ପ୍ରଶ୍ନର ଭୁଲ ଉତ୍ତର ଦେବା ପରେ ମଧ୍ୟ ମିସ ୱାଲ୍ଡ ହୋଇଗଲେ ପ୍ରିୟଙ୍କା ଚୋପଡା, ଏକ ଘଟଣା ବି ଘଟିଥିଲା ଯାହା କାହାକୁ ଜଣାନାହିଁ ।

ବଲିଉଡ ଆଭିନେତ୍ରୀ ପ୍ରିୟଙ୍କା ଚୋପଡା ୨୦ ବର୍ଷ ପୂର୍ବେ ବା ୩୦ ନଭେମ୍ବର ୨୦୦୦ କୁ ମିସ ୱାଲ୍ଡ ହୋଇଥିଲେ । ଏହି ପ୍ରତିଯୋଗୀତା ଲଣ୍ଡନର ମିଲୋନିୟମ ଡୋମରେ ହୋଇଥିଲା । ପ୍ରତିଯୋଗିତାର ଫାଇନାଲ ରାଣ୍ଡରେ ପ୍ରିୟଙ୍କା ଚୋପଡାଙ୍କୁ ଏକ ଏପରି ପ୍ରଶ୍ନ ପଚରା ଯାଇଥିଲା ଯାହା ପରେ ସେ ଦୁନିଆର ସବୁଠୁ ସୁନ୍ଦରୀ ମହିଳା ହେବାର ପଦ ନିଜ ନାମରେ କରିଦେଲେ । ପ୍ରିୟଙ୍କାଙ୍କୁ ଯେଉଁ ପ୍ରଶ୍ନ ପଚରା ଯାଇଥିଲା ସେତାର ଭୁଲ ଉତ୍ତର ଦେଇଥିଲେ। ଭୁଲ ଉତ୍ତର ଦେବା ପରେ ମଧ୍ୟ ମିସ ୱାଲ୍ଡ ହୋଇଯାଇଥିଲେ ପ୍ରିୟଙ୍କା ଚୋପଡା ।

Despite giving wrong answers to the question, Miss World had become Priyanka Chopra, an accident also happened which no one knows
Google

ଆମେ ଆପଣଙ୍କୁ କହିରଖିବୁ ପ୍ରିୟଙ୍କା ଚୋପଡାଙ୍କୁ ପଚରାଯାଇଥିଲା ଆପଣ କେଉଁ ଜୀବିତ ମହିଳାଙ୍କୁ ସଫଳ ମାନୁଛନ୍ତି? ଏହି କଥାର ଉତ୍ତର ଦେଇ ପ୍ରିୟଙ୍କା କହିଥିଲେ ମଦର ଟେରସା!! ଏହି ପ୍ରଶ୍ନ ଥିଲା ଯାହା ପରେ ପ୍ରିୟଙ୍କା ଚୋପଡା ମିସ ୱାଲ୍ଡ ହୋଇଯାଇଥିଲେ।

ପ୍ରିୟଙ୍କା ଦେଇଥିଲେ ପ୍ରଶ୍ନର ଭୁଲ ଉତ୍ତର:

ପ୍ରଶ୍ନର ଉତ୍ତର ଦେଇ ପ୍ରିୟଙ୍କା ଚୋପଡା କହିଥିଲେ,”ଦୁନିଆରେ ତ ଅନେକ ଲୋକ ଅଛନ୍ତି କିନ୍ତୁ ମୁଁ ଯାହା ଦ୍ୱାରା ପ୍ରଭାବିତ ହୋଇଥିଲି ସେ ମଦର ଟେରେସା ଜି ଥିଲେ! ମୁଁ ତାଙ୍କୁ ହୃଦୟରୁ ନିଜର ମାନିଥାଏ। ସେ ଭାରତର ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି। ସେ ନିଜ ଜୀବନ ଅନ୍ୟ ପାଇଁ ବଳିଦାନ କରିଦେଇଛନ୍ତି”।

Despite giving wrong answers to the question, Miss World had become Priyanka Chopra, an accident also happened which no one knows
Google

ପ୍ରିୟଙ୍କାଙ୍କ ଉତ୍ତର ପରେ ତାଙ୍କୁ ମିସ ୱାଲ୍ଡ କରିଦିଆଗଲା।ସୂଚନା ଅନୁସାରେ ପ୍ରିୟଙ୍କାଙ୍କ ଉତ୍ତର ପରେ ମିଡିଆରେ ବହୁତ ହୋ ହାଲା ହୋଇଥିଲା। କାରଣ ପ୍ରଶ୍ନ ଜୀବିତ ମହିଳାଙ୍କ ବିଷୟରେ ପଚରା ଯାଇଥିଲା କିନ୍ତୁ ମଦର ଟେରେସାଙ୍କର ମୃତ୍ୟୁ ୫ ସେପ୍ଟେମ୍ବର ୧୯୯୭କୁ ହୋଇଯାଇଥିଲା। ଯେବେକି ମିସ ୱାଲ୍ଡ ପ୍ରତିଯୋଗିତା ବର୍ଷ ୨୦୦୦ରେ ହୋଇଥିଲା।

“ମଦର ଟେରେସା ମେମୋରିଅଲ ପୁରସ୍କାର”ରେ ସମ୍ମାନିତ ହେଲେ ପ୍ରିୟଙ୍କା:

