ଫେକ୍ ‘ଆରୋଗ୍ୟ ସେତୁ’ ଆପ୍ କୁ ନେଇ ଲୋକମାନଙ୍କୁ ସତର୍କ କଲେ ପୋଲିସ କମିଶନର

ଫେକ୍ 'ଆରୋଗ୍ୟ ସେତୁ' ଆପ୍ କୁ ନେଇ ଲୋକମାନଙ୍କୁ ସତର୍କ କଲେ ପୋଲିସ କମିଶନର, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, government says no data breach aarogya setu app

ଫେକ୍ ‘ଆରୋଗ୍ୟ ସେତୁ’ ଆପ୍ କୁ ନେଇ ଲୋକମାନଙ୍କୁ ସତର୍କ କଲେ ପୋଲିସ କମିଶନର । 
କୌଣସି ଲିଙ୍କ୍, ଇ-ମେଲ ବା smsରୁ ଡାଉନଲୋଡ଼ ନକରିବା ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ।
ଆପ୍ ସହ ଅନ୍ୟ ଏକ ଆପ୍ ‘ଚାଟ୍-ମି’ ଛାଏଁ ଡାଉନଲୋଡ଼ ହୋଇଯାଉଛି । ଉକ୍ତ ଲିଙ୍କ୍ କୁ ପାକିସ୍ତାନୀ ହ୍ୟାକର ଚଳାଉଛନ୍ତି, ସବୁ ତଥ୍ୟ ନେବାପାଇଁ ।

ଏହି ଆପ୍ ମାଧ୍ୟମରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରିହେବାର ବହୁତ ଅଶଙ୍କା ରହିଛି । ତେଣୁ ଗୁଗୁଲ୍ ପ୍ଲେ-ଷ୍ଟୋର କିମ୍ବା ଆପଲ ଷ୍ଟୋର ରୁ ଆରୋଗ୍ୟ ସେତୁ ଆପ୍କୁ ଡାଉନଲୋଡ଼ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି । ଆପଣ ଯଦି କୌଣସି ଲିଙ୍କ୍, ଇ-ମେଲ ବା smsରୁ ଡାଉନଲୋଡ଼ କରିଛନ୍ତି ତାହାଲେ ଆପଣଙ୍କ ଫୋନ୍କୁ ଫ୍ୟାକ୍ଟ୍ରି ରି-ସେଟ୍ ମାରିବାକୁ ପରାମର୍ଶ ଦେଇଛନ୍ତି ।

PM Narendra Modi, Aarogya Setu, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, government says no data breach aarogya setu app

ଗୁଗୁଲ୍ ପ୍ଲେ-ଷ୍ଟୋର କିମ୍ବା ଆପଲ ଷ୍ଟୋର ରୁ ‘ଆରୋଗ୍ୟ ସେତୁ’ ଆପ୍ କୁ ଡାଉନଲୋଡ଼ କରନ୍ତୁ ।

କରୋନା ମହାମାରୀର ସଚେତନତା ପାଇଁ ସରକାର ବିଭିନ୍ନ ପ୍ରକାର ଟେକ୍ନୋଲୋଜିର ସାହାଯ୍ୟ ନେଇଛନ୍ତି । ଅପ୍ରେଲ ୨ ତାରିଖରେ ଭାରତ ସରକାର ‘ଆରୋଗ୍ୟ ସେତୁ’ ନାମକ ଏହି ଆପ୍ ଲଞ୍ଚ କରିଥିଲେ । ଏହି ‘ଆରୋଗ୍ୟ ସେତୁ’ ଆପ୍ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି କୋଭିଡ୍-୧୯ କିମ୍ବା କୋରୋନା ଭାଇରସ୍ ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବେ ।

ସାରା ଦେଶ ଏବଂ ସମସ୍ତ ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ତାଜା ଖବର ପାଇପାରିବେ । ଲଞ୍ଚ ହେବାର କିଛି ଦିନ ଭିତରେ କୋଟି କୋଟି ୟୁଜର୍ସ ଏହାକୁ ଇନଷ୍ଟଲ୍ କରି ନିଜର ରେଜିଷ୍ଟ୍ରେସନ୍ କରିଥିଲେ । କରୋନା ମହାମାରୀ ମୁକାବିଲା ପାଇଁ ଭାରତ ସରକାରଙ୍କ ଏହିପରି ଉଦ୍ୟମକୁ ବିଭିନ୍ନ ସ୍ତରରେ ପ୍ରଶଂସା ମଧ୍ୟ କରାଗଲା ।

