ଶସ୍ତାରେ ସୁନା କିଣିବା ଲାଗି ଅପୂର୍ବ ସୂଯୋଗ, କାଲି ଖୋଲିବ ସରକାରୀ ଗୋଲ୍ଡ ବଣ୍ଡ । ଜାଣନ୍ତୁ କେମିତି କିଣିବେ ।

ଶସ୍ତାରେ ସୁନା କିଣିବା ଲାଗି ଅପୂର୍ବ ସୂଯୋଗ, କାଲି ଖୋଲିବ ସରକାରୀ ଗୋଲ୍ଡ ବଣ୍ଡ । ଜାଣନ୍ତୁ କେମିତି କିଣିବେ ।, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Gold bond will open tomorrow

ସୁନା ଦରରେ ସାମାନ୍ୟ ସୁଧାର ଆସିଛି । ହେଲେ ଏବେବି ବଜାରରେ ଦର ଢେର ଉଚ୍ଚା ରହିଛି । ଏପରି ମହଙ୍ଗା ସମୟରେ ବି ଆପଣଙ୍କ ଲାଗି ଶସ୍ତାରେ ସୁନା କିଣିବା ଲାଗି ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ସୋମବାର ଅର୍ଥାତ ଜୁନ ୮ ତାରିଖରୁ ସରକାର ସୋଭରେନ୍‌ ଗୋଲ୍ଡ ବଣ୍ଡରେ ନିବେଶ ଆହ୍ୱାନ କରିଛନ୍ତି । ଜୁନ ୧୨ ତାରିଖ ପର୍ଯ୍ୟନ୍ତ ମାତ୍ର ୪ ଦିନରେ ବଜାର ଦର ଠାରୁ କମ୍ ଦରର ଆପଣ ଏହି ସ୍ୱର୍ଣ୍ଣ ନିବେଶ କରିପାରନ୍ତି । ବର୍ତ୍ତମାନ ଦେଶର ବଜାରରେ ସୁନାମୂଲ୍ୟ ଯେପରି ବଢିକି ଅଛି ଏଥିରେ ଗୋଲ୍ଡ ବଣ୍ଡରେ ନିବେଶ ଆପଣଙ୍କ ଲାଗି ନିଶ୍ଚିତ ଲାଭଦାୟକ ହେବ ବୋଲି ଆଶା କରାଯାଏ ।

ସୋଭରେନ୍ ଗୋଲ୍ଡ ବଣ୍ଡର ତୃତୀୟ ସିରିଜ୍ ଲାଗି ସରକାର ସୁନାର ମୂଲ୍ୟ ମଧ୍ୟ ନିଶ୍ଚିତ କରିଦେଇଛନ୍ତି । ଏଥିରେ ପ୍ରତି ୧ ଗ୍ରାମ ମୂଲ୍ୟ ୪ ହଜାର ୬୭୭ ଟଙ୍କା ଧାର୍ଯ୍ୟ ହୋଇଛି । ଏଥିରେ ବଣ୍ଡ ଲାଗି ଅନଲାଇନ ଆବେଦନକାରୀଙ୍କୁ ସରକାର ଅତିରିକ୍ତ ୫୦ ଟଙ୍କା ରିହାତି ଦେବାକୁ ବି ଘୋଷଣା କରିଛନ୍ତି । ଏହି ବଣ୍ଡକୁ ଆପଣ କୌଣସି ଡାକଘର, ଆପଣଙ୍କ ନିକଟସ୍ଥ ବାଣିଜ୍ୟିକ ବ୍ୟାଙ୍କ, ଭାରତୀୟ ଷ୍ଟକ ହୋଲ୍ଡିଂ ନିଗମ ଲିମିଟେଡ୍ ଅଥବା ଷ୍ଟକ୍ ଏକ୍ସଚେଞ୍ଜ ଜରିଆରେ କ୍ରୟ କରିପାରିବେ । ଯଦି ଆପଣଗୋଲ୍ଡ ବଣ୍ଡରେ ନିବେଶ କରୁଛନ୍ତି ତେବେ ଏଥିରୁ ଆପଣଙ୍କୁ ଏକ ସଙ୍ଗରେ ୨ଟି ଲାଭ ମିଳୁଛି ।

Sovereign Gold Bond Scheme 2019-20 (Series VII): Should you ...
Google
ସୋମବାର (କାଲି) ଖୋଲିବ ସରକାରୀ ଗୋଲ୍ଡ ବଣ୍ଡ

ସୁନା ଦର ବଢିଲେ ଆପଣଙ୍କ ନିବେଶ ମୂଲ୍ୟ ମଧ୍ୟ ବୃଦ୍ଧି ହେବ। ଏଥିରୁ ଆପଣ ଲାଭବାନ ହେଉଥିବା ବେଳେ ସରକାର ମଧ୍ୟ ୨ ପ୍ରତିଶତ ସୁଧ ଦେଉଛନ୍ତି । ଯାହାକୁ ଆପଣ ଲାଭରେ ବୋନସ ବି ଭାବି ପାରନ୍ତି । ପ୍ରତି ୬ ମାସରେ ସରକାର ଏଥିରେ ସୁଧ ଦେଇଥାନ୍ତି । ବଣ୍ଡ ମାଧ୍ୟମରେ ଆପଣ ୧ ଗ୍ରାମରୁ ଆରମ୍ଭ କରି ୫୦୦ ଗ୍ରାମ ପର୍ଯ୍ୟନ୍ତ ସୁନା କ୍ରୟ କରିପାରିବେ । ତେବେ କାହାରିକୁ ୪ କେଜିରୁ ଅଧିକ କ୍ରୟ ଲାଗି ଅନୁମତି ମିଳିବ ନାହିଁ ।

ତେବେ ଟ୍ରଷ୍ଟ ଅଥବା ସଙ୍ଗଠନ ସର୍ବାଧିକ ୨୦ କେଜି ଓଜନ ପର୍ଯ୍ୟନ୍ତ ସୁନା ମୂଲ୍ୟର ବଣ୍ଡ କ୍ରୟ କରିପାରନ୍ତି । ଏହିଗୋଲ୍ଡ ବଣ୍ଡର ମ୍ୟାଚରିଟି ୮ ବର୍ଷ ନିର୍ଦ୍ଧାରିତ ହୋଇଛି। ତେବେ ନିବେଶକ ଚାହିଁଲେ ୫ ବର୍ଷ ପରେ ମଧ୍ୟ ପ୍ରତ୍ୟାହାର କରିପାରନ୍ତି । ସୋଭରେନ ଗୋଲ୍ଡ ବଣ୍ଡ ଏକ ସୁରକ୍ଷିତ ନିବେଶ ଓ ନିବେଶକ ଚାହିଁଲେ ବଜାରରେ ସୁନା ଦର ଅନୁସାରେ ଭଙ୍ଗାଇ ପାରନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *