ଭାରତ ଆଉ ଅଷ୍ଟ୍ରେଲିଆ ଭିତରେ ଗାବା ଖେଳା ଯାଇଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୁଭମାନ ଗିଲ ୯୧ରନର ଏକ ବହୁତ ଉଚ୍ଚ କୋଟିର ଇନିଂସ ଖେଳିଛନ୍ତି। ତାଙ୍କର ଏହି ଇନିଂସ ସହ ସେ ପୂର୍ବ ଭାରତୀୟ ଅପନର ସୁନୀଲ ଗାଭାସ୍କର ଙ୍କର ପ୍ରାୟ ୫୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଲେ। ଶୁଭମାନ ଗିଲ ଏବେ ଭାରତ ପାଇଁ ଚତୁର୍ଥ ଇନିଂସରେ ଅର୍ଧଶତକ ଲଗେଇଲା ଵାଲା ସବୁଠୁ ଯୁବ କ୍ରିକେଟର ହେଇ ଗଲେ।

ଶୁଭମାନ ଗିଲଙ୍କର ବୟସ ହେଉଛି ୨୧ ବର୍ଷ ଆଉ ୧୪୩ ଦିନ। ସୁନୀଲ ଗାଭାସ୍କର ଯେତେବେଳେ ଏହି କାରନାମା କରିଥିଲେ ସେତେବେଳେ ତାଙ୍କର ବୟସ ଥିଲା ୨୧ ବର୍ଷ ଆଉ ୨୪୩ ଦିନ। ଭାରତର ପୂର୍ବ oପନର ଏହି କାରନାମା ୧୯୭୦ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପୋର୍ଟ ଅଫ ସ୍ପେନରେ ଖେଳା ଯାଇଥିବା ମ୍ୟାଚରେ କରିଥିଲେ। ଏହି ମ୍ୟାଚରେ ସେ ଚତୁର୍ଥ ପାଳିରେ ଅର୍ଧଶତକ ଲଗେଇକି ରେକର୍ଡ ନିଜ ନାମରେ କରିଥିଲେ।
ଭାରତୀୟ ଓପନର ଶୁଭମାନ ଗିଲ ଏହି ମ୍ୟାଚରେ ନର୍ଭସ ନାଇଣ୍ଟିରେ ଅଟକି ଗଲେ। ଏହା ତାଙ୍କର ଅର୍ଧଶତକୀୟ ଇନିଂସ ଥିଲା ଆଉ ତାଙ୍କର ସର୍ବାଧିକ ସ୍କୋର ବି ଥିଲା। ଓପନର ଶୁଭମାନ ଗିଲ ନିଜର ପ୍ରଥମ ଶତକରୁ ବଂଚିଗଲେ ମାତ୍ର ତାଙ୍କର ୯୧ରନର ଏହି ଇନିଂସ ସଭିଙ୍କ ହୃଦୟ ଜିତିଗଲା।
ରୋହିତ ଶର୍ମା ୭ ରନର ସ୍କୋରରେ ଜଲଦି ଆଉଟ ହେବା ପରେ ପୂଜାରା ଆଉ ଶୁଭମାନ ଗିଲ ଦ୍ୱିତୀୟ ୱିକେଟ ପାଇଁ ୧୧୪ ରନ ଯୋଡିଲେ। ପୂଜାରାଙ୍କର ଯୋଗଦାନ ଥିଲା ୨୬ ରନ। ଏହି ସମୟ ଭିତରେ ପୂଜାରା ୱିକେଟ ବଞ୍ଚେଇକି ରଖିବା ଭାର ସମ୍ଭାଳିଲେ ଆଉ ଶୁଭମାନ ଗିଲ ରନ ବନେଇବାର ଭାର ଉଠାଇଲେ। ଗିଲ ତାଙ୍କର ପୁରା ପ୍ରବାହରେ ଦେଖାଗଲେ ଆଉ ଏହା ଭିତରେ ସେ କିଛି ବି ଢିଲା ବଲ ଛାଡିଲେ ନାହିଁ।

ଏହି ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଯେତିକି ସହଜାତାର ସହ କଟ, ଆଉ ଡ୍ରାଇଭ କରୁଥିଲେ ଆଉ କିଛି କିଛି ସର୍ଟ ବଲ ଉପରେ ବହୁତ ଆକର୍ଷଣୀୟ ପୁଲ ଶଟ ବି ମାରିଲେ। ସେ ଅର୍ଧଶତକ ଲଗେଇବା ପରେ ମିଚେଲ ଷ୍ଟାର୍କଙ୍କର ଏକ ବାଉଁସର ଉପରେ ବ୍ୟାକ୍ବାର୍ଡ ପଏଂଟ ଉପରେ ଛକା ବି ମାରିଲେ। ଲଞ୍ଚ ପରେ ବି ସେ ନିଜର ଫ୍ଲୋ ବନେଇ ରଖିଲେ।
ଭାରତ ଏକ ଆକର୍ଷଣୀୟ ଶତକର ଅପେକ୍ଷା କରୁଥିଲା ଯେଉଁ ସମୟରେ କି ନିଜର ଶହେତ୍ତମ ଟେଷ୍ଟ ମ୍ୟାଚ ଖେଳୁଥିବା ନେଥନ ଲାୟନଙ୍କର ଅଫ ଷ୍ଟମ୍ପ ବାହାର ବଲରେ ଡ୍ରାଇଭ କରିବା ଚକରରେ ସେ ସ୍ଲିପରେ ଷ୍ଟିଭ ସ୍ମିଥଙ୍କ ହାତରେ କ୍ୟାଚ ଦେଇଦେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।