ବିରାଟ ଓ ଧୋନୀଙ୍କ ପାଇଁ ଚିଡିଗଲେ ଗାଭାସ୍କର ଓ ମାଥୟୁ ହେଡେନ, କାରଣ ଜାଣିଲେ ହୋସ ଉଡିଯିବ !

ପୂର୍ବ ମହାନ ଖେଳାଳି ସୁନିଲ ଗାଭାସ୍କର କହିଲେ କି ପୂର୍ବ ଏକ ଦଶକରୁ ବିରାଟ କୋହଲି ମ୍ୟାଚ ଜିତେଇବାରେ ଭାରତର ପ୍ରଭାବଶାଳୀ ଖେଳାଳି ଅଟନ୍ତି। ଭାରତ ପାଇଁ ୨୦୦୮ ରେ ଡେବ୍ୟୁ କରିଥିବା ବିରାଟ କୋହଲି ଏକ ଦଶକରେ ସବୁ ଫର୍ମାଟରେ ଭଲ ବ୍ୟାଟ୍ସମ୍ୟାନ ରୂପେ ବାହାରିଛନ୍ତି। ସେ ନିକଟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗି ଦ୍ରୁତ ୧୨୦୦୦ ରନ କରିଛନ୍ତି।

Google

ସୁନିଲ ଗାଭାସ୍କର ଷ୍ଟାର ସ୍ପୋର୍ଟସର କାର୍ଯ୍ୟକ୍ରମ,”କ୍ରିକେଟ କନେକଟେଡ଼”ରେ କହିଲେ ,”ମତେ ଲାଗୁଚି କି ଯଦି ଆପଣ ବ୍ୟକ୍ତିଗତ ପ୍ରଦର୍ଶନ ଦେଖୁଛନ୍ତି ତ ନିଶ୍ଚିତ ରୂପରେ ସେ ବିରାଟ କୋହଲି ହେବେ। ରନ ପିଛା କରୁଥିବା ସମୟରେ ତାଙ୍କ ପ୍ରଦର୍ଶନ ପାଇଁ ଟିମ ଅନେକ ଥର ବିଜୟ ଲାଭ କରିଛି।”

ଗାଭାସ୍କର କହିଲେ” ମୁଁ କେବଳ ରନ ଓ ୱିକେଟ ସଂଖ୍ୟା ଅପେକ୍ଷା ଖେଳାଳୀର ପ୍ରଭାବକୁ ଦେଖେ। ଏହି ମାମଲାରେ ଆପଣଙ୍କୁ ମାନିବାକୁ ହେବ ଯେ ଏହି ଦଶକ ବିରାଟ କୋହଲିଙ୍କ ଅଟେ। ଭାରତୀୟ ଟିମ ଦ୍ବାରା ବିଜେତା ହୋଇଥିବା ମ୍ୟାଚରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।”

ଗାଭାସ୍କରଙ୍କ ଏହି ମତରେ ଅଷ୍ଟ୍ରେଲିଆର ପୂର୍ବ ଓପ୍ନର ମ୍ୟାଥୟୁ ହେଡେନ ସହମତ ହେଲେ ନାହିଁ। ତାଙ୍କ ମତରେ ମହେନ୍ଦ୍ର ସିଂ ଧୋନି ଦଶକର ଅଧିକ ଦକ୍ଷ ଦିନିକିଆ ଭାରତୀୟ ଖେଳାଳି। ଧୋନି ଏହି ବର୍ଷ ଅଗଷ୍ଟ ମାସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ।

Google

ହେଡେନ କହିଲେ କି,”ଏହା ବହୁତ ମହତ୍ୱପୂର୍ଣ୍ଣ ଓ ମୁଖ୍ୟ ଅଟେ କି ଧୋନି ବିଶ୍ୱକପ ଓ ଚମ୍ପିୟାନ୍ସ ଟ୍ରଫି ଜିତିଲେ। ମୋ ପାଇଁ ବିଶ୍ୱକପ ଜିତିବା ମୁଲ୍ୟବାନ ପଥର ଜିତିବା ଭଳି। ” ସେ କହିଲେ”ଯେବେ କଥା ବିଶ୍ୱକପର ଆସେ ତ ଆପଣଙ୍କୁ ଭଲ ଅଧିନାୟକ ସହ ମଧ୍ୟକ୍ରମରେ ଶାନ୍ତ ଓ ଦମଦାର ଖେଳାଳି ଦରକାର ଯାହା କି ସେ ଥିଲେ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *