ସରକାର ଜାରିକଲେ ଭାକ୍ସିନେସନ ସେଣ୍ଟର୍ସର ସୂଚନା, ଏହି ମେଡ଼ିକାଲରେ ଲଗେଇପାରିବେ ଟୀକା। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

୧ ମାର୍ଚ୍ଚରୁ କରୋନା ଭାଇରସ ଭାକ୍ସିନେସନର ଦ୍ୱିତୀୟ ଚରଣର ପ୍ରସ୍ତୁତି ମଧ୍ୟରେ କେନ୍ଦ୍ର ସରକାର ହସ୍ପିଟାଲର ଲିଷ୍ଟ ଜାରିକରିଦେଇଛି। କୋଭିଡ଼ ଭ୍ୟାକ୍ସିନେସନକୁ ତୀବ୍ର କରିବା ପାଇଁ ବେସରକାରୀ ମେଡ଼ିକାଲକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ଆୟୁଶମାନ ଭାରତ ଯୋଜନା ପ୍ୟାନେଲରେ ସାମିଲ କରାଯାଇଥିବା ପାଖାପାଖି ୧୦ ହଜାର ବେସରକାରୀ ମେଡ଼ିକାଲ ଓ ୬୦୦ ସିଜିଏଚଏସ ମେଡ଼ିକାଲକୁ ସେଣ୍ଟର କରାଯାଇଛି। ଏହା ଛଡା ରାଜ୍ୟ ଚାହିଁବ ତ ନିଜର ହିଁ ହେଲଥ ସ୍କିମ ଅନୁସାରେ ଅନ୍ୟ ବେସରକାରୀ ମେଡ଼ିକାଲକୁ ମଧ୍ୟ ଏଥିରେ ଯୋଡିପାରିବ।ସରକାରଙ୍କ ଦ୍ଵାରା ଆୟୁସମାନ ଭାରତ ଯୋଜନା ପ୍ୟାନେଲରେ ସାମିଲ କରାଯାଇଥିବା ମେଡ଼ିକାଲର ଲିଷ୍ଟ ଆପଣ କ୍ଲିକ କରି ଦେଖିପାରିବେ।

Google

ଭାକ୍ସିନେସନର ଦ୍ୱିତୀୟ ଚରଣରେ ୬୦ ବର୍ଷରୁ ଅଧିକ ବୟସର ଲୋକ ତଥା ଅନ୍ୟ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସର ଲୋକ ୧ ମାର୍ଚ୍ଚରୁ କରୋନା ଭାଇରସ ଟୀକା ସରକାରି କେନ୍ଦ୍ରରେ ବିନା ଖର୍ଚ୍ଚରେ ଲଗାଯିବ। ସେହିପରି ବେସରକାରୀ କ୍ଷେତ୍ରରେ ଏହା ପାଇଁ ପଇସା ଦେବାକୁ ହେବ।

ପ୍ରକାଶ ଜାବେଡ଼କର ଦେଇଥିଲେ ସୂଚନା:

କେନ୍ଦ୍ର ମନ୍ତ୍ରୀ ପ୍ରକାସ ଜାବେଦକର ବୁଧବାରକୁ କହିଥିଲେକି ଏହି ଶ୍ରେଣୀରେ ଲୋକଙ୍କୁ ୧୦ ହଜାର ସରକାରୀ କେନ୍ଦ୍ରରେ ନିଶୁଳ୍କ ଟୀକା ଦିଆଯିବ। ମନ୍ତ୍ରୀ କହିଥିଲେ କି ୨୦ ହଜାର ବେସରକାରୀ ମେଡିକାଲରେ ଟୀକା ଲଗାଇବା ଦ୍ଵାରା ପଇସା ଦେବାକୁ ହେବ। ସେ କହିଥିଲେ କି ସରକାରୀ କେନ୍ଦ୍ରରେ ମାଗଣା ଟୀକା ଲଗାଇବା ପାଇଁ ଭାରତ ସରକାର ଆବଶ୍ୟକୀୟ ଜିନିଷ କିଣିବ ଓ ରାଜ୍ୟକୁ ଉପଲବ୍ଧ କରାଇବ।

Google
ହେବ ନାହିଁ ଭାକ୍ସିନ ବାଛିବାର ବିକଳ୍ପ:

ଏହା ପଚରା ଯିବା ଦ୍ଵାରା କି କଣ ଲୋକଙ୍କୁ କୋଭିସିଲ୍ଡ ବା କୋଭାକ୍ସିନ ଭିତରୁ ବାଛିବାର ବିକଳ୍ପ ଦିଆଯିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି,”ଭାରତ ଦୁଇଟିଯାକ ବୀର୍ଯଟିକାକୁ ମଞ୍ଜୁରୀ ଦେଇଛି ଓ ଦୁଇଟିଜାକ ଟୀକା ପ୍ରଭାବଶାଳୀ ଅଟେ”। ଭାରତ ଦୁନିଆର ସବୁଠୁ ବଡ଼ କୋଭିଡ଼-୧୯ ର ଟୀକାକରଣ ଅଭିଯାନ ୧୬ ଜାନୁଆରୀରୁ ଆରମ୍ଭ କରିଥିଲା। ଏବେ ପର୍ଯ୍ୟନ୍ତ ୧,୦୭,୬୭,୦୦୦ ଲୋକଙ୍କୁ ଟୀକା ଦିଆଯାଇଛି। ୧୪ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ ମଧ୍ୟ ଦିଆଯାଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *