ଅଦାର ପୁନାୱାଲା କହିଛନ୍ତି କି ପ୍ରଥମ ୧୦୦ ମିଲିୟନ ଡୋଜର ଦାମ ୨୦୦ ଟଙ୍କା ହେବ। ସେ କହିଛନ୍ତି କି ଆମେ ଗରିବ,ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ସାହାଯ୍ୟ ପାଇଁ ଏପରି କରୁଅଛୁ। ଏହାପରେ ବେସରକାରୀ ବଜାରରେ ଏହାର ମୂଲ୍ୟ ୧୦୦୦ ଟଙ୍କା ହୋଇଯିବ।

କୋରନା ଭାଇରସ ସଙ୍କଟ ସହ ଲଢ଼ିବା ପାଇଁ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ୨୦୦ ମିଲିୟନ କୋରନା ଟୀକାର ସହଯୋଗ କରିବ। ସୂତ୍ର ଅନୁସାରେ ଆଗତ କିଛି ସପ୍ତାହ ମଧ୍ୟରେ ଏହା ଯୋଗାଇ ଦିଆଯିବ। କମ୍ପାନୀର ସିଇଓ ଅଦାର ପୁନାୱାଲା କହିଛନ୍ତି କି ପ୍ରଥମ ୧୦୦ ମିଲିୟନ ଡୋଜର ଦାମ ୨୦୦ ଟଙ୍କା ହେବ। ସେ କହିଛନ୍ତି କି ଆମେ ଗରିବ,ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ସାହାଯ୍ୟ ପାଇଁ ଏପରି କରୁଅଛୁ। ୧୦୦୦ ଟଙ୍କା ଭାବେ ଏହାର ବେସରକାରୀ ବଜାରରେ ଏହାର ମୂଲ୍ୟ ହେବ।
ସିରମ ଇନଷ୍ଟିଚ୍ୟୁଟ ପ୍ରଥମରୁ ହିଁ ୧୦୦ ମିଲିୟନର ୨ଟି ଚୁକ୍ତି କରି ରଖିଛି। ଯାହାର ଅନ୍ତର୍ଗତ ଏସଆଇଆଇ-ଅକ୍ସଫୋର୍ଡ -ଆସଟ୍ରାଜେନେକାର କୋଭିସିଲିଡ଼ ଗାଭି-କୋଭାକ୍ସର ନୋବା ୱେକ୍ସ ଟୀକା ପ୍ରତି ଡୋଜ ୩ ଡଲାର ହିସାବରେ ଯୋଗାଣ କରିବ। କୁହା ଏହା ମଧ୍ୟ ଯାଉଛି କି କୋଭାକ୍ସ ଚୁକ୍ତିର ଅନ୍ତର୍ଗତ ସିରମ ଇନଷ୍ଟିଚ୍ୟୁଟ ଟୀକା ଯୋଗାଣ କରିବାର ପ୍ରସ୍ତୁତିରେ ଅଛି। ଯେଉଁଥିରେ କୋଭିସିଲଡ଼ ୬୭ ଦେଶରେ ଓ ନୋଭାଭ୍ୟାକ୍ସ ୯୨ ଦେଶରେ ଯୋଗାଣ କରାଯିବ।

