ରୟାଲ ଚାଲେଞ୍ଜରସ ବାଙ୍ଗାଲୋରର ଷ୍ଟାର ଖେଳାଳି ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲର ୧୪ତମ ଏଡିସନରେ ମୋଟା ରକମରେ ବିକ୍ରି ହେଇଛନ୍ତି। ଫେବୃଆରୀ ରେ ହେଇଥିବା ମିନି ଅକ୍ସନରେ ମ୍ୟାକ୍ସୱେଲଙ୍କୁ ବିରାଟ କୋହଲିଙ୍କର ଟିମ ରୟଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ୧୪.୨୫ କୋଟି ଟଙ୍କାରେ କିଣିଲେ। ଏବେ ଆରସିବିରେ ବିରାଟ କୋହଲି ଆଉ ଡିଭିଲିଆର୍ସଙ୍କ ସହ ବିଗ ହିଟର ମ୍ୟାକ୍ସୱେଲ ବି ଯୋଡି ଯାଇଛନ୍ତି। ପୂର୍ବ ବର୍ଷ ମ୍ୟାକ୍ସୱେଲ ପଞ୍ଜାବ କିଂଗ୍ସଙ୍କ ସହ ଥିଲେ ଆଉ ତାଙ୍କର ପୂର୍ବ ସଂସ୍କରଣ ବହୁତ ଖରାପ ଯାଇଥିଲା ଯାହା ଭିତରେ ସେ ଗୋଟେ ବି ଛକା ମାରିବାରେ ବିଫଳ ହୋଇଥିଲେ।

ପୂର୍ବ ବର୍ଷର ଏହି ପ୍ରକାର ଖରାପ ପ୍ରଦର୍ଶନ ପରେ ସଭିଙ୍କୁ ଲାଗୁଥିଲା କି ସେ ଏହି ସଂସ୍କରଣରେ ଅନସୋଲଡ଼ ରହି ଯିବେ ମାତ୍ର ଆରସିବିର ଟିମ ତାଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଲା। ମାତ୍ର ଗ୍ଲେନ ମ୍ୟାକ୍ସୱେଲ କୁହନ୍ତି କି ତାଙ୍କୁ ଏହି କଥା ଉପରେ ଜମା ବି ଆଶ୍ଚର୍ଯ୍ୟ ନାହିଁ କାରଣ ସମସ୍ତଙ୍କୁ ସ୍ପିନ ଅଲ ରାଉଣ୍ଡରର ତଲାସ ଅଛି। ଆଉ ଏମିତିରେ ତାଙ୍କୁ ଭଲ ଦାମ ମିଳିବ। ତ ତାଙ୍କୁ ଏହାର ବିଶ୍ୱାସ ଥିଲା।
ଗ୍ଲେନ ମ୍ୟାକ୍ସୱେଲ କହିଲେ କି ,” କିଛି ଟିମ ଥିଲେ ଯିଏ କି ସ୍ପିନ ଅଲ ରାଉଣ୍ଡର ତଲାସ କରୁ ଥିଲେ।” ମ୍ୟାକ୍ସୱେଲଙ୍କ ପାଇଁ ବାଙ୍ଗାଲୋର ଚେନ୍ନାଇ ସହ କଡା ମୁକାବିଲା କଲା ଆଉ ତା ପରେ ତାଙ୍କୁ ଶେଷରେ ୧୪.୨୫ କୋଟି ଟଙ୍କାରେ କିଣିଲା। ମ୍ୟାକ୍ସୱେଲ ମୋରିସ ଆଉ କାଇଲି ଯେମିଶନଙ୍କ ପରେ ତୃତୀୟ ସବୁଠୁ ମହଙ୍ଗା ଖେଳାଳି ଭାବେ ସଂସ୍କରଣରେ କିଣା ହେଇଗଲେ।
Bold Diaries: Glenn Maxwell Interview Part 1
Maxwell talks about quarantine life, cricket in the times of Covid-19, the #IPL2021 auction experience, and much more on @myntra presents Bold Diaries.#PlayBold #WeAreChallengers pic.twitter.com/Avw4D5UyzY
— Royal Challengers Bangalore (@RCBTweets) April 7, 2021
ଆରସିବି ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କଲା ଆଉ ଯାହା ଭିତରେ ମ୍ୟାକ୍ସୱେଲ କହୁଥିଲେ,” ସତରେ ମୋତେ ଜମା ବି ଆଶ୍ଚର୍ଯ୍ୟ ଲାଗିନଥିଲା କାରଣ ମୋତେ ଏହା ଲାଗୁଥିଲା କି ଟିମ ମାନେ ମୋତେ ନେଇ ଇଛୁକ ରହିବେ। କାରଣ ସବୁ ଟିମ ମଧ୍ୟକ୍ରମରେ ଏକ ବ୍ୟାଟ୍ସମ୍ୟାନ ଚାହାନ୍ତି ଯିଏ କି ଟିକେ ଅଫ ସ୍ପିନ ବି ପକାଇ ପାରିବ। ମୋତେ ବହୁତ ଖୁସି ଲାଗୁଛି କି ଦୁଇଟି ମଜବୁତ ଟିମ ମୋ ପାଇଁ ଲଢେଇ କଲେ ଆଉ ଶେଷରେ ମୋତେ ଆରସିବି ନିଜ ଦଳକୁ ନେଲା।”

ୟୁଏଇରେ ହେଇଥିବା ପୂର୍ବ ବର୍ଷ ଆଇପିଏଲ ମ୍ୟାକ୍ସୱେଲ ଭୁଲିବାକୁ ଚାହିଁବେ କାରଣ ସେଠାରେ ସେ ୧୩ଟି ମ୍ୟାଚରେ ମାତ୍ର ୧୦୮ ରନ ହିଁ କରି ପାରିଲେ ଆଉ ଗୋଟେ ବି ଛକା ମାରି ପାରିନଥିଲେ। ଗୋଟେ ବି ଅର୍ଦ୍ଧଶତକ ମାରି ପାରିନଥିଲେ। ଆଇପିଏଲ ୨୦୨୧ ଆଗରୁ ତାଙ୍କୁ ପଞ୍ଜାବ କିଂଗ୍ସ ରିଲିଜ କରି ଦେଇଥିଲା ଆଉ ତାଙ୍କୁ ପାଇବା ପାଇଁ ଆରସିବି ଆଉ ଚେନାଇ ସୁପର କିଂଗ୍ସଙ୍କ ଭିତରେ ଲଢେଇ ହେଇଥିଲା। ମ୍ୟାକ୍ସୱେଲ ଏଯାଏ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲସଙ୍କ ପାଇଁ ଖେଳି ସାରିଛନ୍ତି। ସେ ୮୨ ମ୍ୟାଚ ମାନଙ୍କରେ ୧୫୦୫ ରନ ବନେଇଛନ୍ତି ଆଉ ୧୯ ୱିକେଟ ଅକ୍ତିଆର କରିସାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।