ଟିମ ଇଣ୍ଡିଆ ଓ ଚେନ୍ନାଇ ସୁପର କିଙ୍ଗ ପାଇଁ ଭଲ ନ୍ୟୁଜ ଆସୁଅଛି। ଟିମର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଆଇପିଏଲର ୧୪ ତମ ସଂସ୍କରଣର ଆରମ୍ଭ ୯ ଏପ୍ରିଲରୁ ହେବ ଏହାର ପ୍ରସ୍ତୁତି ପାଇଁ ସିଏସକେର ଖେଳାଳି ଚେନ୍ନାଇରେ ଝାଳ ବୁହାଉଛନ୍ତି। ଜାଡେଜା ମଙ୍ଗଳବାରକୁ ଏକ ଅଭ୍ୟାସର ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଫିଲଡ଼ିଙ୍ଗ କରୁଥିବା ଦେଖାଯାଇଛି। ଭିଡ଼ିଓ ସେୟାର କରି ରବିନ୍ଦ୍ର ଜାଡେଜା ଲେଖିଛନ୍ତି ଧୀରେ-ଧୀରେ କିନ୍ତୁ ନିଶ୍ଚିନ୍ତ ରୂପରେ।

ଅଷ୍ଟ୍ରେଲିଆ ଗ୍ରସ୍ତ ସମୟରେ ଜାନୁଆରୀରେ ସିଡନି ଟେଷ୍ଟରେ ବ୍ୟାଟିଙ୍ଗ କରିବା ସମୟରେ ରବିନ୍ଦ୍ର ଜାଡେଜାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯାହା ପରେ ସେ ବ୍ରିସବେନ ଟେଷ୍ଟରେ ମଧ୍ୟ ଖେଳିନଥିଲେ। ତାଙ୍କୁ ଭାରତ ଫେରିଆସିବା ପରେ ନେସନାଲ କ୍ରିକେଟ ଏକାଡେମୀ ପଠାଯାଇଥିଲା। ମାନା ଯାଉଥିଲାକି ସିରିଜର ଶେଷ ଦୁଇଟି ଟେଷ୍ଟରେ ସେ ଖେଳିବା ପାଇଁ ଫିଟ ହେଇଯିବେ କିନ୍ତୁ ସେ ଫିଟ ହୋଇପାରିନଥିଲେ।
ଆଘାତ କାରଣରୁ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ଓ ଟି-୨୦ ସିରିଜରୁ ହେଲେ ବାହାର:
ଆଘାତ କାରଣରୁ ତାଙ୍କୁ ଇଂଲଣ୍ଡ ବିରୁଦ୍ଧରେ ଘରୋଇ ଟେଷ୍ଟ ସିରିଜରେ ମଧ୍ୟ ଚୟନ କରାଗଲା ନାହିଁ। ଏହା ସହିତ ଜାଡେଜାଙ୍କୁ ଇଂଲଣ୍ଡ ବିରୁଦ୍ଧରେ ହେବାକୁ ଥିବା ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ରେ ମଧ୍ୟ ଜାଗା ମିଳିନାହିଁ।
Slowly but surely 💪🏻 pic.twitter.com/7uARo5bhms
— Ravindrasinh jadeja (@imjadeja) March 9, 2021
ଇଂଲଣ୍ଡ ବିରୁଦ୍ଧରେ ଚାରିଟି ମ୍ୟାଚ ବିସିଷ୍ଟ ଟେଷ୍ଟ ସିରିଜରେ ୱାସିଙ୍ଗଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କ କାରଣରୁ ରବିନ୍ଦ୍ର ଜାଡେଜାଙ୍କ କମି ଜଣାପଡିଲା ନାହିଁ। ସୁନ୍ଦର ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିରୁଦ୍ଧରେ ଯେବେକି ଅକ୍ଷର ଇଂଲଣ୍ଡ ବିରୁଦ୍ଧରେ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ସୁନ୍ଦର ପ୍ରଦର୍ଶନ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।