ଖୁସି ଖବର:ଏବେ ହୁଆଟ୍ସପ ପର ମିଳିବ ପିଏନଆର ଷ୍ଟାଟସ,ଟ୍ରେନର ଲାଇଭ ଲୋକସନ ମଧ୍ୟ ମିଳିବ,ଜାଣନ୍ତୁ ନମ୍ବର କଣ ଅଟେ?

ରେଳ ଯାତ୍ରାକୁ ଧ୍ୟାନରେ ରଖି ମୁମ୍ବାଇ ବେସଡ଼ ଷ୍ଟାଟଅପ Railofy ଗୁରୁବାରକୁ ଏକ ନୂଆ ଫିଚର ଲଞ୍ଚ କରିଛି।Railofy ର ଏହି ନୂଆ ଫିଚର ଜରିଆରେ ଆପଣଙ୍କୁ ଟ୍ରେନ ସହିତ ଜଡିତ ସବୁ ତଥ୍ୟ ମିଳିଯିବ।

Google

ସର୍ବଦା ଯାତ୍ରୀ ମାନଙ୍କୁ ରେଳର ତଥ୍ୟ ପାଇଁ ଅଲଗା ଅଲଗା ୱେବସାଇଟକୁ ଯିବାକୁ ପଡ଼ିଥାଏ କିନ୍ତୁ ମୁମ୍ବାଇର ଏକ ଷ୍ଟାଟଅପ Railofy ଏକ ଏପରି ଫିଚର ଲଞ୍ଚ କରିଛନ୍ତି ଯାହା ମାଧ୍ୟମରେ ଦେଖିପାରିବେ ପିଏନଆର ଷ୍ଟାଟସ, ଟ୍ରେନ ଯାତ୍ରା ତଥ୍ୟ, ଟ୍ରେନ ଲାଇଭ ଷ୍ଟାଟସ ସହିତ ଅନେକ ତଥ୍ୟ ଏକା ଜାଗାରେ ପାଇପାରିବେ। Railofy ର ଏହି ନୂଆ ଫିଚରର ଲାଭ ଉଠାଇବା ପାଇଁ ଆପଣଙ୍କୁ ନିଜ ଡିଜିଟ ପିଏଆର ନମ୍ବର ହୁଆଟ୍ସପରେ ଦାଖଲ କରିବାକୁ ହେବ।ଯାହା ପରେ ଲାଇଭ ଅଲର୍ଟ ସମେତ ଅନେକ ତଥ୍ୟ ଆପଣଙ୍କ ମୋବାଇଲରେ ମିଳିଯିବ। ତେବେ ଆସନ୍ତୁ ଜାଣିବା ଏହି ଆପ ବିଷୟରେ ବିସ୍ତାର ଭାବରେ….

ଏହି ହୁଆଟ୍ସପ ନମ୍ବରରେ ସେୟାର କରିବାକୁ ପଡ଼ିବ ପିଏନଆର:-

ଏହି ଫିଚରର ଲାଭ ନେବା ପାଇଁ ଯାତ୍ରୀ ମାନଙ୍କୁ ଏହି ହୁଆଟ୍ସପ ନମ୍ବର +91 9881193322 ରେ ନିଜର ପିଏନଆର ନମ୍ବର ଦାଖଲ କରିବାକୁ ହେବ। ଏହା ପରେ ତାଙ୍କୁ ପିଏନଆର ଷ୍ଟାଟସ ବିଷୟରେ ସୂଚନା ମିଳିଚାଲିବ କି ତାଙ୍କ ଟିକେଟ ଅପେକ୍ଷାରେ ଅଛି ନା କନଫୋର୍ମ ହୋଇଯାଇଛି। ଏହା ସହିତ ଯଦି ଆରଏସି ଅଛି ତ ଏହା ଜଣାପଡିଯିବ। ଟ୍ରେନର ଲାଇଭ ଲୋକେସନ ସହିତ ଯଦି ଟ୍ରେନ ଲେଟ ହେବ ଏହାର ତଥ୍ୟ ମଧ୍ୟ ହୁଆଟ୍ସପରେ ମିଳିଯିବ।

Google
ଆପ ଦ୍ଵାରା ଯାତ୍ରା ହୋଇଯିବ ସହଜ:-

Railofy ଅନୁସାରେ ପାଖାପାଖି ୬୦ ଲକ୍ଷ ଲୋକ ପ୍ରତି ମାସରେ ଗୁଗୁଲରେ ଆଇଆରସିଟିସି ଟ୍ରେନର ତଥ୍ୟ ସର୍ଚ୍ଚ କରିଥାନ୍ତି। କିନ୍ତୁ ସେଠାରେ ତାଙ୍କୁ ଉତ୍ତର ମିଳିନଥାଏ। ଏହି ପରିସ୍ଥିତିରେ Railofy ର ନୂଆ ଫିଚର ଭଲ ସାବ୍ୟସ୍ତ ହେବ ।ଏହାକୁ ଏହି ବର୍ଷ ସେପ୍ଟେମ୍ବର ୨୦୨୦ରେ ଲଞ୍ଚ କରାଯାଇଥିଲା। ଷ୍ଟେଟଅପ ଜରିଆରେ ଟ୍ରେନର ଟିକେଟର ଦାମ ସେହି ରୁଟରେ ଅନ୍ୟ ଯାତ୍ରା ବିକଳ୍ପକୁ ବି ଉପଲବ୍ଧ କରାଯାଇଥାଏ। ଏହା ଦ୍ଵାରା ୟୁଜର୍ସଙ୍କ ସମୟ ବଞ୍ଚିବା ସହିତ ଯାତ୍ରାରେ ମଧ୍ୟ ସୁବିଧା ହୋଇଥାଏ।

Railofy ର କହିବା ଅନୁସାରେ ଏହି ଆପ ଜରିଆରେ ଲୋକମାନେ ଟିକେଟ କାଟିବା ସମୟରେ ଦାମ ତୁଳନା କରି ଯାତ୍ରାର ଅନ୍ୟ ବିକଳ୍ପ ବିଷୟରେ ଜାଣିପାରିବେ। ଏହା ସହିତ ଯାତ୍ରା ସମୟରେ ଲାଗିବାକୁ ଥିବା ସମୟ ବିଷୟରେ ମଧ୍ୟ ନିର୍ଦେଶ ମିଳିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *