ବିବାହ ନାମରେ ଯୁବତୀ ଯୁବକଙ୍କୁ ଲଗାଇଲେ ୩ ଲକ୍ଷର ଚୂନ, ସରିଥିଲା ନିର୍ବନ୍ଧ କିନ୍ତୁ କଲେ ଏହି କାମ…

ଆପଣ ପ୍ରତ୍ୟେକ ଦିନ ବିବାହକୁ ନେଇ ଅନେକ ସମସ୍ୟା ଘଟୁଥିବା ଖବର ଶୁଣୁଥୁବେ। ଏବେ ବିବାହକୁ ନେଇ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି ଯେଉଁଠି ଯୁବତୀଙ୍କ ସହ ଜଣେ ଯୁବକଙ୍କ ନିର୍ବନ୍ଧ ହୋଇଥିଲା ଯେଉଁ ଯୁବତୀ ବିବାହ ପୂର୍ବରୁ ଯୁବକଙ୍କ ଠୁ ୩ ଲକ୍ଷ ଠକି ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି। ଏବେ ଯୁବକଙ୍କ ଘର ଲୋକ ସେହି ଯୁବତୀଙ୍କ ନାମରେ ଫତେଗଡ଼ ଥାନାରେ ଏଫଆଇଆର ଦେଇଛନ୍ତି ଓ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ଜଣା ଯାଇଛି।

ଆପଣଙ୍କୁ କହିରଖିବୁ ଯୁବକଙ୍କ ଘର ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡା ଥାନା ଡାବରଧୁଆପାଟଣାରେ। ସେହି ଗ୍ରାମର ପ୍ରଭାତ ପରିଡାଙ୍କ ପୁଅ ଚିନ୍ମୟ ପରିଡାଙ୍କର ନୟାଗଡ଼ ଜିଲ୍ଲାର ମହୁଲପଡା ଗ୍ରାମର ବିନୋଦ ପ୍ରଧାନଙ୍କ ଝିଅ ସ୍ଵର୍ଣଲତା ପ୍ରଧାନଙ୍କ ସହିତ ଠିକ ହୋଇଯାଇଥିଲା। ଏହା ପରେ ବିବାହ ଆଗେଇଥିଲା ଓ ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା। ଏହା ପରେ ସ୍ଵର୍ଣଲତା ଅତି ଚାଲାଖର ସହିତ ଆବଶ୍ୟକ ଅଛି କହି ବିଶ୍ୱାସ ଦେଖାଇ ଚିନ୍ମୟଙ୍କ ଠୁ ୩ ଲକ୍ଷ ଟଙ୍କା ନେଇଥିଲେ।

Google

ଏହା ପରେ ଚିନ୍ମୟ ଜାଣିବାକୁ ପାଇଥିଲେକି ଯୁବତୀଙ୍କର ଏହି ମାସ ୧୨ ତାରିଖରେ ଅନ୍ୟ ଜଣେ ପୁଅ ସହ ବିବାହ ହୋଇଛି। ଏହା ପରେ ଚିନ୍ମୟଙ୍କ ପରିବାର ଯୁବତୀଙ୍କୁ ଘର ଲୋକଙ୍କୁ ପଇସା ମାଗିବାରୁ ମିଛ ସତ କହି ସେମାନେ ମାନିନଥିଲେ ଯୁବକଙ୍କୁ ଆକ୍ରମଣ କରିଥିଲେ ଯାହା ନେଇ ଚିନ୍ମୟ ଓ ତାଙ୍କ ବାପା ପୁରା ଘଟଣା ସହ ଥାନାରେ ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ସେମାନଙ୍କ ଘରେ ପହଁଚିବା ପରେ ଝିଅ ଘରର ସମସ୍ତ ଲୋକ ଫେରାର ଥିବା ଜଣାପଡିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *