ଦିଲ୍ଲୀ କ୍ୟାପିଟାଲସର ବୋଲିଙ୍ଗ କୋଚ ରୟାନ ହୈରିସ ରାବିଚନ୍ଦ୍ରନ ଅଶ୍ୱିନୀଙ୍କୁ ନେଇ ବଡ଼ ଖବର ଦେଇଛନ୍ତି।ଆଇପିଏଲର ୧୩ ତମ ସଂସ୍କରଣରେ ନିଜର ପ୍ରଥମ ମ୍ୟାଚରେ ଗୋଟିଏ ଓଭର ବୋଲିଙ୍ଗ କରିବା ପରେ ଆଘାତ ହୋଇଥିଲେ ଆର ଅଶ୍ୱିନୀ , ଆଗକୁ ଆସୁଥିବା ମ୍ୟାଚରେ ଖେଳିବେକି ନାହିଁ ଏହା ନେଇ ସୂଚନା ମିଳିଛି। ଆର ଅଶ୍ୱିନୀ ଠିକ ହୋଇଯାଇଛନ୍ତି କିନ୍ତୁ ଦିଲ୍ଲୀ ଟିମ କୌଣସି ରିସ୍କ ନେବାକୁ ଏବେ ଚାହୁଁନି।
ଏବେ ଦିଲ୍ଲୀ କ୍ୟାପିଟାଲସର ବୋଲିଙ୍ଗ କୋଚ ରୟାନ ହୈରିସ କହିଛନ୍ତି ଅଶ୍ୱିନୀ ଆଗ ମ୍ୟାଚରୁ ସେଲିବ୍ରେସନ ପାଇଁ ଉପସ୍ଥିତ ହେବେ। ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲସକୁ ଆଗ ମ୍ୟାଚ କୋଲକତା ନାଇଟ ରାଇଡ଼ର୍ସ ସହ ଖେଳିବାକୁ ହେବ। ଏହି ମ୍ୟାଚ ଶନିବାର ଦିନ ସାରଜାହାରେ ଖେଳାଯିବ। ଏହି ମ୍ୟାଚ ସନ୍ଧ୍ୟାରେ ହେବ।ଏହି ଦିନ ଦୁଇଟି ମ୍ୟାଚ ହେବ। ଏହାର ପ୍ରଥମ ମ୍ୟାଚ ଆରସିବି ଓ ରାଜସ୍ଥାନ ଭିତରେ ଅବୁଧାବିରେ ଖେଳାଯିବ।ଏହି ମ୍ୟାଚଟି ୩.୩୦ ଟାରେ ଖେଳାଯିବ।

ଦିଲ୍ଲୀର ଟିମର ବୋଲିଙ୍ଗ କୋଚ ହୈରିସ କହିଛନ୍ତି ” ସେ ଆଘାତରୁ ଭଲ ହୋଇ ଅଭ୍ୟାସ କରୁଛନ୍ତି। ପୂର୍ଵ ରାତିରେ ସେ ନେଟରେ ଭଲ ଅଭ୍ୟାସ କରିଛନ୍ତି। ସେ ବୋଲିଙ୍ଗ ସହିତ ବ୍ୟାଟିଙ୍ଗ ମଧ୍ୟ କରିଛନ୍ତି। ସେଥିପାଇଁ ସେ ଶନିବାର ମ୍ୟାଚରେ ସେଲିବ୍ରେସନ ପାଇଁ ଉପସ୍ଥିତ ହୋଇପାରନ୍ତି, ଏବେ ଆମେ ମେଡ଼ିକାଲ ଷ୍ଟାପଙ୍କର ରାୟକୁ ଅପେକ୍ଷା କରିଛୁ, ଯାହା ଶୁକ୍ରବାର ସନ୍ଧ୍ୟାରେ ଆସିବ’। ହୈରିସ ଏହି କଥା ଦିଲ୍ଲୀ କ୍ୟାପିଟାଲସର ପ୍ରେସ ମିଟରେ କହିଛନ୍ତି।
ଦିଲ୍ଲୀ କ୍ୟାପିଟାଲସ ଏବେ ପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛନ୍ତି ସେଥିରେ ତାଙ୍କୁ ଦୁଇଟି ବିଜୟ ମିଳିଛି ଓ ଗୋଟିଏ ପରାଜୟ। ନିଜ ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ତାଙ୍କୁ ନିଜ ୩ୟ ମ୍ୟାଚରେ ହାଇଦ୍ରାବାଦ ଠୁ ୧୫ ରନରେ ହାରିବାକୁ ପଡିଥିଲା। ହୈରିସ କହିଛନ୍ତି ସେହି ମ୍ୟାଚରେ କୌଣସି ଭଲ ପ୍ରଦର୍ଶନ ନିଥିଲା, ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ହୈରିସ କହିଛନ୍ତି ସେମାନେ ଭଲ ଦୌଡ଼ିବା ଦ୍ଵାରା ୧୫ ରନ ଅଧିକ କରିଥିଲେ ଯାହା ପାଇଁ ଆମେ ୧୫ ରନ ପଛରେ ରହିଗଲୁ।