ଗୁରୁବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ ସାମାନ୍ୟ ପରିବର୍ତନ ଦେଖାଦେଇଛି । ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୬୦ ଟଙ୍କା ବୃଦ୍ଧି ପାଇ ୪୫,୯୫୦ ଟଙ୍କାରୁ ୪୬,୨୧୦ ଛୁଇଁଥିବା ବେଳେ ୨୪ କ୍ୟାରେଟ ସୁନା ଦର ବି ସମାନ ଭାବେ ୧୬୦ ଟଙ୍କା ବଢି ୪୬,୯୫୦ ଟଙ୍କାରୁ ୪୭,୧୧୦ ଟଙ୍କାରେ ପହଂଚିଛି । ଏହା ବାଦ ଦେଶର କେତେକ ପ୍ରମୁଖ ସହର ଗୁଡିକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖାଦେଇଛି ।

ଗୁରୁବାର ସନ୍ଧ୍ୟା ସୁଦ୍ଧା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୨୧୦ ଟଙ୍କା ୪୭,୧୧୦ ଟଙ୍କା ରହିଥିବା ଜଣାଯାଇଛି । ସେହିପରି ଦିଲ୍ଲୀରେ ବି ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦର ଯଥା କ୍ରମେ ୪୬,୨୬୦ ଟଙ୍କା ଓ ୪୭,୩୬୦ ଟଙ୍କା ରହିଛି ଚେନ୍ନଇରେ ଏହି ଦର ଯଥାକ୍ରମେ ୪୫,୩୮୦ ଟଙ୍କା ଓ ୪୯,୫୧୦ ଟଙ୍କା ଥିବା ଜଣାଯାଇଛି ।
ସେହିପରି କଲିକତାରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୬,୨୬୦ ଟଙ୍କା ୪୭,୭୬୦ ଟଙ୍କା ରହିଛି । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ କିଂଚିତ ପରିବର୍ତ୍ତନ ଆସିଛି । ସହରରେ ୨୪ କ୍ୟାରେଟ ସୁନା ଦର ୫୩୦ ଟଙ୍କା ବଢ଼ି ୪୮୯୮୦ ଟଙ୍କାରୁ ୪୯୫୧୦ ଟଙ୍କା ଛୁଇଁଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୪୦ ଟଙ୍କା ବୃଦ୍ଧି ପାଇ ୪୪,୯୪୦ ଟଙ୍କାରୁ ୪୫,୩୮୦ଟଙ୍କାରେ ପହଂଚିଛି |

ଅନ୍ତରାଷ୍ଟ୍ରୀୟ ବଜାରରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ସୁନା ଦରରେ ପରିବର୍ତ୍ତନ ଲକ୍ଷ କରାଯାଇଛି । ଏହି ମୂଲ୍ୟ ୦.୭୫ ପ୍ରତିଶତ ବା ୧୨.୯୦ ଡ଼ଲାର ବୃଦ୍ଧି ପାଇ ଆଉନ୍ସ ପ୍ରତି ୧୭୩୩ .୬୦ ଡ଼ଲାରରେ ପହଁଚିଥିବା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ରୂପା ଦରରେ କିଲୋଗ୍ରାମ ପ୍ରତି ମାତ୍ର ୧୦ ଟଙ୍କା ବଢି ୪୮,୫୦୦ରୁ ୪୮,୫୧୦ ଟଙ୍କା ହୋଇଥିବା ହୋଇଥିବା ରେକର୍ଡ ହୋଇଛି ।ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।