏଥିରେ କୌଣସି ଶଙ୍କା ନାହିଁ ଏହା ଏକ ବୁଢା ଲୋକଙ୍କ ଟିମ,ଯେଉଁଥିରେ ୱାଟସନ,ଦ୍ୱେନ ବ୍ରାଭୋ ଓ ମହେନ୍ଦ୍ର ସିଂ ଧୋନି ଅଛନ୍ତି।”

ଦୁଇ ଥର ଆଇପିଏଲ ଜିତିଥିବା ଅଧିନାୟକ ଆଗକୁ କହିଲେ,ଧୋନି କିପରି ଏବର୍ଷ ସାମାନ୍ୟ ରହିବେ ଓ ଏକ ଟିମର ନିର୍ମାଣ କରିବେ। ସେ ଆଗାମୀ ତିନି ବର୍ଷ କଥା ନ ଭାବି ଏ ବର୍ଷ କିତାବ ଜିତିବାକୁ ଚେଷ୍ଟା କରିବେ।

ସେ କହିଲେ,”ହେଲେ ଯେଉଁଭଳି ଭାବେ ସେ ପ୍ରଦର୍ଶନ କରିଛନ୍ତି,ଆଉ ମୁଁ ବହୁତ ଥର କହି ଆସିଛି ମହେନ୍ଦ୍ର ସିଂ ଧୋନିଙ୍କ ମଧ୍ୟରେ ଏକ ଗୁଣ ରହିଛି । ଲୋକେ ଏହି କଥା କୁହନ୍ତି କି କିପରି ଧୋନି ଆଇପିଏଲରେ ସିଏସକେ ପାଇଁ ସଫଳ ହୁଅନ୍ତି। ଏହାର କାରଣ ସେ ସେହି ବର୍ଷ ପାଇଁ ଫୋକସ କରନ୍ତି।”

Google

ଗମ୍ଭୀର ଆଗକୁ କହିଲେ,ସେ ଆଗାମୀ ତିନି ବର୍ଷ ପାଇଁ ଟିମ ପ୍ରସ୍ତୁତ କରିବାକୁ ଚାହିଁବେ ନାହିଁ। ଏହା ହେଇପାରିବ ନାହିଁ,ଏଥିପାଇଁ ଧୋନି ଆଗ ଭଳି କ୍ବାଲିଟିରେ ରହିବେ ଯାହା ଏ ବର୍ଷ ରାହିବ। କେଉଁ ଟିମ ଓ କେଉଁ ସମ୍ଭାବନା ତାଙ୍କୁ ଏଥର କିତାବ ଜିତେଇବ,ସେ କେବଳ ଏହା ଉପରେ କାମ କରିବେ। ଏଥିପାଇଁ ମତେ ଲାଗୁଛି କି ଯେ ପର୍ଯ୍ୟନ୍ତ ନିଲାମୀରେ ଅଧିକ ଖେଳାଳି ନ ଆସିବେ,ତେବେ ତାଙ୍କ ଟାର୍ଗେଟ ରହିବ ,ସେ ବହୁତ ଖେଳାଳିଙ୍କୁ ରିଲିଜ କରିବେ ନାହିଁ।

ରିପୋର୍ଟ ମୁତାବକ ଚେନ୍ନାଇ ସୁପର କିଙ୍ଗସ ଏହି ବର୍ଷ କେଦାର ଜାଦବଙ୍କୁ ଛାଡିପାରେ ,ଯିଏ ଏବେ ଟିମ ଇଣ୍ଡିଆ ଠାରୁ ମଧ୍ୟ ଦୂରରେ ଅଛନ୍ତି। ସେ ପୂର୍ଵ ବର୍ଷ ଆଇପିଏଲରେ ୮ ମ୍ୟାଚରେ ୬୨ ରନ କରିଥିଲେ। ସେନ ୱାଟସନ ମଧ୍ୟ୍ୟ ରିଟାୟାର୍ଡ ହେଲେଣି ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଏବେ ବିକଳ୍ପ ବାଛିବାର ଅଛି। ଏହା ଛଡା ସିଏସକେ ଟିମ,କର୍ଣ ଶର୍ମା,ହରଭଜନ ସିଂ ଓ ପୀୟୂଷ ଚାୱାଲାଙ୍କୁ ରିଲିଜ କରିପାରେ। ଏମିତି ହେଲେ ତାଙ୍କ ପର୍ସକୁ କିଛି ଟଙ୍କା ଆସିବ ଓ ସେ କିଛି ନୂଆ ଖେଳାଳିଙ୍କୁ କିଣିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *