ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ବି ଭାରତ ପାଇଁ ଏକ ଖୁସିର ଖବର, ମ୍ୟାଚ ୱିନର ଖେଳାଳି ଫେରିଲେ ଫର୍ମକୁ, ଜାଣନ୍ତୁ ସମ୍ପୂର୍ଣ୍ଣ

ମୋହାଲି ଟି-ଟ୍ୱେଣ୍ଟି ମ୍ୟାଚରେ ଟିମ ଇଣ୍ଡିଆ ବହୁତ ଖରାପ ପରିସ୍ଥିତିରେ ପରାଜିତ ହୋଇଛି ଏଥିପାଇଁ ସମର୍ଥକମାନେ ନିରାଶ ଥିବା ବେଳେ ଭାରତୀୟ ପୂର୍ବତନ କ୍ରିକେଟରମାନେ ମଧ୍ୟ ଦଳର ପ୍ରଦର୍ଶନ ନେଇ ଖୁସି ନାହାନ୍ତି।

କିନ୍ତୁ ଜଣେ ଖେଳାଳି ନିଜ ତରଫରୁ ଅତି ଜବରଦସ୍ତ ପ୍ରଦର୍ଶନ ଦେଖାଇବା ସହିତ ସମସ୍ତଙ୍କ ଆଗରେ ନିଜକୁ ପ୍ରମାଣିତ କରିଛନ୍ତି। ସେ ହେଉଛନ୍ତି କେ ଏଲ ରାହୁଲ। ସେ ବର୍ତ୍ତମାନ ଏପରି ଏକ ରେକର୍ଡ ତିଆରି କରିଛନ୍ତି ଯାହାକି ବର୍ତ୍ତମାନ ସମୟରେ ବାବର ଆଜାମ ଏବଂ ବିରାଟ କୋହଲି କେବଳ ହାସିଲ କରି ପାରିଛନ୍ତି।

ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ହାରିଯିବା ପରେ ବିଶ୍ୱକପ ଆଶା ନେଇ ଏକ ଶକ୍ତ ଧକ୍କା ଲାଗିଛି। କିନ୍ତୁ ଉପ ଅଧିନାୟକ କେ ଏଲ ରାହୁଲ ଏକ ଏପରି ରେକର୍ଡ ତିଆରି କରିଛନ୍ତି ଯାହାକି ଭାରତୀୟ କ୍ରିକେଟ ପ୍ରେମୀମାନଙ୍କୁ ଖୁସି କରି ଦେଇଛି।

କେ ଏଲ ରାହୁଲ ଟି-ଟ୍ୱେଣ୍ଟି କ୍ରିକେଟରେ ସବୁଠାରୁ ଜଲ୍ଦି ୨୦୦୦ ରନ ପୂରଣ କରିବାରେ ବିଶ୍ୱ କ୍ରିକେଟର ତୃତୀୟ କ୍ରିକେଟର ହୋଇ ଯାଇଛନ୍ତି। କେ ଏଲ ରାହୁଲ ୨୦୧୬ ରେ ଭାରତ ପାଇଁ ନିଜର ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଥିଲେ। ୬ ବର୍ଷର ଟି-ଟ୍ୱେଣ୍ଟି କ୍ୟାରିଅରରେ ସେ ୨୦୦୦ ରନ ପୂରଣ କରିଛନ୍ତି। ସମୁଦାୟ ୫୮ ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସେ ଏହି ରେକର୍ଡ ହାସଲ କରିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମ ଏହି ରେକର୍ଡ ସୃଷ୍ଟି କରିବା ପାଇଁ ୫୨ ଟି ମ୍ୟାଚ ଖେଳିଥିଲେ। ସେହିପରି ବିରାଟ କୋହଲି ୫୬ ଟି ମ୍ୟାଚ ଖେଳି ୨୦୦୦ ରନରେ ପହଂଚି ଥିଲେ।

ସୂଚନାଯୋଗ୍ୟ ଯେ, ଏସିଆ କପ ପୂର୍ବରୁ କେ ଏଲ ରାହୁଲ ଏହା ପୂର୍ବରୁ ନିଜ ସର୍ଜରୀ ପାଇଁ ଜର୍ମାନୀ ଯାଇଥିଲେ। ଦଳକୁ ଫେରିବା ପରେ ସେ ବଡ଼ ସ୍କୋର କରିବା ପାଇଁ ସଂଘର୍ଷ କରୁଥିଲେ। ସେ ଜିମ୍ବାୱେ ମ୍ୟାଚ ଏବଂ ଏସିଆ କପରେ ନିଜ ପ୍ରଦର୍ଶନ ଦେଖାଇ ପାରି ନ ଥିଲେ।

ଏହାପରେ ତାଙ୍କ ସ୍ଥାନ ଏବଂ ତାଙ୍କ ଷ୍ଟ୍ରାଇକ ରେଟ ଉପରେ ବାରମ୍ବାର ପ୍ରଶ୍ନ ଉଠି ଥିଲା। କିନ୍ତୁ ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ ସେ ପୁଣି ଥରେ ନିଜର ପୁରୁଣା ଷ୍ଟ୍ରାଇକ ରେଟକୁ ଫେରିଛନ୍ତି ଏବଂ ଦର୍ଶନୀୟ ଶର୍ଟ ଖେଳି ନିଜକୁ ପ୍ରମାଣିତ କରିଛନ୍ତି।

ସେ ଏହି ମ୍ୟାଚରେ ୩୫ ବଲରେ ୪ ଚୌକା ଏବଂ ୩ ଛକା ସହିତ ୧୫୭.୧୪ ଷ୍ଟ୍ରାଇକ ରେଟରେ ୫୫ ରନ ସଂଗ୍ରହ କରିଥିଲେ। ସେ ଟିମ ଇଣ୍ଡିଆ ପକ୍ଷରୁ ସମୁଦାୟ ଟି-ଟ୍ୱେଣ୍ଟି କ୍ୟାରିୟରରେ ୬୨ ଟି ମ୍ୟାଚ ଖେଳି ୧୪୧.୩୨ ଷ୍ଟ୍ରାଇକ ରେଟ ଏବଂ ୩୯.୬୭ ଅଉସତରେ ୨୦୧୮ ରନ କରିଛନ୍ତି।

ଏଥିରେ ସେ ଦୁଇଟି ଶତକ ଏବଂ ୧୮ ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୧୧୦ ତାଙ୍କର ବେଷ୍ଟ ସ୍କୋର ରହିଛି। ବିଶ୍ୱକପରେ କେ ଏଲ ରାହୁଲଙ୍କ ପ୍ରଦର୍ଶନ ବହୁତ ଜରୁରୀ ଅଟେ। ତେଣୁ ବିଶ୍ୱକପ ପୂର୍ବରୁ ତାଙ୍କର ଫର୍ମକୁ ଆସିବା ଏବଂ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବା ଭାରତୀୟ ସମର୍ଥକଙ୍କ ପାଇଁ କିଛି ଖୁସି ଖବର ଠାରୁ କମ ନୁହେଁ।

Leave a Reply

Your email address will not be published. Required fields are marked *