ଅଷ୍ଟ୍ରେଲିଆ ବିପକ୍ଷ ୪ ଟି ଟେଷ୍ଟ ମ୍ୟାଚ ସିରିଜର ଶେଷ ଟେଷ୍ଟର ଦ୍ଵିତୀୟ ଦିନ ଖେଳ ଶେଷ ହବା ସୁଦ୍ଧା ଭାରତୀୟ ଟିମ ଭଲ ପରିସ୍ଥିତିରେ ନାହିଁ। ଭାରତର ପ୍ରଥମ ପାଳିର ୨ ଟି ୱିକେଟ ପଡ଼ିଯାଇଛି। ଦୁଇ ଓପ୍ନର ରୋହିତ ଓ ଶୁଭମାନ ଗିଲ ଆଉଟ ହୋଇ ଯାଇଛନ୍ତି। ରୋହିତ ୪୪ ରନ କରିଥିବା ବେଳେ ଲାୟନଙ୍କ ବଲରେ ଛକା ମାରିବାକୁ ଯାଇ ମିଡ ୱିକେଟରେ ମିଚେଲ ଷ୍ଟାର୍କଙ୍କ ହାତରେ କ୍ୟାଚ ହୋଇଥିଲେ।

ରୋହିତଙ୍କ ଆଉଟ ହେବା ଷ୍ଟାଇଲ ଦେଖି ଭାରତୀୟ ଦଳର ପୂର୍ଵ ଅଧିନାୟକ ସୁନିଲ ଗାଭାସ୍କର ରାଗିଗଲେ। ସୁନିଲ ଗାଭାସ୍କର ରୋହିତ ବ୍ୟାଟିଂକୁ ଖରାପ କହିଥିଲେ। ସେ କହିଲେ କି ରୋହିତ ଏକ ଅନୁଭବୀ ଖେଳାଳି ଅଟନ୍ତି। ତାଙ୍କୁ ଏପରି ସର୍ଟ ଖେଳିବାର ନ ଥିଲା। ସେ ଖରାପ ସର୍ଟ ଖେଳି ନିଜର ୱିକେଟ ଦେଇଦେଲେ। ରୋହିତଙ୍କ ଆଉଟ ହେବା ପରେ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ନଜର ଆସୁଛି। ସୁନିଲ ଗାଭାସ୍କର ଚ୍ୟାନେଲ ୭ ରେ କମେଣ୍ଟରି କରି କହିଛନ୍ତି,”ସିନିୟର ଖେଳାଳି ରୋହିତ ଶର୍ମା ଖରାପ ସର୍ଟ ଖେଳିଛନ୍ତି।”
ସୁନିଲ ଗାଭାସ୍କର କହିଲେ କାହିଁକି? ମୁ ବୁଝିପାରୁନାହିଁ ସେ କାହିଁକି ଏପରି ସର୍ଟ ଖେଳିଲେ। ଏହି ସର୍ଟର ଆବଶ୍ୟକ ନଥିଲା। ଲଙ୍ଗ ଅନ ଓ ସ୍କୋୟର ଲେଗରେ ଫିଲଡ଼ର ଥିଲେ।ଆପଣ ଏବେ କିଛି ବଲ ଆଗରୁ ଚୋୖକା ମାରିଥିଲ। ଏମିତି ସର୍ଟ ଖେଳିବାର ଆବଶ୍ୟକ କଣ ଥିଲା? ଆପଣ ଏକ ସିନିୟର ଖେଳାଳି ଅଟନ୍ତି। ଏହି ସର୍ଟ ଖେଳିବାର କିଛି ବି ବାହାନା ନାହିଁ।”

ସୁନିଲ ଗାଭାସ୍କର କହିଲେ “ଆପଣ ଏହି ସର୍ଟ ଖେଳିବାର କୌଣସି ବାହାନା ଦେଇପାରିବେ ନାହିଁ। ବିଲକୁଲ ଖରାପ ୱିକେଟ। ଆପଣ ଅଷ୍ଟ୍ରେଲିଆକୁ ୱିକେଟ ଗିଫ୍ଟରେ ଦେଇଦେଲେ। ଆପଣଙ୍କୁ ଆରମ୍ଭ ଭଲ ମିଳିଲା ପରେ ଏହାକୁ ଏକ ଶତକରେ ବଦଳେଇବାର ହୋଇଥାଏ। ଖାସ କରି ସେହି ସମୟରେ ଯେବେ ବିପକ୍ଷ ଟିମ ୩୬୯ ରନ କରିଥାଏ।”
ସିଡ୍ନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭଲ ଆରମ୍ଭ ମିଳିଥିବା ପରେ ମଧ୍ୟ ସେ ଅର୍ଦ୍ଧଶତକକୁ ଶତକରେ ବଦଳେଇ ପାରିଲେ ନାହିଁ। ସେ ସିଡିନୀରେ କ୍ରମଶଃ ୨୬(୭୭ ବଲ) ଓ ୫୨ (୯୮ ବଲ) କରିଥିଲେ । ରୋହିତ ବ୍ରିସବେନ ଟେଷ୍ଟରେ ୭୪ ଟି ବଲର ସାମ୍ନା କରିଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ ୩୬୯ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ତରଫରୁ ଡେବ୍ୟୁ କରୁଥିବା ନଟରାଜନ ଓ ୱାସିଂଟନ ସୁନ୍ଦର ୩-୩ ୱିକେଟ ଅକ୍ତିଆର କରିଥିଲେ। ସାର୍ଦ୍ହୁଲ ମଧ୍ୟ ୩ ଟି ୱିକେଟ ନିଜ ନାମରେ ନାମିତ କରିଥିଲେ। ହେଲେ ଭାରତର ଆରମ୍ଭ ଭଲ ନ ଥିଲା।
ଟିମର ସ୍କୋର ୧୧ ରନ ଥିଲା ବେଳେ ଶୁଭମାନ ଗିଲ ୭ ରନ କରି ଆଉଟ ହୋଇଗଲେ। ଏହାପରେ ରୋହିତ ଓ ପୂଜାରାଙ୍କ ମଧ୍ୟରେ ୪୯ ରନର ଭାଗିଦାରୀ ହୋଇଥିଲା।ଟିମର ସ୍କୋର ୬୦ ଥିବା ବେଳେ ରୋହିତ ଶର୍ମା ଭୁଲ ସର୍ଟ ଖେଳି ଆଉଟ ହୋଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।