କିଛିଦିନ ପରେ ଫ୍ରାନ୍ସିସିସ୍ ସିକ୍ୟୁରିଟି ରିସର୍ଚ୍ଚର ଇଲିୟଟ୍ ଏଲଡ଼ରସନ୍ ଟ୍ୱିଟ କରି ଜଣାଇଥିଲେ ଯେ, ‘ଆରୋଗ୍ୟ ସେତୁ’ ଆପ୍ ରେ ସୁରକ୍ଷା ଜନିତ ସମସ୍ୟା ରହିଛି । ଏହି ଆପ୍ ବ୍ୟବହାର କରୁଥିବାରୁ ପ୍ରାୟ ୯୦ ମିଲିୟନ୍ ୟୁଜର୍ସଙ୍କର ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଲିକ୍ ହୋଯାଇଛି ବୋଲି କହିଥିଲେ । ସମସ୍ତ ତଥ୍ୟ ଏବେ ସାର୍ବଜନୀନ ହୋଇଛି ।

ଏହି ଟ୍ୱିଟ ପରେ ‘ଆରୋଗ୍ୟ ସେତୁ’ ଆପ୍ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ଯେ, ଏଭଳି ସମସ୍ୟା ଦେଖାଯିବ ବୋଲି ପୂର୍ବରୁ ହ୍ୟାକରଙ୍କ ସହ ଆଲୋଚନା କରାଯାଇଥିଲା । ୟୁଜର୍ସଙ୍କର ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଲିକ୍ ହେବାର କୌଣସି ସମ୍ଭାବନା ନଥିବା ଆଲୋଚନାରୁ ସ୍ପଷ୍ଟ ହୋଇଥିଲା ।

ଫେକ୍ 'ଆରୋଗ୍ୟ ସେତୁ' ଆପ୍, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, government says no data breach aarogya setu app
ଫେକ୍ ‘ଆରୋଗ୍ୟ ସେତୁ’ ଆପ୍ କୁ ନେଇ ଲୋକମାନଙ୍କୁ ସତର୍କ କଲେ ପୋଲିସ କମିଶନର

ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ୍ୟ ‘ଆରୋଗ୍ୟ ସେତୁ’ ଆପ୍ ରେ ବ୍ୟକ୍ତିଗତ ତଥ୍ୟ ର ସୁରକ୍ଷା ନେଇ ପ୍ରଶ୍ନ ଉଠେଇଥିଲେ ।
‘ଆରୋଗ୍ୟ ସେତୁ’ ଆପ୍ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଅନେକ ଗୁଜବ ଆରମ୍ଭ ହେଇଯାଇଛି । ଏହି ସବୁ ଗୁଜବ କୁ ବିଶ୍ୱାସ ନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି । ‘ଆରୋଗ୍ୟ ସେତୁ’ ଆପ୍କୁ ଗୁଗୁଲ୍ ପ୍ଲେ-ଷ୍ଟୋର, ଆପଲ ଷ୍ଟୋର କିମ୍ବା ମେରୀ ସରକାର (ମୋ ଗାଁ) ୱେବସାଇଡ୍ ରୁ ଡାଉନଲୋଡ଼ କରିବାକୁ ପରାମର୍ଶ ଦେଇଛନ୍ତି ।

ସୋସିଆଲ ମିଡ଼ିଆରେ ଯଦି କେହି ‘ଆରୋଗ୍ୟ ସେତୁ’ ଆପ୍ ର ଲିଙ୍କ୍ ପଠାଉଛନ୍ତି ଜମା କ୍ଲିକ୍ କରନ୍ତୁ ନାହିଁ । ଏହି ଲିଙ୍କ୍ ରେ ଭାଇରସ୍ ଥାଇପାରେ ଏବଂ ଡାଉନଲୋଡ଼ କଲେ ଆପଣଙ୍କ ତଥ୍ୟ ଲିକ୍ ହେଇଯିବ । ଯଦି ଏଭଳି ଲିଙ୍କ୍ ଆସୁଛି କିମ୍ବା କିଏ ପଠାଉଛି ତୁରନ୍ତ ରିପୋର୍ଟ କରିବାପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *