ଆମେରିକା ଚୀନକୁ ସିଧାସଳଖ ବିରୋଧ କରୁଥିବା ବେଳେ ଆମେରିକୀୟ କମ୍ପାନୀ ତଥା ସର୍ଚ୍ଚ ଇଞ୍ଜିନ ଗୁଗଲ କିନ୍ତୁ ଚୀନକୁ ସାହାଯ୍ୟ କରିବାରେ ବ୍ୟସ୍ତ । ‘ସ୍ପାମ୍ ଆଣ୍ଡ ମିନିମମ୍ ଫଙ୍କସ୍ୟୁନାଲିଟି ପଲିସି’ ଆଧାରରେ ଗୁଗଲ ପୁଣି ଏକ ଟ୍ରେଣ୍ଡିଂ ଆପ୍ ‘ରିମୁଭ୍ ଚୀନ ଆପ୍ସ’ ଗୁଗଲ ପ୍ଲେ ଷ୍ଟୋରରୁ ଡିଲିଟ କରିଦେଇଛି ।
ଦୁଇ ସପ୍ତାହ ପୂର୍ବରୁ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଥିବା ‘ରିମୁଭ୍ ଚୀନ ଆପ୍ସ’ ଯାହାକି ବିଶେଷ କରି ଭାରତୀୟଙ୍କ ଦ୍ୱାରା ଆଦୃତଲାଭ କରିଥିଲା ସେହି ଆପ୍କୁ ଏବେ ଗୁଗଲ ପକ୍ଷରୁ ଡିଲିଟ କରିଦିଆଯିବା ପରେ ବିବାଦ ଉପୁଜିଛି । ଏହି ଆପ୍ ମାଧ୍ୟମରେ ଚୀନ ଦ୍ୱାରା ବିକଶିତ ଅନେକ ଆପ୍ ଯଥା, ଟିକଟକ୍, ୟୁସି ବ୍ରାଉଜର୍, କ୍ୟାମସ୍କାନର ଭଳି ଆହୁରି ଅନେକ ଆପ ୟୁଜରଙ୍କ ମୋବାଇଲ୍ରୁ ଡିଲିଟ କରାଯାଇପାରୁଥିଲା ।

ତେବେ ସେନ୍ସର ଟାୱାର ଡାଟା ଦେଇଥିବା ତଥ୍ୟ ଅନୁସାରେ ଦୁଇ ସପ୍ତାହ ପୂର୍ବରୁ ଉପଲବ୍ଧ ହୋଇଥିବା ଏହି ଆପ୍କୁ ୪.୭ ମିଲିୟନ ୟୁଜର ଡାଉନଲୋଡ କରିଥିଲେ । ଏହାସହ ଗୁଗଲ ପ୍ଲେ ଷ୍ଟୋରରେ ଟପ୍ ଟେନ୍ ଆପ୍ ମଧ୍ୟରେ ସାମିଲ ହୋଇଥିଲା ”ରିମୁଭ୍ ଚୀନ ଆପ୍ସ’ । ‘ରିମୁଭ୍ ଚୀନ ଆପ୍ସ’ ଜୟପୁରର ଏକ କମ୍ପାନୀ ‘ୱାନ ଟଚ୍ ଆପ ଲାବ୍ସ’ ଦ୍ୱାରା ବିକଶିତ ହୋଇଛି ।
ସୂଚନାଯୋଗ୍ୟ, ୟୁଟ୍ୟୁବର କ୍ୟାରି ମିନତି ଟିକ୍ଟକରମାନଙ୍କୁ ଟାର୍ଗେଟ କରି କରିଥିବା ଭିଡିଓ ୟୁଟ୍ୟୁବ୍ ଦ୍ୱାରା ଡିଲିଟ ହେବା ପରେ ‘ବ୍ୟାନ୍ ଟିକଟକ୍’ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଏହାପରେ ଟିକ୍ଟକ୍ ଆପରେ ପସନ୍ଦ ପ୍ରତିଶତ ଦ୍ରୁତଗତିରେ ହ୍ରାସ ପାଇଥିଲା । ଖୁବ କମ ଦିନରେ ଟିକଟକ୍ ଲୋକପ୍ରିୟତା ହ୍ରାସ ପାଇବା ପରେ ଗୁଗଲ ପକ୍ଷରୁ ଅନେକ ରିଭ୍ୟୁ ଡିଲିଟ କରିଦିଆଯାଇଛି । ତେବେ ଗୁଗଲର ଚୀନ ପ୍ରିତିକୁ ଅନ୍ତର୍ଜାତୀୟ ସ୍ତରରରେ ସମାଲୋଚନା କରାଯାଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।