ବ୍ୟୁରୋ ରିପୋର୍ଟ: ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଜଲଦି ଭାରତୀୟ ଝିଅ ଭିନି ରମନଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଦୁହିଁଙ୍କ ବିବାହର କାର୍ଡ଼ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଦୁହେଁ ବର୍ଷ ୨୦୧୭ରୁ ଡେଟ କରିଆସୁଥିଲେ। ଦୁହିଁଙ୍କର ଫେବୃଆରୀ ୨୦୨୦ରେ ନିର୍ବନ୍ଧ ମଧ୍ୟ ହୋଇଥିଲା। ଅନୁମାନ ଲଗାଯାଉଛିକି ଦୁହିଁଙ୍କ ବିବାହ ୨୭ ମାର୍ଚ୍ଚକୁ ମେଲବର୍ଣ୍ଣ ପାରମ୍ପାରିକ ତାମିଲ ବିବାହ ଶୈଳୀରେ ହେବ।

ଭାରତୀୟ ଝିଅ ଭିନି ମେଲବର୍ଣ୍ଣରେ ରହୁଛନ୍ତି,ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ ଅନୁସାରେ ସେ ଫାର୍ମାସିଷ୍ଟ ଅଟନ୍ତି। ଭିନିଙ୍କ ପରିବାରର ମୂଳଦୁଆ ଚେନ୍ନାଇ ଅଟେ। କିନ୍ତୁ ତାଙ୍କର ଜନ୍ମ ଓ ଲାଳନ ପାଳନ ଅଷ୍ଟ୍ରେଲିଆରେ ହୋଇଛି। ଭିନିଙ୍କ ବାପା ଭେଙ୍କଟ ରମନ ଓ ମା ବିଜୟଲକ୍ଷ୍ମୀ ଭିନିଙ୍କ ଜନ୍ମ ପୂର୍ବରୁ ଅଷ୍ଟ୍ରେଲିଆ ପଳେଇଥିଲେ।
ଅନେକ ମିଡ଼ିଆ ରିପୋର୍ଟ ଅନୁସାରେ ମାକ୍ସୱେଲ ଓ ଭିନିଙ୍କ ବିବାହ ପାରମ୍ପାରିକ ତାମିଲ ବ୍ରାହ୍ମଣ ରୀତି ଅନୁସାରେ ହୋଇପାରେ। ଏହି ବିବାହରେ ଅଷ୍ଟ୍ରେଲିଆର ଖେଳାଳି ଓ ଅନେକ ପ୍ରତିଷ୍ଠାବାନ ବ୍ୟକ୍ତି ସାମିଲ ହେବାର ସମ୍ଭାବନା ଅଛି।
Australian Cricketer Glen Maxwell's Marriage invitation.. pic.twitter.com/CNsls9DtDR
— Jayam.SK.Gopi (JSK.Gopi) (@JSKGopi) February 12, 2022
ରମନଙ୍କର ସମ୍ପର୍କୀୟ ନନ୍ଦିନୀ ସତ୍ୟମୃର୍ତି ଏକ ଇଂରେଜ ଖବର କାଗଜ ରିପୋର୍ଟକୁ ଟ୍ୱିଟ କରିଛନ୍ତି। ଯେଉଁଥିରେ ଲେଖାଥିଲା ଭିନିଙ୍କ ବାପା ମାଙ୍କ ଦ୍ଵାରା ଦିଆଯାଇଥିବା ତାମିଲ ବିବାହ କାର୍ଡ ତାଙ୍କର ସଂସ୍କୃତି ପ୍ରତିଥିବା ଶ୍ରଦ୍ଧାକୁ ବୁଝାଉଛି। ଦୁହିଁଙ୍କ ପାଇଁ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ଆୟୋଜନ ହୋଇପାରେ।
ଗ୍ଲେନ ମାକ୍ସୱେଲଙ୍କ କ୍ୟାରିଅର କଥା କହିବା ତ ସେ ଵିସ୍ପୋଟକ ବ୍ୟାଟିଙ୍ଗ ସହ ଅଫସ୍ପିନ ବୋଲର ମଧ୍ୟ ଅଟନ୍ତି। ମାକ୍ସୱେଲ ସୀମିତ ଓଭର ସିରିଜରେ ଅଷ୍ଟ୍ରେଲିଆ ଟିମର ଗୁରୁତ୍ୱପୂର୍ଣ୍ଣ ଖେଳାଳି ମାନଙ୍କ ଭିତରୁ ଜଣେ ଅଟନ୍ତି। ଆଇପିଏଲ ୨୦୨୨ର ମେଗା ନିଲାମୀ ପୂର୍ବରୁ ଆରସିବି ତାଙ୍କୁ ୧୧ କୋଟିରେ ରିଟେନ କରିଥିଲା।
Maxwell ❤ pic.twitter.com/p2ELjSvGIm
— Shivani Shukla 🏏 (@iShivani_Shukla) February 14, 2022
ମାକ୍ସୱେଲଙ୍କ ପୂର୍ବରୁ ୨୦୧୪ରେ ଅଷ୍ଟ୍ରେଲିଆର ପୂର୍ଵ ବୋଲର ସେନ ଟଟ ଭାରତୀୟ ଝିଅ ମାସୁମ ସିଂଘାଙ୍କ ସହ ବିବାହ କରିଥିଲେ। ଦୁହେଁ ଦୁହିଁଙ୍କୁ ଆଇପିଏଲ ପାର୍ଟିରେ ଭେଟିଥିଲେ ଓ ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କ ସହ ରିଲେସନସିପରେ ଥିଲେ। ବର୍ଷ ୨୦୧୭ରେ ସେନ ଟେଟ ଭାରତୀୟ ସରକାର ପ୍ରବାସୀ ଭାରତୀୟର କାର୍ଡ ଦେଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।