ଓଡିଶା ପୋଷ୍ଟାଲରେ ସବୁଠୁ ବଡ଼ ନିଯୁକ୍ତି, ଜଣାନ୍ତୁ କେମିତି କରିବେ ଆବେଦନ ।

GDS Recruitment 2020, NOTIFICATION FOR THE POSTS OF GRAMIN DAK SEVAKS ODISHA CIRCLE, Nitidina, India Post

ଗ୍ରାମୀଣ ଡାକ ସେବା ଏକ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି । ନିଯୁକ୍ତିରେ ବହୁତ ପଦ ପାଇଁ ରହିଛି ସୁଯୋଗ, ଆପଣ ଆବେଦନ କରିପାରିବେ । ତେବେ ଆସନ୍ତୁ ନିଯୁକ୍ତି ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ଜାଣିବା, କେମିତି କରିବେ ଆବେଦନ ଓ କଣ କଣ ଦରକାର ।

ପଦବୀର ନାମ ଏବଂ ପଦବୀ ସଂଖ୍ୟା:

ଏହି ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଁ ସର୍ବମୋଟ ୨୦୬୦ ଟି ପଦବୀ ଅଛି । ଏହି ପଦବୀ ଭିତରୁ UR ପିଲାମାନଙ୍କ ପାଇଁ ୮୬୩ ଟି ପଦବୀ, EWS ପିଲାମାନଙ୍କ ପାଇଁ ୨୦୬ ଟି ପଦବୀ, OBC ପିଲାମାନଙ୍କ ପାଇଁ ୨୧୭ ଟି ପଦବୀ, SC ପିଲାମାନଙ୍କ ପାଇଁ ୨୮୯ ଟି ପଦବୀ, ST ପିଲାମାନଙ୍କ ପାଇଁ ୪୨୯ ଟି ପଦବୀ ଓ PwD ମାନଙ୍କ ପାଇଁ ୫୬ ଟି ପଦବୀ ରହିଛି ।

GDS Recruitment 2020-21
Google

ପଦବୀର ନାମ:
ଏହି ନିଯୁକ୍ତିରେ ମୋଟ ତିନୋଟି ପଦବୀ ରହିଛି ଯଥାକ୍ରମେ :

1. ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM)

2. ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ABPM)

3. ଡାକ ସେବକ

କେଉଁମାନେ ଆବେଦନ କରିପାରିବେ ?

ଏହି ନିଯୁକ୍ତି ପାଇଁ ସାରା ଓଡ଼ିଶାର ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ । ଉଭୟ ପୁଅ ଓ ଝିଅ ଏଥିରେ ଆବେଦନ କରିପାରିବେ । ଆପଣ ଅନଲାଇନରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ଓ ଏହାର ଚାକିରୀ କ୍ଷେତ୍ର ଓଡିଶା ଭିତରେ ହିଁ ରହିବ ।

ଆବେଦନ କରିବାପାଇଁ ତାରିଖ:

ଆବେଦନ ପାଇଁ ଆରମ୍ଭ ତାରିଖ: ୦୧/୦୯/୨୦୨୦

ଆବେଦନର ଶେଷ ତାରିଖ: ୩୦/୦୯/୨୦୨୦

ଏହି ପଦବୀ ପାଇଁ ଆପଣ ଗ୍ରାମୀଣ ଡାକ ସେବକର ୱେବସାଇଟ http://appost.in/gds online କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ଆପଣ ଏହି ନିଯୁକ୍ତିରେ ଓଡ଼ିଶାର ଯେଉଁ ଜିଲ୍ଲାର ପୋଷ୍ଟରେ ଚାକିରୀ କରିବାପାଇଁ ଚାହୁଁଥାନ୍ତି ତା’ହେଲେ ଆପଣ ସେହି ଜିଲ୍ଲାର କ୍ଷେତ୍ରରେ ଆବେଦନ ସମୟରେ ନିର୍ଣ୍ଣୟ ନେବାକୁ ପଡିବ ।

ବୟସ ସୀମା:

ଏହି ନିଯୁକ୍ତି ପାଇଁ ବୟସ ସୀମା ଦେଖିବାକୁ ଗଲେ ଜେନେରାଲ ପ୍ରାର୍ଥୀ ମାନଙ୍କ ପାଇଁ ୧୮ ରୁ ୪୦ ବର୍ଷ, OBC ପ୍ରାର୍ଥୀ ମାନଙ୍କ ପାଇଁ ୧୮ ରୁ ୪୩ ବର୍ଷ ଓ SC/ST ପିଲା ମାନଙ୍କ ବୟସ ସୀମା ୧୮ ରୁ ୪୫ ବର୍ଷ ରହିଛି ।