ଇଣ୍ଡିଆ ଟୁଡ଼େର ସୂତ୍ର କହିଅଛି କି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଟିକାର ପ୍ରୀ କ୍ୱାଲିଫିକେସନର କାଗଜପତ୍ର ଓ ତଥ୍ୟ ଡବ୍ଲୁଏଚଓକୁ ଦେବାର ପ୍ରକ୍ରିୟାରେ ଅଛି,ଯାହାଦ୍ୱାରା ଡବ୍ଲୁଏଚଓର ତରଫରୁ ମଧ୍ୟ ଏସଆଇଆଇର ଟିକାକୁ ସ୍ୱୀକୃତି ମିଳିପାରିବ। ସୋମବାରକୁ ଡବ୍ଲୁଏଚଓର ପ୍ରମୁଖ ଟେଡ଼ରୋସ୍ ଖେବ୍ରେ ଅଧାନୋମ ଘେବ୍ରେୟେସସ କହିଲେ କି ଏସଆଇଆଇର ସମ୍ପୂର୍ଣ୍ଣ ବିବରଣୀର ପରୀକ୍ଷା କରିବା ଆଡକୁ ଦେଖୁଅଛି। ଯାହାଦ୍ଵାରା କୋରନାର ଏସଟ୍ରାଜେନେକା ଟୀକାର ବିଶ୍ୱାସ୍ତରରେ ବ୍ୟବହାରକୁ ସ୍ୱୀକୃତି ଦେଇପାରିବେ।
ଗୁରୁତ୍ତ୍ୱପୂର୍ଣ୍ଣ ଅଟେ କି ଏସଆଇଆଇଙ୍କୁ ୩୦୦ ମିଲିୟନ ୟୁଏସ ଡ଼ଲାରର ସାହାଯ୍ୟ ବିଲ ଆଣ୍ଡ ମିଲିଣ୍ଡା ଗେଟସ ଫାଉଣ୍ଡେସନ ଓ ଗାଭି ଭ୍ୟାକସିନ ତରଫରୁ ଦୁଇଟି ଟୀକା ପ୍ରସ୍ତୁତ କରିବାକୁ ଦିଆଯାଇଛି। ଟିକାର ଅସଫଳ ହେବାର ମାମଲାରେ ମଧ୍ୟ ଏହି ସାହାଯ୍ୟ ଫେରାଇ ନିଆଯିବ ନାହିଁ।ବିଲ ଆଣ୍ଡ ମିଲିଣ୍ଡା ଗେଟସ ଫାଉଣ୍ଡେସନ ଓ ଏବଂ ଗାଭି ଭ୍ୟାକସିନ ଏଲାୟନ୍ସ,କୋଭେକ୍ସ ଏଲୟାନ୍ସ ଡବ୍ଲୁଏଚଓ ତରଫରୁ ଆରମ୍ଭ କରାଯାଇଛି,ଯାହାର ଉଦ୍ଦେଶ୍ୟ ୧୯୨ଟି ଦେଶକୁ କମ ଦାମରେ ଟୀକା ଯୋଗାଣ କରିବା ଅଟେ।ଅଦାର ପୁନାୱାଲା ଇଣ୍ଡିଆ ଟୁଡେକୁ କହିଛନ୍ତି କି ଏସଆଇଆଇ ଦ୍ୱାରା ତିଆରି ହୋଇଥିବା ଟିକାର ଅଧାଅଂଶ ଭାରତ ପାଇଁ ରିଜର୍ଭ କରାଯାଇଛି।

ଭାରତକୁ ପ୍ରଥମ ଫେଜରେ ୬୦୦ ମିଲିୟନ ଡୋଜର ଆବଶ୍ୟକ:
ଟୀକାକରଣର ଅଭିଯାନର ପ୍ରଥମ ଚରଣରେ ଭାରତକୁ ୬୦୦ ମିଲିୟନ ଡୋଜର ଆବଶ୍ୟକତା ଅଛି। ଏସଆଇଆଇ ପ୍ରଥମେ ହିଁ ୫୦ ମିଲିୟନରୁ ଅଧିକ ଏସଟ୍ରାଜେନେକା ଭ୍ୟାକସିନ ତିଆରି କରିନେଇଛି। ଭାରତ ସରକାର ଏଚ ଏଲଏଲ ଲାଇଫ କେୟାର ଲିମିଟେଡ଼ (ସରକାରୀ ପିଏସୟୁ)ର ଜରିଆରେ ୧୧ ମିଲିୟନ ଟୀକା କ୍ରୟର ଯୁକ୍ତି କରିସାରିଛି। ପ୍ରଥମ ଚରଣରେ କୋରନା ଭ୍ୟାକସିନ ୨୦୦ ଟଙ୍କା ଓ ଟ୍ୟାକ୍ସ ସହିତ ଯାହାବି ମୂଲ୍ୟ ହେବ ସେହି ଦାମରେ କିଣାଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।