ମଦର ଟେରେସାଙ୍କ ସହିତ ପ୍ରିୟଙ୍କାଙ୍କର ଅନେକ ଦିନରୁ ସମ୍ପର୍କ ରହିଛି। ବର୍ଷ ୨୦୧୭ରେ ପ୍ରିୟଙ୍କା “ମଦର ଟେରେସା ମେମୋରିଅଲ ପୁରସ୍କାର”ରେ ସମ୍ମାନିତ ହୋଇଥିଲେ।ୟୁନିସେଫ ଓ ଗୁଡ଼ବିଲ ଏମ୍ବାସେଡ଼ର ରୂପରେ ପ୍ରିୟଙ୍କା ଚୋପଡା ବିସ୍ତାପିତ ଓ ଶରଣାର୍ଥୀ ମାନଙ୍କ ଅଧିକାର ପାଇଁ ଲଢେଇ ଆରମ୍ଭ କରିଥିଲେ। ସାମାଜିକ କାର୍ଯ୍ୟରେ ନିଜର ଖାସ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା।

ପ୍ରିୟଙ୍କା ସେୟାର କଲେ ମିସ ୱାଲ୍ଡ ସମୟର କାହାଣୀ:
Despite giving wrong answers to the question, Miss World had become Priyanka Chopra, an accident also happened which no one knows
Google

ନିଜର ଏକ ଇଣ୍ଟରଭିୟରେ ପ୍ରିୟଙ୍କା ମିସ ୱାଲ୍ଡ ୨୦୦୦ର ବିଉଟି ପ୍ରେଜେଣ୍ଟସ ସମୟର କିଛି କଥା ସେୟାର କରି କହିଛନ୍ତି-

“ମୁଁ ୨୦୦୦ରେ ମିସ ୱାଲ୍ଡ ଜିତିଥିଲି ଓ ମୁଁ ଡ୍ରେସକୁ ଟେପ ଦ୍ଵାରା ଲଗାଇଥିଲି। ମୁଁ ସେଇ ସମୟରେ ବହୁତ ଷ୍ଟ୍ରେସରେ ଥିଲି ଓ ଟେପ ବାହାରି ଯାଇଥିଲା। ସେଠାରେ ଚାଲିବା ସମୟରେ ମୁଁ ସର୍ବଦା ନମସ୍ତେ କରି ଚାଲୁଥାଏ। ସମସ୍ତଙ୍କୁ ଲାଗୁଥିଲା କି ମୁଁ ଜାଣିଶୁଣି ଏପରି ଚାଲୁଛି କିନ୍ତୁ ମୁଁ ନିଜେ ଡ୍ରେସକୁ ସମ୍ଭାଳିବା ପାଇଁ ଏପରି ଚାଲୁଥାଏ। କାରଣ ମତେ ଡର ଥିଲା କାଳେ ମୁଁ ସମସ୍ତଙ୍କ ସାମ୍ନାରେ ଧରାପଡିଯିବି”।

ପ୍ରିୟଙ୍କା ଚୋପଡା କହିଛନ୍ତି କି,”ଏହା ପରେ ସେ ଦ୍ୱିତୀୟ ଥର ନିଜ ଡ୍ରେସକୁ ନେଇ ଅଶୁବିଧାରେ ଥିଲେ ଯେବେ ସେ ମେଟ ଗାଲରେ ଥିଲେ। ମେଟ ଗାଲ ୨୦୧୮ରେ ଆଉଟଫିଟରେ ସୁନା ରଙ୍ଗର ହୁଡ଼ି ଯୋଡ଼ାଯାଇଥିଲା। ସେହି ଡ୍ରେସରେ ନିଶ୍ୱାସ ନେବାରେ ବି ଅଶୁବିଧା ହେଉଥିଲା। ଡ୍ରେସ କାରଣରୁ ଡିନର ସମୟରେ ଠିକସେ ଖାଦ୍ୟ ବି ଖାଇପାରିନଥିଲି”।

Despite giving wrong answers to the question, Miss World had become Priyanka Chopra, an accident also happened which no one knows
Google

୧ ଓ ୨ ଡିସେମ୍ବର ୨୦୧୮ରେ ପ୍ରିୟଙ୍କା ଚୋପଡା ଆମେରିକାର ସିଙ୍ଗର ନିକ ଜୋନ୍ସଙ୍କୁ ବିବାହ କରିଥିଲେ।ବିବାହ ପରେ ଅଭିନେତ୍ରୀ ଆମେରିକାରେ ହିଁ ରହିଥାନ୍ତି।ବେଳେ ବେଳେ ସେ ଇଣ୍ଡିଆ ଆସିଥାନ୍ତି।

ପ୍ରିୟଙ୍କା ବଲିଉଡ଼ ଫିଲ୍ମ ମେଟ୍ରିକ୍ସ ୪ ରେ ନଜର ଆସିବେ। ଯାହାର ସୁଟିଙ୍ଗ ସରିଯାଇଛି। ଏହା ଛଡା ସେ ନେଟଫ୍ଲିପ୍ସର ଫିଲ୍ମ “ଦ ହ୍ଵାଇଟ ଟାଇଗର” ରେ ଦେଖାଯିବେ ।ଏହି ଫିଲ୍ମରେ ଆଦର୍ଶ ଗୌରଭ ମୁଖ୍ୟ ରୋଲରେ ଦେଖାଯିବେ।ଫିଲ୍ମର ନିର୍ଦେଶନା ରମିନ ବହରାନୀ କରିଛନ୍ତି ଯାହାକୁ ଜାନୁଆରୀରେ ରିଲିଜ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *