ତାମିଲନାଡୁର କନୁରରେ ହେଲିକ୍ୟାପ୍ଟର ଦୃଘଟଣାରେ ସହିଦ ହୋଇଥିବା ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କ ଶରୀରର ଆଜି ଅନ୍ତିମ ସଂସ୍କାର ହେଲା। ତାଙ୍କର ଦୁଇ ଝିଅ ରୀତି ନୀତି ଅନୁସାରେ ତାଙ୍କର ଶେଷ କୃତ୍ୟ ସମ୍ପୂର୍ଣ କରିଥିଲେ। ତାଙ୍କ ବଡ଼ ଝିଅ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଏବେ ତାଙ୍କ ହେଲିକ୍ୟାପ୍ଟର ଦୃଘଟଣାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭାଇରାଲ ଭିଡ଼ିଓକୁ ନେଇ କୁହାଯାଉଛି ଏହା ସେନାର ସେହି ବିମାନ ଯାହା ତାମିଲନାଡୁର କନୁରରେ ଦୃଘଟଣା ଗ୍ରସ୍ତ ହୋଇଥିଲା।
. @PMOIndia @RajnathSingh @adgpi Petition to posthumously award Late. General Bipin Rawat the rank of Field Marshal #HonourGenRawat – Sign the Petition! https://t.co/1RMx817xgT via @ChangeOrg_India
— Chaitanya (@seshachaitanya) December 11, 2021
କୁହାଯାଉଛିକି ଏହି ଭିଡ଼ିଓକୁ ସେହି ସହରର ଜଣେ ଫଟୋଗ୍ରାଫର କରିଥିଲେ ଯେବେ ହେଲିକ୍ୟାପ୍ଟରଟି ନିଜ ଭାରସାମ୍ୟ ହରାଇଦେଉଥିଲା। ସେହି ବ୍ୟଙ୍କ ଅନୁସାରେ ଏହା ସେହି ହେଲିକ୍ୟାପ୍ଟର ଯେଉଁଥିରେ ବିପିନ ରାୱତ ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ସଦସ୍ୟ ଥିଲେ। ଯିଏ ଭିଡ଼ିଓ କରିଥିଲେ ସେ କହିଥିଲେ ଏପରି ଲାଗୁଥିଲା ଯେପରି ଘନ କୁହୁଡିରେ ହେଲିକ୍ୟାପ୍ଟର ଫସିଯାଇଥିଲା।
କୋଏଂବଟୁରର ୫୨ ବର୍ଷୀୟ ଫଟୋଗ୍ରାଫର ବାଇ ଜୋ ଓରଫ କଟି ନିଜ ସାଙ୍ଗ ନଜର ଓ ତାଙ୍କ ପରିବାର ସହିତ ଫଟୋ ସୂଟ ପାଇଁ ସେହି ଅଞ୍ଚଳକୁ ଯାଇଥିଲେ। ଯେବେ ସେ ଫଟୋ ଉଠାଉଥିଲେ ସେ ଆକାଶରେ ଏକ ହେଲିକ୍ୟାପ୍ଟର ଦେଖିଥିଲେ ଓ ତାର ଭିଡ଼ିଓ କରିଥିଲେ। ଫଟୋଗ୍ରାଫର କହିଛନ୍ତି ପବନରେ ଅଳ୍ପ ସମୟ ରହିବା ପରେ ହେଲିକ୍ୟାପ୍ଟରଟି ଦୃଘଟଣା ହୋଇ ଗଳିପଡିଲା।
କଟି ଓ ତାଙ୍କ ସାଙ୍ଗ ସେବେ ପାହାଡ଼ରେ ଥିବା ରେଳ ଧାରଣାକୁ ଯାଇ ଫଉଠାଉଥିଲେ। ସେବେ କଟି ଏକ ହେଲିକ୍ୟାପ୍ଟରର ଶବ୍ଦ ଶୁଣିଲେ ଓ ତାକୁ ଦେଖି ତାର ଭିଡ଼ିଓ କରିଥିଲେ। କଟି କହିଛନ୍ତି ହେଲିକ୍ୟାପ୍ଟରଟି ଅଳ୍ପ ସମୟ ଦେଖାଯିବା ପରେ ଅଚାନକ ଗାଏବ ହୋଇଗଲା। ଏହାର ଅଳ୍ପ ସମୟ ପରେ ଏକ ବଡ଼ ଶବ୍ଦ ଶୁଙ୍ଘିଲା ଓ ଦୂରରେ ଧୂଆଁ ଦେଖାଗଲା। କଟି କହିଛନ୍ତି ସେବେ ତାଙ୍କୁ ଲାଗିଲାକି ବୋଧେ ହେଲିକ୍ୟାପ୍ଟରଟି ଦୃଘଟଣା ଗ୍ରସ୍ତ ହୋଇଛି।
ସେ କହିଛନ୍ତି ସେ ସେହି ସ୍ଥାନକୁ ଯିବାକୁ ଚାହୁଁଥିଲେ ଯେଉଁଠି ହେଲିକ୍ୟାପ୍ଟରଟି ପଡିଥିଲା କିନ୍ତୁ ପୋଲିସ ଅଟକାଇଦେଲା। ଏହା ପରେ ସେ ପୋଲସଙ୍କ ସହ ସେହି ଭିଡ଼ିଓକୁ ସେୟାର କରିଛନ୍ତି ଯାହା ସେ ସୁଟ କରିଥିଲେ। ଭିଡ଼ିଓରେ ହେଲିକ୍ୟାପ୍ଟରଟି କିଛି ସମୟ ପର୍ଯ୍ୟନ୍ତ ଦେଖାଯାଉଛି ଓ ଏହା ପରେ ଗାଏବ ହୋଇଯାଉଛି।
ରକ୍ଷା ମନ୍ତ୍ରାଳୟ ଅନୁସାରେ ହେଲିକ୍ୟାପ୍ଟରଟି ୧୪ ଜଣଙ୍କୁ ନେଇ ସକାଳ ୧୧ ଟା ୪୮ ରେ ସୁଲୁର ଏୟାରବେସରୁ ଉଡାଣ ଆରମ୍ଭ କରିଥିଲା। ଏହାକୁ ୧୨ ଟା ୧୫ରେ ବେଲିଙ୍ଗଟନ ଏୟାରବେଶରେ ପହଁଞ୍ଚିବାର ଥିଲା। ମାତ୍ର ୨୫ ମିନିଟର ବାଟ ଅତିକ୍ରମ କରିବାର ଥିଲା କିନ୍ତୁ ୭ ମିନିଟ ପୂର୍ବରୁ ହେଲିକ୍ୟାପ୍ଟରଟି ଦୃଘଟଣା ଗ୍ରସ୍ତ ହୋଇଗଲା। ୧୨ଟା ୮ ରେ ହେଲିକ୍ୟାପ୍ଟର ସହ ସମ୍ପର୍କ ଭାଙ୍ଗିଗଲା ବୋଲି କୁହାଯାଇଛି ,ଘଟଣାର ଯାଞ୍ଚ ହେଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।