ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି କିମ୍ବା ଆଗାମୀ ଭବିଷ୍ୟତରେ କିଣିବାର ଇଚ୍ଛା ରଖିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । ସୁନା କିଣିବା ପାଇଁ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ଅଛି । ପ୍ରକୃତରେ ଗତ କିଛି ଦିନ ହେବ ସୁନା ଓ ରୂପାର ମୂଲ୍ୟ ଲଗାତାର ହ୍ରାସ ହେବାର ଦେଖାଯାଉଛି । ଅବଶ୍ୟ ବିବାହର ଋତୁ ପୂର୍ବରୁ ସୁନା କିଣିବା ପାଇଁ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ଅଛି ।

ପ୍ରକୃତରେ ଆଜି ଦେବଉଥାନ ଏକାଦଶୀ ଓ ତୁଳସୀ ବିବାହ ପର୍ବ ଅଟେ ଏବଂ ଏହା ପରେ ଦେଶରେ ବିବାହର ଋତୁ ଆରମ୍ଭ ହୋଇଯିବ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥିରେ ତୁଳସୀ ବିବାହର ପର୍ବ ପାଳନ କରାଯାଏ, ଯାହାପରେ ଦେଶରେ ସବୁ ପ୍ରକାରର ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଯାଏ ।
ମାନ୍ୟତା ଅନୁସାରେ ଦେଶରେ ସୁନା ବିନା କୌଣସି ବିବାହ ସମ୍ପନ୍ନ ହୋଇନଥାଏ, ଏଥିପାଇଁ ବିବାହର ଋତୁ ଆରମ୍ଭ ହେବା ଆଗରୁ ପୁଣି ଥରେ ହଳଦିଆ ଧାତୁରେ ଲିବାଲି ଆସିବା ଦିନରେ ବଢିବାର ଆଶା ଅଛି । ଇଣ୍ଡିଆ ବୁଲିୟାନ ଆଣ୍ଡ ଜୁଏଲର୍ସ ଆସୋସିଏସନର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହତାଙ୍କର କହିବା କଥା କି ବିବାହର ଋତୁ ଆରମ୍ଭ ହେବା ପୂର୍ବରୁ ସୁନାର ବିକ୍ରୟ ଆଗରେ ରହିବ । ଖାସ କରି ମୂଲ୍ୟର ହ୍ରାସରେ ଲିବାଲି ଜୋର ଧରିବ ।
ମଙ୍ଗଳବାରକୁ ମଧ୍ୟ ସୁନା-ରୂପାର ମୂଲ୍ୟରେ ହ୍ରାସ ଦେଖା ଯାଇଛି । କୋରନା ଭ୍ୟାକ୍ସସିନର ଆସିବା ଖବର ମଧ୍ୟରେ ସାରା ଦୁନିଆର ନିବେଶକମାନେ ବିକିବା ଆରମ୍ଭ କରିଦେଇଛନ୍ତି । ଯେଉଁଥିରେ ଘରୋଇ ବଜାରରେ ମୂଲ୍ୟ ୧୫୦୦ ଟଙ୍କା ପର୍ଯ୍ୟନ୍ତ କମିଯାଇଛି । ବଜାରର ଜଣାକାରୀମାନଙ୍କର କହିବା କଥା କି କୋରନା ଭ୍ୟାକ୍ସସିନ ଜଲ୍ଦି ଆସିବାର ସମ୍ଭାବନା ପାଇଁ ସୁନାର ମୂଲ୍ୟରେ ଚାପ ବଢିଛି । ଏହା ଛଡା ଏହି ମାସରେ ସୁନା ଏଟିଏଫର ହୋଲଡିଙ୍ଗରେ ୧୦ ଲକ୍ଷ ଗ୍ରାମ ପ୍ରତି କମିଆସିଛି ।

ମଙ୍ଗଳବାର ଅଥବା ୨୪ ନଭେମ୍ବରକୁ ଦିଲ୍ଲୀ ସରଫା ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୧୦୪୯ ଟଙ୍କା କମ ହୋଇଗଲା । ସେହିପରି ରୂପାର ମୂଲ୍ୟରେ ୧୫୫୮ ଟଙ୍କା ପ୍ରତି କିଲୋଗ୍ରାମରେ କମ ହୋଇଗଲା । ଦିଲ୍ଲୀରେ ସୁନାର ମୂଲ୍ୟ ୧୦୪୯ ଟଙ୍କା ହ୍ରାସ ହୋଇ ୪୮,୫୬୯ ଟଙ୍କା ପ୍ରତି ୧୦ ଗ୍ରାମକୁ ହୋଇଗଲା । ଗତ କାରବାରରେ ମୂଲ୍ୟବାନ ଧାତୁ ୪୯,୬୧୮ ପ୍ରତି ଗ୍ରାମରେ ବନ୍ଦ ହୋଇଥିଲା ।
ଏଚଡିଏଫସି ସିକ୍ୟୁରୀଟି ଅନୁସାରେ ଦିଲ୍ଲୀର ସରଫା ବଜାରରେ ରୂପା ୧୫୫୮ ଟଙ୍କା ଶସ୍ତା ହୋଇଗଲା । ଏହାର ମୂଲ୍ୟ କମିଯାଇ ୫୯,୩୦୧ ଟଙ୍କା ପ୍ରତି କିଲୋଗ୍ରାମର ସ୍ତରରେ ଆସିଗଲା । ଏହାର ପୂର୍ବରୁ ସୋମବାରକୁ କାରବାରରେ ସୁନାର ମୂଲ୍ୟ ୬୦,୮୮୯ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଥିଲା ।

ସୂଚନାକାରୀଙ୍କ ଅନୁସାରେ ଉଚ୍ଚ ମୂଲ୍ୟ ହେବା କାରଣରୁ କୋରନା ସମୟରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ହଳଦିଆ ଧାତୁର ବର୍ତ୍ତମାନର ଚାହିଦା ସୁସ୍ଥ ରହିଛି, କିନ୍ତୁ ଧନତେରସ ଓ ଦୀପାବଳୀର ଶୁଭ ମୁହୂର୍ତ୍ତରେ ଜୋରଦାର ବିକ୍ରୟ ହେଲା ଏହାପରେ ବିତିଥିବା ସପ୍ତାହରେ ବଜାରରେ ଛୁଟିର ହାଲଚାଲ ରହିଲା, କିନ୍ତୁ ଏହି ସପ୍ତାହରେ ମହଙ୍ଗା ଧାତୁ ଗୁଡିକର ଲିବାଲି ପୁଣି ଫେରିବ । ଘରୋଇ ଏବଂ ଆଞ୍ଚଳିକ ବଜାରରେ ସୁନା ଓ ରୂପାର ମୂଲ୍ୟ ଅନଃରାଷ୍ଟ୍ରୀୟ ବଜାର ଅନୁସାରେ ନିର୍ଣ୍ଣୟ ହେବ କିନ୍ତୁ, ବ୍ୟବସାୟୀ କହୁଛନ୍ତି କି ଏବେର ମୂଲ୍ୟରେ ସୁନା ଓ ରୂପାର ଲିବାଲି ବନିରହିବ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।