ବ୍ୟୁରୋ ରିପୋର୍ଟ: ଭାରତ ସରକାର ବର୍ଷ ୨୦୨୨ର ପଦ୍ମ ପୁରସ୍କାରର ଘୋଷଣା କରିଦେଇଛନ୍ତି। ଭାରତ ସରକାର ଏହି ବର୍ଷ ଚାରିଜଣ ମହାନ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ଏଥିରେ ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାପ ବିପିନ ରାୱତ ,ପୂର୍ଵ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କଲ୍ୟାଣ ସିଂହ ଓ ଗୀତା ପ୍ରେସ ଗୋରଫପୁରର ଚେୟାରମ୍ୟାନ ରାଧେଶ୍ୟାମ ଖେମକାଙ୍କୁ ମରଣପରାନ୍ତ ପଦ୍ମ ବିଭୂଷଣ ଅର୍ପଣ କରାଯିବ। ସେହିପରି ଶାସ୍ତ୍ରୀୟ ଗାୟିକା ପ୍ରଭା ଆତ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ଦିଆଯିବ। ସେହିପରି ୧୭ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାର ଦିଆଯିବ। ଏହା ଛଡା ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ।

ପଦ୍ମ ଭୂଷଣ ସନମାନ ପାଇଁ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ,ପଶ୍ଚିମବଙ୍ଗର ପୂର୍ଵ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟାଚାର୍ଜ୍ୟ,କୋଭାକ୍ସିନର ନିର୍ମାତା କମ୍ପାନୀ ଭାରତ ବାୟୋଟେକର ଚେୟାରମ୍ୟାନ କୃଷ୍ଣ ଏଲ୍ଲା ଓ କମ୍ପାନୀର ସହ ସଂସ୍ଥାପକ ସୁଚିତ୍ର ଅଲ୍ଲା,ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାବାଲା,ମଧୁର ଜାଫରି,ରାଜୀବ ମହର୍ଷି,ମଇକ୍ରୋସପଟର ସିଇଓ ସତ୍ୟ ନାଡେଲା,ଗୁଗୁଲର ପେରେଣ୍କମ୍ପାନୀ ଏଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କ ନାମ ଘୋଷଣା କରାଯାଇଛି। ସେହିପରି ନିରଜ ଚୋପ୍ରୋ, ବନ୍ଦନା କଟାରିୟା,ଅବନି ଲକ୍ଷେଡା ଓ ସୋନୁ ନିଗମଙ୍କ ସହିତ ୧୦୭ ଜଣ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ଦିଆଯିବା ପାଇଁ ଘୋଷଣା ହୋଇଛି।
ପଦ୍ମ ଭୂଷଣ ସମ୍ମାନର ସୁଚି:୧-ଗୁଲାମ ନବୀ ଆଜାଦ,୨-ବୁଦ୍ଧଦେବ ଭଟାଚର୍ଜ୍ୟ,୩-ମଧୁର ଜାଫରି,୪-ରାଜୀବ ମହର୍ଷି,୫-ସତ୍ୟ ନାରାୟଣ ନାଡେଲା,୬-ସୁନ୍ଦର ପିଚାଇ,୭-ବିକ୍ଟର ବାନାର୍ଜି,୮-ଗୁରମିତ ବାବା,୯-ନଟରାଜନ ଚନ୍ଦ୍ରଶେଖରନ,୧୦-କୃଷ୍ଣ ଏଲ୍ଲା ଓ ସୁଚିତ୍ର ଏଲ୍ଲା,୧୧-ଦେବେନ୍ଦ୍ର ଝାଝାରିୟା,୧୨-ରାଶିଦ ଖାନ,୧୩-ସାୟରସ ପୁନାବାଲା,୧୪-ସଂଜୟ ମାଜାରାମ,୧୫-ପ୍ରତିଭା ରାୟ,୧୬-ସ୍ୱାମୀ ସଚିଦାନନ୍ଦ,୧୭-ବରିଷ୍ଟ ତ୍ରିପାଠୀ

ଜେନେରାଲ ବିପିନ ରାୱତ ଓ କଲ୍ୟାଣ ସିଂହଙ୍କୁ ମରଣପରାନ୍ତ ପଦ୍ମ ବିଭୂଷଣ ଦିଆଯିବାର ଘୋଷଣା ପରେ କେନ୍ଦ୍ର ମନ୍ତ୍ରୀ ଅମିତ ସାହା ଟ୍ୱିଟ କରି ଖୁଶି ପ୍ରକାଶ କରିଛନ୍ତି।
ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନରେ ସାମିଲ ଅଟେ। ଏହି ପୁରସ୍କାର ଭାରତ ସରକାରଙ୍କ ଦ୍ଵାରା ପ୍ରତିବର୍ଷ ଭାରତୀୟ ନାଗରିକଙ୍କୁ ତାଙ୍କର ଅସାଧାରଣ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥାଏ।
Padma Vibhushan Gen Bipin Rawat.
So proud to call him like that .
Great Torch Bearer of the mighty Indian Army. #BipinRawat #RepublicDay #padmaaward pic.twitter.com/cTWetPIvTp— Kangana Ranaut 🇮🇳 (@MsKanganaRanaut) January 25, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।