ଆଇପିଏଲ ୨୦୨୩ ସିଜିନ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇ ଯାଇଛି। ଏହି ମ୍ୟାଚରେ ପୂର୍ବ ବର୍ଷର ଚମ୍ପିୟନ ଗୁଜୁରାଟ ଟାଇଟନ୍ସ ୪ ଥର ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଂଗ୍ସକୁ ଭେଟିଥିଲା। ଏହି ମ୍ୟାଚକୁ ଗୁଜରାଟ ଟାଇଟନ୍ସ ୫ ୱିକେଟରେ ଜିତି ନେଇଛି।
ଗୁଜରାଟ ଦଳର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଚେନ୍ନାଇ ସୁପର କିଂଗ୍ସ ପକ୍ଷରୁ ଡେଭନ କନୱେ ଏବଂ ଋତୁରାଜ ଗାଏକୱାଡ଼ ପାରି ଆରମ୍ଭ କରିଥିଲେ। ଦଳ ଡେଭନ କନୱେ (୧) ଙ୍କ ରୂପରେ ୧୪ ରନରେ ନିଜର ପ୍ରଥମ ୱିକେଟ ହରାଇଥିଲା।
ଋତୁରାଜ ଗାଏକୱାଡ଼ ଅନ୍ୟପକ୍ଷରେ ଜବରଦସ୍ତ ଖେଳର ପ୍ରଦର୍ଶନ କରି ଚାଲିଥିଲେ। ମୋଇନ ଆଲ୍ଲୀ ୧୭ ବଲରେ ୨୩ ରନ କରି ଭଲ ଲୟରେ ଥିବା ବେଳେ ରସିଦ ଖାନଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ।
ଅନ୍ୟ ବ୍ୟାଟ୍ସମ୍ୟାନ୍ ଙ୍କ ମଧ୍ୟରେ ବେନ ଷ୍ଟୋକସ ୭ ରନ, ଆମ୍ବତି ରାୟଡୁ ୧୨ ରନ, ଶିବମ ଦୁବେ ମାତ୍ର ୧୯ ରନ କରି ଆଉଟ ହୋଇଥିଲେ। ଅନ୍ତିମ ଓଭରରେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗୋଟିଏ ଛକା ଲଗାଇ ଦଳୀୟ ସ୍କୋର ୧୭୮ ରନରେ ପହଞ୍ଚାଇ ଥିଲେ। ସେ ୭ ବଲରେ ୧୪ ରନ କରିଥିଲେ।
ଋତୁରାଜ ଗାଏକୱାଡ଼ ୫୦ ବଲରେ ୪ ଟି ଚୌକା ଏବଂ ୯ ତୋ ଛକା ସହାୟତାରେ ୯୨ରନ କରି ଆଉଟ ହୋଇଥିଲେ। ସେ ନିଜର ଶତକରୁ ବଞ୍ଚିତ ହୋଇଥଲେ। ଗୁଜରାଟ ପକ୍ଷରୁ ମହମ୍ମଦ ସାମୀ, ରସିଦ ଖାଁ ଏବଂ ଆଲଝାରୀ ଜୋସେଫ ୨ ଟି ଲେଖାଏଁ ୱିକେଟ ନେଇଥିଲେ।
ଏହାର ଜବାବରେ ଗୁଜରାଟ ଦଳ ପକ୍ଷରୁ ଶୁଭମନ ଗିଲ ଏବଂ ଋଦ୍ଧିମାନ ଶାହା ସୁନ୍ଦର ଆରମ୍ଭ କରିଥିଲେ। କିନ୍ତୁ ଉଭୟ ଏହା ପରେ ଉଭୟ ଧୂଆଁଧାର ବ୍ୟାଟିଂ କରିବାକୁ ଲାଗିଥିଲେ। ଋଦ୍ଧିମାନ ଶାହା ୧୬ ବଲରେ ୨୫ ରନ , ଶୁଭମନ ଗିଲ ୩୬ ବଲରେ ୬୩ ରନ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।
ସାଇ ସୁଦର୍ଶନ ଏକ ଜବରଦସ୍ତ ପାରି ଖେଳି ୧୭ ବଲରେ ୨୨ ରନ କରିଥିଲେ। ବିଜୟ ଶଙ୍କର ୨୧ ବଲରେ ୨୭ ରନ କରିଥିବା ବେଳେ ରାହୁଲ ତେୱାଟିଆ ୧୪ ବଲରେ ୧୫ ରନ କରି ପାରିଥିଲେ।
ଅଧିନାୟକ ହାର୍ଦିକ ପାଣ୍ଡ୍ୟା କିନ୍ତୁ ଖାସ ପ୍ରଦର୍ଶନ କରି ପାରି ନଥିଲେ। ସେ ୮ ରନ କରି ଆଉଟ ହୋଇଥିଲେ। ରସିଦ ଖାନ ଅନ୍ତିମ ଓଭରରେ ଛକା ଚୌକା ଲଗାଇ ଦଳକୁ ମ୍ୟାଚ ଜିତାଇ ଥିଲେ। ଚେନ୍ନାଇ ସୁପର କିଂଗ୍ସ ପକ୍ଷରୁ ରାଜବର୍ଦ୍ଧନ ହେଙ୍ଗରଗେକର ତିନୋଟି ୱିକେଟ ନେଇଥିଲେ।