କ୍ୱାଲିଫିକେସନ:

ଆପଣ ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଆପଣଙ୍କୁ ନିହାତି ଭାବରେ ଦଶମ ପାସ କରିଥିବା ଆବଶ୍ୟକ ହେବ । ଏତଦବ୍ୟତୀତ ଆପଣଙ୍କୁ କମ୍ପୁଟର ଉପରେ ସାଧାରଣ ଜ୍ଞାନ ମଧ୍ୟ ରହିଥିବା ଆବଶ୍ୟକ । ଏଥିସହିତ ଆପଣଙ୍କୁ ସାଇକେଲ ଚଳାଇ ଆସୁଥିବା ନିହାତି ଜରୁରୀ ଅଟେ । ଯଦି ଆପଣ ଏଥିରେ ସିଲେକ୍ସନ ହୋଇଯାଆନ୍ତି ତାହେଲେ ଆପଣଙ୍କୁ ଜଏନ କରିବାପାଇଁ ୧ ଲକ୍ଷ ଟଙ୍କାର ସିକ୍ୟୁରିଟି ଚାର୍ଜ ଦେବାକୁ ହେବ ।

GDS Recruitment 2020-21
Google
ଦରମା କେତେ ମିଳିବ:

ଯଦି ଆପଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟରରେ ସିଲେକ୍ସନ ହେଉଛନ୍ତି ତା’ହେଲେ ଆପଣଙ୍କୁ କର୍ମ ସମୟ ଆଧାରରେ ଦରମା ମିଳିବ । ଯେପରିକି ଯଦି ଆପଣ ଦିନକୁ ୪ ଘଣ୍ଟା କାର୍ଯ୍ୟ କରୁଥାନ୍ତି ତା’ହେଲେ ଆପଣଙ୍କୁ ୧୨,୦୦୦ ଟଙ୍କା ପ୍ରତିମାସ ମିଳିବ । ନଚେତ ଯଦି ଆପଣ ୫ ଘଣ୍ଟା କାର୍ଯ୍ୟ କରନ୍ତି ତା’ହେଲେ ମାସିକ ଦରମା ଆପଣଙ୍କୁ ୧୪,୫୦୦ ଟଙ୍କା ମିଳିବ ।

ସେହିପରି ଯଦି ଆପଣ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସିଲେକ୍ସନ ହୁଅନ୍ତି ତା’ହେଲେ ଆପଣଙ୍କୁ ୪ ଘଣ୍ଟା କାର୍ଯ୍ୟ ପାଇଁ ମାସକୁ ୧୦,୦୦୦ ଓ ୫ ଘଣ୍ଟା ଅଫିସରେ କାର୍ଯ୍ୟ କରିବାପାଇଁ ମାସକୁ ୧୨,୦୦୦ ଟଙ୍କା ଦରମା ମିଳିବ ।

କେମିତି ହେବ ସିଲେକ୍ସନ:

ଯଦି ଆପଣ କେବଳ ଦଶମ ପାସ କରିଛନ୍ତି ତା’ହେଲେ ଆପଣଙ୍କୁ ଆପଣଙ୍କର ଦଶମ ମାର୍କ ଉପରେ ଚୟନ କରାଯିବ । ଯଦି ଆପଣ କୌଣସି ଉଚ୍ଚଶିକ୍ଷା ଡିଗ୍ରୀ ହାସଲ କରିଛନ୍ତି ତାହେଲେ ଏହା ଆପଣଙ୍କର କୌଣସି କାର୍ଯ୍ୟରେ ଆସିବନାହିଁ । କେବଳ ଦଶମ ପାସ କରିବା ନିତାନ୍ତ ଆବଶ୍ୟକ ।

କଣ କଣ ଡକୁମେଣ୍ଟ ଦରକାର ହେବ:

ଆପଣଙ୍କୁ ଏହି ପଦବୀ ପାଇଁ ଡକୁମେଣ୍ଟ ସ୍ୱରୂପ:

୧. ଦଶମ ମାର୍କସିଟ ର ସାର୍ଟିଫିକେଟ

୨. କମ୍ପ୍ୟୁଟର ସାର୍ଟିଫିକେଟ

୩. କାଷ୍ଟ / ଜାତି ସାର୍ଟିଫିକେଟ

୪. ପାସପୋର୍ଟ ସାଇଜ ଫୋଟୋ ଓ ଆପଣଙ୍କର ହସ୍ତାକ୍ଷର ଆବଶ୍ୟକ ହେବ ।

Official Advertisement: Click Here

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *