ସାଂସଦ ହୋଇ କାହିଁକି କାମ କରନ୍ତି IPL ରେ ଗମ୍ଭୀର? ଗମ୍ଭୀର ଦେଲେ ଆଲୋଚନକାରୀଙ୍କୁ କଡା ଜବାବ

ବ୍ୟୁରୋ ରିପୋର୍ଟ: କ୍ରିକେଟର ଓ ସାଂସଦ ଗୌତମ ଗମ୍ଭୀର ଆଇପିଏଲ ୨୦୨୨ରେ ଲକ୍ଷନୌ ସୁପର ଜାଏଣ୍ଟସ ଟିମ ସହ ଥିଲେ। ଗୌତମ ଗମ୍ଭୀରଙ୍କ ଉପରେ ସବୁବେଳେ ଏହି ଆଲୋଚନା ହୋଇଥାଏକି ସେ ସାଂସଦ ହେବା ପରେ ମଧ୍ୟ ଆଇପିଏଲରେ କମେଟ୍ରି କରି ପଇସା କମାଇଥାନ୍ତି। ଏବେ ସେ ଏହି ପ୍ରଶ୍ନକାରୀଙ୍କ ମୁଁହ ବନ୍ଦ କରିଦେଇଛନ୍ତି।

Google

ଗୌତମ ଗମ୍ଭୀର କହିଛନ୍ତି ସେ ଯେଉଁ ଲୋକଙ୍କ ପାଇଁ ଖାଇବା କରୁଛନ୍ତି ତାହା ତାଙ୍କର ନିଜସ୍ୱ ବ୍ୟକ୍ତିଗତ ଖର୍ଚ୍ଚ ଅଟେ,ଏଥିରେ ସାଂସଦରୁ ମିଳୁଥିବା ଫଣ୍ଡର ବ୍ୟବହାର ସେକରିନଥାନ୍ତି। ତେଣୁ ଏଥିପାଇଁ ପଇସା ଖର୍ଚ୍ଚ କରିବା ପାଇଁ ତାଙ୍କୁ କାମ କରିବାକୁ ହିଁ ପଡିବ।

ଗୌତମ ଗମ୍ଭୀର କହିଛନ୍ତି,”ଗୋଟେ ମାସରେ ୫ ହଜାର ଲୋକଙ୍କୁ ଖାଇବା ଦେବା ପାଇଁ ୨୫ ଲକ୍ଷ ଟଙ୍କା ଲାଗିଥାଏ,ବର୍ଷକରେ ୨.୭୫ କୋଟି। ଏହା ସହ ୨୫ ଲକ୍ଷ ଲାଗିଗଲା ମତେ ସେ ଲାଇବ୍ରେରି ତିଆରି କରିବା ପାଇଁ,ଏହା ସେ ଏମପିଏଲଏଡି ଫଣ୍ଡରୁ ହୋଇନାହିଁ। ଏହି ଫଣ୍ଡରୁ ପ୍ରତ୍ୟେକ ଦିନ ୫ ହଜାର ଲୋକଙ୍କ ପାଇଁ ଖାଇବା ହେଉନାହିଁ। ଏହି ଲୋକଙ୍କୁ ଖାଇବାକୁ ଦେବା ଓ ଲାଇବ୍ରେରି ପାଇଁ ମତେ କାମ କରିବାକୁ ପଡିଥାଏ। ମତେ କେବେବି ଲାଜ ଲାଗେନାହିଁ କି ଏହା କହିବା ପାଇଁ ମୁଁ କମେଟ୍ରି କରିଥାଏ ବା ଆଇପିଏଲରେ କାମ କରିଥାଏ। କାରଣ ଏହା ପଛରେ ଏକ ବହୁତ ବଡ଼ ଉଦେଶ୍ୟ ଅଛି”।

ଯଦି ଉଚିତ ମାର୍ଗରେ ପଇସା କମାଇ ମୁକ୍ତ ଖାଇବା, ଲାଇବ୍ରେରି,କରିବା ଭୁଲ ଅଟେ! ତେବେ ମୁଁ ଏହି ଭୁଲ ବାରମ୍ବାର କରିବି!

Google

ଗୌତମ ଗମ୍ଭୀର ସାଂସଦ ହେବା ପରେ ଏହି ରୋଷେଇ ଅଭିଯାନ ଆରମ୍ଭ କରିଥିଲେ। ଏଠାରେ ଲୋକଙ୍କ ପାଇଁ ମାତ୍ର ଗୋଟେ ଟଙ୍କାରେ ଖାଇବା ଉପଲବ୍ଧ ହୋଇଥାଏ। ନିଜ ଲୋକ ସେବା କ୍ଷେତ୍ରରେ ସେ ଏପରି ଅଲଗା ଅଲଗା ରୋଷେଇ ପାଇଁ ବ୍ୟବସ୍ଥା କରୁଛନ୍ତି।

ଆପଣଙ୍କୁ କହିରଖିବୁ ଆଇପିଏଲ ୨୦୨୨ରେ ଗୌତମ ଗମ୍ଭୀର ଲକ୍ଷନୌ ସୁପର ଜାଏଣ୍ଟସ ସହ ମେଣ୍ଟର ରୂପରେ କାମ କରିଥିଲେ। ଏହା ପୂର୍ବରୁ ସେ ଆଇପିଏଲ ଓ ଟିମ ଇଣ୍ଡିଆର ମ୍ୟାଚରେ ହିନ୍ଦୀ ଓ ଇଂରାଜୀ କମେଟ୍ରିରେ ନଜର ଆସିଛନ୍ତି। ସେ ୨୦୧୯ରେ ଲୋକସଭା ନିର୍ବାଚନରେ ଲଢ଼ିଥିଲେ ଓ ପୁର୍ବୀ ଦିଲ୍ଲୀରୁ ଲୋକସଭା ସାଂସଦ ଅଛନ୍ତି।

ତେବେ ଗୌତମ ଗମ୍ଭୀରଙ୍କ କ୍ୟାପଟେନ୍ସିରେ KKR ଆଇପିଏଲରେ ଦୁଇ ଥର ଟ୍ରଫି ଜିତିଛି। ସେ ଲକ୍ଷନୌର IPL ଟିମରେ ଅଛନ୍ତି। ଭାରତ ପାଇଁ ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *